ସୁଶିଲ ଚନ୍ଦ୍ରା ହେବେ ମୁଖ୍ୟ ନିର୍ବାଚନ ଆୟୁକ୍ତ, ସରିଆସୁଛି ସୁନୀଲ ଅରୋଡାଙ୍କ କାର୍ଯ୍ୟକାଳ

Published By : Prameya-News7 Bureau | April 12, 2021 IST

ନୂଆଦିଲ୍ଲୀ ୧୨/୪: ସୁଶିଲ ଚନ୍ଦ୍ରା ହୋଇପାରନ୍ତି ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିଶନର । ସୂଚନାଥାଉ କି ପୂର୍ବରୁ ସୁଶିଲ ଚନ୍ଦ୍ରାଙ୍କ ନା ସୁପାରିଶ ହୋଇଥିଲା । ତେବେ ସରକାରଙ୍କ ତରଫରୁ ଏହାକୁ ଗ୍ରୀନ ସିଗନାଲ୍ ଦିଆଯାଇଛି । ଯେ କୌଣସି ମୁହୂର୍ତ୍ତରେ ନାଁ ଘୋଷଣା ହୋଇପାରେ ।

ସଂସଦୀୟ ନିର୍ବାଚନ ପୂର୍ବରୁ ଗତ ୨୦୧୯ ଫେବୃୟାରୀ ୧୪ରେ ନିର୍ବାଚନ ଆୟୋଗ ହୋଇଥିଲେ । ତେବେ ଦିନକ ପରେ ଅର୍ଥାତ୍ ବୁଧବାର ସେ ନୂଆ ପଦଭାର ଗ୍ରହଣ କରିବେ ଏବଂ ଆସନ୍ତାକାଲି ହିଁ ଏବେକାର ନିର୍ବାଚନ କମିଶନ ସୁନିଲ ଅରୋଡାଙ୍କ କାର୍ଯ୍ୟକାଳ ସରୁଛି । ଆସନ୍ତାବର୍ଷ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଯେଉଁଥିରେ ଏହି ନୂଆ ନିର୍ବାଚନ ଆୟୁକ୍ତଙ୍କ ମୁଖ୍ୟ ଭୂମିକା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.