ସୁଶୀଲ କୁମାରଙ୍କୁ ଲାଗିଲା କ୍ୟାରିୟରର ସବୁଠୁ ବଡ ଝଟକା, ଟୋକିଓ ଅଲିମ୍ପିକ ପାଇଁ ରାସ୍ତା ବନ୍ଦ

Published By : Prameya-News7 Bureau | April 22, 2021 IST

ନୂଆଦିଲ୍ଲୀ ୨୨।୦୪: ଦେଶର ସବୁଠୁ ବଡ ରେସଲର ସୁଶୀଲ କୁମାରଙ୍କୁ କ୍ୟାରିୟରରେ ଲାଗିିଛି ସବୁଠୁ ବଡ ଝଟକା। ଆଉ ଏହି ଝଟକା ଦେଇଛି ଭାରତୀୟ କୁସ୍ତି ମହାସଂଘ(WFI)। ପୂର୍ବତନ ଏସୀୟ କ୍ରୀଡା ଚମ୍ପିଆନ ଅମିତ୍ ଧନଖଢ(୭୪ କିଗ୍ରା) ବିଶ୍ଵ ଅଲିମ୍ପିକ ଯୋଗ୍ୟତା ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟରେ ଭାରତୀୟ କୁସ୍ତି ଦଳରେ ଜାତୀୟ ଚମ୍ପିଆନସିପ୍‌ର ସ୍ଵର୍ଣ୍ଣ ପଦକ ବିଜେତା ସନ୍ଦୀପ ମାନଙ୍କ ସ୍ଥାନ ନେଇଛନ୍ତି। ଭାରତୀୟ କୁସ୍ତି ସଂଘର ଏହି ନିଷ୍ପତ୍ତିରେ ଟୋକିଓ ଅଲିମ୍ପିକ ପାଇଁ ସୁଶୀଲ କୁମାଙ୍କ ରାସ୍ତା ବନ୍ଦ ହୋଇ ଯାଇଛି। ବୁଲଗେରିଆର ସୋଫିଆରେ ମେ ୬ରୁ ୯ ତାରିଖ ପର୍ଯ୍ୟନ୍ତ ଏହି ଯୋଗ୍ୟତା ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟ ଖେଳାଯିବ।

ବେଜିଂ ଅଲିମ୍ପିକ ୨୦୦୮ରେ କାଂସ୍ୟ ପଦକ ଏବଂ ୨୦୧୨ ଲଣ୍ଡନ ଅଲିମ୍ପିକରେ ରୌପ୍ୟ ପଦକ ବିଜେତା ସୁଶୀଳ କୁମାର ଦେଶର ସବୁଠୁ ବଡ ଖେଳାଳି ମଧ୍ୟରେ ସାମିଲ। ଟୋକିଓ ଅଲିମ୍ପିକ ପାଇଁ ଚୟନରେ ତାଙ୍କ ନାମ ବିଚାରକୁ ନିଆଯାଇ ନାହିଁ। ସଂଘର ଏମିତି ନିଷ୍ପତ୍ତିରେ ୩୭ ବର୍ଷୀୟ ରେସଲର ମର୍ମାହତ। ସେ କହିଛନ୍ତି ଯେ, ବର୍ତ୍ତମାନର ସମୟ ଜୀବିତ ରହିବା ମୋ ପାଇଁ ଅଧିକ ଗୁରୁତ୍ଵପୂର୍ଣ୍ଣ। ମୁଁ ଏ ପର୍ଯ୍ୟନ୍ତ ଭାରତୀୟ କୁସ୍ତି ମହାସଂଘ(WFI) ସହ ଆଲୋଚନା କରି ନାହିଁ। WFI କହିଛି ଯେ, ଚୟନ କମିଟି ବୈଠକ ପରେ ଦଳ ଚୟନ କରାଯାଇଛି। ଯୋଗ୍ୟତା ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟ ପାଇଁ ଚୟନ ଦଳରେ ସଂଘ ସୁଶୀଲ କୁମାରଙ୍କୁ ସ୍ଥାନ ଦେଇ ନାହାନ୍ତି।

ଅମିତ୍ ଧନଖଡଙ୍କ ବ୍ୟତୀତ ଟିମ୍‌ରେ ସତ୍ୟବ୍ରତ କାଦିୟାନ(୯୭ କିଗ୍ରା) ଓ ସୁମିତ୍‌(୧୨୫ କିଗ୍ରା)ଙ୍କୁ ସ୍ଥାନ ମିଳିଛି। ଡବ୍ଲ୍ୟୂଏଫଆଇ ବିଜ୍ଞପ୍ତିରେ କହିଛି ଯେ, କୁସ୍ତି କମିଟି ୭୪ କିଗ୍ରା ବର୍ଗର ପ୍ରକ୍ରିୟାରେ ପରିବର୍ତ୍ତନ କରାଯାଇଛି। ଏସୀୟ ଯୋଗ୍ୟତା ପର୍ଯ୍ୟାୟ ଓ ଏସୀୟ ଚମ୍ପିଆନସିପ୍‌ ପାଇଁ ଚୟନ ହୋଇଥିବା ସନ୍ଦୀପ ମାନ ସନ୍ତୋଷଜନକ ପ୍ରଦର୍ଶନ କରିବାରେ ବିଫଳ ହୋଇଛନ୍ତି। ତେଣୁ କମିଟି ଅମିତ୍ ଧନଖଡଙ୍କୁ ସୁଯୋଗ ଦେବାକୁ ନିଷ୍ପତ୍ତି ନେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.