ମନୋରଞ୍ଜନ ଜଗତକୁ ଧକ୍କା, ଆତ୍ମହତ୍ୟା କଲେ ଆଉ ଜଣେ ଟିଭି ଆକ୍ଟର, କାରଣ ଅସ୍ପଷ୍ଟ

Published By : Prameya-News7 Bureau | July 08, 2020 IST

ନୂଆଦିଲ୍ଲୀ ୦୮।୦୭:  ସତେ ଲାଗୁଛି ଯେମିତି ଚଳିତ ବର୍ଷ ମନୋରଞ୍ଜ ଜଗତ ପାଇଁ ଅଭିଶପ୍ତ ପାଲଟିଛି। ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ଘଟଣା ପ୍ରଶଂସକଙ୍କ ମନରୁ ନଲିଭିଣୁ ଟିଭି ଆକ୍ଟର  ସୁଶୀଲ ଗୌଡା କର୍ଣ୍ଣାଟକର ମଣ୍ଡୟାରେ ଆତ୍ମହତ୍ୟା କରିଛନ୍ତି। ସୁଶୀଲ ଗତ କିଛି ସମୟ ଧରି ନିଜର ହୋମଟାଉନ୍‌ରେ ରହୁଥିଲେ। ଏଠାରେ ହିଁ ସେ ନିଜ ଜୀବନକୁ ସମାପ୍ତ କରି ଦେଇଛନ୍ତି। ତାଙ୍କ ନିଧନରେ ଟିଭି ଇଣ୍ଡଷ୍ଟ୍ରିରେ ଶୋକର ଲହରି ଖେଳି ଯାଇଛି। ସୁଶୀଲ କେଉଁ କାରଣରୁ ଆତ୍ମହତ୍ୟା କଲେ ତାହା ସ୍ପଷ୍ଟ  ହୋଇନାହିଁ। ସୁଶାନ୍ତଙ୍କ ପରେ ସୁଶୀଲଙ୍କ ଆତ୍ମହତ୍ୟା ମନୋରଞ୍ଜନ ଜଗତ ପାଇଁ ଆଉ ଏକ ଧକ୍କା ହୋଇଛି।

ସୁଶିଲ ଟିଭି ସୋ ଅନ୍ତପୁରାରେ କାମ କରିଥିଲେ ଓ ଆଗାମୀ ଫିଲ୍ମ ସଲଗାରେ ଜଣେ ପୋଲିସକର୍ମୀଙ୍କ ଭୂମିକାରେ ଅଭିନୟ କରୁଥିଲେ। ସୁଶୀଲ ନିଜକୁ କନ୍ନଡ ସିନେମାରେ ସ୍ଥାପିତ କରିବାକୁ ଉଦ୍ୟମ କରୁଥିଲେ। ଏହା ସହିତ ଜଣେ ଫିଟନେସ୍‌ ଟ୍ରେନର ଭାବେ କାମ କରୁଥିଲେ। ଗୋଟିଏ ପରେ ଗୋଟିଏ ମନରୋଞ୍ଜନ ଜଗତର ତାରିକା ଏମିତି ଜୀବନ ହାରିବା ସଭିଙ୍କ ପାଇଁ ଧକ୍କା ସଦୃଶ ହୋଇଛି।

ସୁଶୀଲଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରି ବିଜୟ କହିଛନ୍ତି, ଯେବେ ମୁଁ ତାଙ୍କୁ ପ୍ରଥମ ଥର ଦେଖିଲି ମୋତେ ସେ ହିରୋ ପରି ଲାଗିଥିଲେ। ଫିଲ୍ମ ରିଲିଜ୍ ହେବା ପୂର୍ବରୁ ସେ ଆମକୁ ଛାଡି ଚାଲିଗଲେ। ଆତ୍ମହତ୍ୟା କରିବା କୌଣସି ସମସ୍ୟାର ସମାଧାନ ନୁହେଁ। ମୋତେ ଲାଗୁଛି ଯେ, ଚଳିତ ବର୍ଷ ଏହି ପରି ମୃତ୍ୟୁ ଥମିବ ନାହିଁ। କେବଳ କରୋନା କାରଣରୁ ଏମିତି ହେଉ ନାହିଁ। ଲୋକଙ୍କ ଚାକିରି ଚାଲି ଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.