ସୁଶାନ୍ତ ସିଂଙ୍କ ଭଉଣୀ ଶ୍ବେତାଙ୍କ ଟ୍ବିଟ୍‌ର ଓ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ ବନ୍ଦ

Published By : Prameya-News7 Bureau | October 14, 2020 IST

ମୁମ୍ବାଇ ୧୪/୧୦: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ରହସ୍ୟମୟ ମୃତ୍ୟୁକୁ ନେଇ ଦେଶବ୍ୟାପୀ ଚର୍ଚ୍ଚା ଚାଲିଛି। ବିଭିନ୍ନ ସଂଗଠନ ମଧ୍ୟ ସୁଶାନ୍ତଙ୍କ ମାମଲାରେ ତଦନ୍ତ ପାଇ ଦାବି କରିଥିଲେ। ପରେ ସୁଶାନ୍ତଙ୍କ ମାମଲାର ତଦନ୍ତ ସିବିଆଇ କରୁଛି। କିନ୍ତୁ ଭାଇକୁ ନ୍ୟାୟ ଦେବା ପାଇଁ ସୋସିଆଲ୍‌ ମିଡିଆରେ କ୍ୟାମ୍ପେନ୍ ଆରମ୍ଭ କରିଥିଲେ ସୁଶାନ୍ତଙ୍କ ଭଉଣୀ ଶ୍ବେତା ସିଂହ କିର୍ତ୍ତୀ। ହାସ୍ ଟ୍ୟାଗ ‘ଜଷ୍ଟିସ୍‌ ଫର ଏସଏସଆର’ ଲେଖି କ୍ୟାମ୍ପେନ୍‌ ଆରମ୍ଭ କରିଥିଲେ ଶ୍ବେତା।  କିନ୍ତୁ ଏବେ ଶ୍ବେତାଙ୍କ ଟ୍ବିଟ୍‌ର ଓ ଇନଷ୍ଟାଗ୍ରାମ୍‌ ଆକାଉଣ୍ଟ ବନ୍ଦ କରିଦିଆଯାଇଛି।

ଏବେ ଏହା ସ୍ପଷ୍ଟ ହୋଇପାରି ନାହିଁ ଯେ, ଶ୍ବେତା ନିଜେ ଆକାଉଣ୍ଟ ବନ୍ଦ କରିଛନ୍ତି ନା ଅନ୍ୟ କିଛି ରହସ୍ୟ ରହିଛି। କାରଣ ପୂର୍ବରୁ ଆକାଉଣ୍ଟ ବନ୍ଦ କରିବା ନେଇ ଶ୍ବେତାଙ୍କ ପକ୍ଷରୁ କିଛି କୁହାଯାଇ ନାହିଁ। ଏହାକୁ ନେଇ ରାଜପୁତଙ୍କ ଫ୍ୟାନ୍ସ  ଏବେ ଚିନ୍ତାରେ ପଡ଼ିଥିବା ଦେଖିବାକୁ ମିଳିଛି। ରାଜପୁତଙ୍କ ରହସ୍ୟମୟ ମୃତ୍ୟୁ ପରେ ବଲିଉଡର ‘ନେପୋଟିଜିମ୍‌’ ପ୍ରସଙ୍ଗ ଉଠିଥିଲା। କିନ୍ତୁ ପରିବାର ପକ୍ଷରୁ ଅଭିନେତାଙ୍କ ପ୍ରେମିକା ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ଏଫଆଇଆର ଦିଆଯାଇଥିଲା।

ପ୍ରଥମେ ମାମଲାର ତଦନ୍ତ ମୁମ୍ବାଇ ପୋଲିସ୍‌ କରୁଥିଲା। ପରେ ମାମଲାର ତଦନ୍ତଭାର ସିବିଆଇକୁ ଅର୍ପଣ କରାଯାଇଛି। ସିବିଆଇ ସମେତ ନାର୍କୋଟିକ୍ସ କଂଟ୍ରୋଲ୍‌ ବ୍ୟୁରୋ(ଏନସିବି) ଓ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ମଧ୍ୟ ମାମଲାରେ ଯାଞ୍ଚ କରୁଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.