Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଓଏସଏପି ଯବାନଙ୍କ ଆତ୍ମହତ୍ୟା, ଗଛରେ ଝୁଲୁଛି ମୃତଦେହ
  • ||
  • କ୍ଲାସରୁମ୍ ଭିତରକୁ ପଶିଆସିଲା ବାଘ, ଛାତ୍ରଛାତ୍ରୀଙ୍କୁ ଗୋଡାଇ ଗୋଡାଇ କଲା ଘାଇଲା
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୫କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୨ କରୋନା ସଂକ୍ରମିତ, ୧୦୪୯୫୯୭ରେ ପହଞ୍ଚିଲା ସଂଖ୍ୟା
  • ||
  • ମାର୍ଗଶିର ଗୁରୁବାରରେ ଲକ୍ଷ୍ମୀ ମନ୍ଦିରରୁ ଚୋରି, ନେଇଗଲେ ହୁଣ୍ଡି ଓ ସୁନା ଗହଣା
  • ||
  • ଗୁଜୁରାଟ ଦଙ୍ଗା ବେଳେ କେଉଁ ସରକାର ଥିଲା ? ସିବିଏସଇର ପ୍ରଶ୍ନକୁ ନେଇ ବିବାଦ ଜୋର
  • ||

ପ୍ରୋଟିନଯୁକ୍ତ ଖାଦ୍ୟ ଦାବି କଲେ ସୁଶୀଲ କୁମାର, ଜେଲ୍ ପ୍ରଶାସନ କହିଲେ- ତୁମେ ଜଣେ କଏଦୀ, ଗେଷ୍ଟ ନୁହଁ

8/06/2021 at 5:42 PM

ନୂଆଦିଲ୍ଲୀ ୦୮।୦୬ : ଜେଲ୍ ଖାଦ୍ୟରେ ମୋର ପେଟ ପୁରୁନାହିଁ। ମୋତେ ପ୍ରୋଟିନଯୁକ୍ତ ଖାଦ୍ୟ ଦରକାର। ମୁଁ ଜଣେ ଅନ୍ତର୍ଜାତୀୟସ୍ତରର ଖେଳାଳି ବୋଲି ସୁଶୀଲ କୁମାର କହିଛନ୍ତି। ଯୁବ ପହିଲମାନ ସାଗର ଧନକଡ ହତ୍ୟା ମାମଲାରେ ଅଭିଯୁକ୍ତ ଅଲିମ୍ପିକ ପଦକ ବିଜେତା ସୁଶୀଲ କୁମାର ସଂପ୍ରତି ତିହାର ଜେଲ୍‌ରେ ବିଚାର ବିଭାଗୀୟ ହାଜତରେ ଅଛନ୍ତି। ହେଲେ ଜେଲ୍‌ ଖାଦ୍ୟରେ ତାଙ୍କ ପେଟ ପୁରୁନାହିଁ। ସେଥିପାଇଁ ତାଙ୍କୁ ପ୍ରୋଟିନଯୁକ୍ତ ଖାଦ୍ୟ ଦେବାକୁ ସୁଶୀଲ ଦାବି କରିଛନ୍ତି। ଏପରିକି ଦିଲ୍ଲୀ ରୋହିଣୀ କୋର୍ଟରେ ଏ ନେଇ ଆବେଦନ ମଧ୍ୟ କରିଛନ୍ତି।

ସୁଶୀଲଙ୍କ ଆବେଦନ ଉପରେ ଶୁଣାଣି କରି ମଙ୍ଗଳବାର ଅଦାଲତ ରାୟ ସଂରକ୍ଷିତ ରଖିଛନ୍ତି। ମଙ୍ଗଳବାର ପ୍ରାୟ ଅଧ ଘଣ୍ଟା ପର୍ଯ୍ୟନ୍ତ ମାମଲାର ଶୁଣାଣି ଚାଲିଥିଲା। ଜେଲରେ ତାଙ୍କ ମହକିଲଙ୍କ ଜୀବନ ପ୍ରତି ବିପଦ ରହିଥିବା କହିଛନ୍ତି ସୁଶୀଲଙ୍କ ଓକିଲ। ତେଣୁ ତାଙ୍କୁ ଅନ୍ୟ ଅଭିଯୁକ୍ତଙ୍କ ପରି ଜେଲ୍‌ରେ ରଖାଯାଇ ପାରିବ ନାହିଁ ବୋଲି। ସୁଶୀଲଙ୍କ ପକ୍ଷରୁ କୋର୍ଟରେ ହାଜର ଆଡଭୋକେଟ୍ ସୁଶୀଲଙ୍କୁ ହାଇ ସିକ୍ୟୁରିଟି ସେଲ୍‌ରେ ରଖିବାକୁ ଦାବି କରିଛନ୍ତି।

ଏହା ଉପରେ ତିହାର ଜେଲ୍ କର୍ତ୍ତୃପକ୍ଷ କହିଛନ୍ତି, ସୁରକ୍ଷା ଦୃଷ୍ଟିରୁ ସୁଶୀଲଙ୍କୁ ଅନ୍ୟ କଏଦୀଙ୍କଠୁ ଅଲଗା ଏବଂ ଉଚ୍ଚସୁରକ୍ଷା ବିଶିଷ୍ଟ ସେଲ୍‌ରେ ରଖାଯାଇଛି। ତିହାର ଜେଲ୍‌ କର୍ତ୍ତୃପକ୍ଷଙ୍କ ଦଲିଲ୍‌ରେ ଅଦାଲତ ସନ୍ତୋଷ ବ୍ୟକ୍ତ କରି କହିଛନ୍ତି ଯେ, ଆପଣ ଭଲ କାମ କରିଛନ୍ତି। ସୁଶୀଲ ଜଣେ ଅନ୍ତର୍ଜାତୀୟସ୍ତରର ଖେଳାଳି ହୋଇଥିବାରୁ ତାଙ୍କୁ ପ୍ରୋଟିନଯୁକ୍ତ ଖାଦ୍ୟ ଦେବାକୁ ତାଙ୍କ ଓକିଲ ଦାବି କରିଛନ୍ତି।

ସୁଶୀଲଙ୍କ ଓକିଲଙ୍କ ଏହି ଦାବିକୁ ତିହାର ଜେଲ୍ କର୍ତ୍ତୃପକ୍ଷ କଡା ବିରୋଧ କରିଛନ୍ତି। ଜେଲ୍ ପ୍ରଶାସନ କହିଛନ୍ତି, ସୁଶୀଲ ଜଣେ କଏଦୀ, ସେ କୌଣସି ଅତିଥି କି ଗେଷ୍ଟ ନୁହନ୍ତି ଯେ, ଆମେ ତାଙ୍କୁ ପ୍ରୋଟିନଯୁକ୍ତ ଖାଦ୍ୟ ଦେବୁ। ଜେଲ୍‌ରେ ଆହୁରି ମଧ୍ୟ କଏଦୀ ଅଛନ୍ତି, ଯେଉଁମାନେ ଭଲ ଭୋଜନ କିମ୍ବା ପ୍ରୋଟିନଯୁକ୍ତ ଖାଦ୍ୟ ଦାବି କରୁଛନ୍ତି। ଯଦି ସୁଶୀଲଙ୍କୁ ପ୍ରୋଟିନଯୁକ୍ତ ଖାଦ୍ୟ ଯୋଗାଇ ଦେବୁ ତେବେ ଅନ୍ୟ କଏଦୀ ମଧ୍ୟ ସମାନ ଖାଦ୍ୟ ଦାବି କରିବେ।

ଜେଲ୍ କର୍ତ୍ତୃପକ୍ଷଙ୍କ ଏହି ଯୁକ୍ତି ଶୁଣିବା ପରେ ଅଭିଯୁକ୍ତଙ୍କ ଓକିଲ କହିଛନ୍ତି, ତେବେ ସୁଶୀଲଙ୍କୁ ଦୁଇ ବେଳ ଘରର ଖାଦ୍ୟ ଖାଇବାକୁ ଅନୁମତି ଦିଆଯାଉ। କିନ୍ତୁ ଜେଲ୍ କର୍ତ୍ତୃପକ୍ଷ ଏହାକୁ ମଧ୍ୟ ବିରୋଧ କରିଛନ୍ତି ଏବଂ କହିଛନ୍ତି, ଡାକ୍ତରଙ୍କ ପରାମର୍ଶକ୍ରମେ ହିଁ ଆମେ ଏହା ବିଷୟରେ ବିଚାର କରିବୁ। ଓକିଲ କହିଛନ୍ତି ପୂର୍ବରୁ ମଧ୍ୟ ଅନେକ କଏଦୀଙ୍କୁ ଘର ଖାଦ୍ୟ ଖାଇବାକୁ ଅନୁମତି ଦିଆଯାଇଛି। ଏଥିରେ ଡାକ୍ତରଙ୍କ ପରାମର୍ଶ ଲୋଡିବାର କୌଣସି ଅର୍ଥ ନାହିଁ। ତେବେ ରୋହିଣୀ କୋର୍ଟ ସୁଶୀଲଙ୍କ ଆବେଦନ ଉପରେ ରାୟ ସଂରକ୍ଷିତ ରଖିଛନ୍ତି। କୋର୍ଟ  ବୁଧବାର ଏହାର ଶୁଣାଣି କରିବେ। ସୂଚନାଯୋଗ୍ୟ, ଅଭିଯୁକ୍ତ ସୁଶୀଲ କୁମାର ବର୍ତ୍ତମାନ ବିଚାର ବିଭାଗୀୟ ହାଜତରେ ଅଛନ୍ତି।

   Related Posts