‘ସୁଶାନ୍ତଙ୍କ ଭଉଣୀ ପ୍ରିୟଙ୍କା ଜଣେ ସମଲିଙ୍ଗୀ, ସେ ମୋ ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ’

Published By : Prameya-News7 Bureau | September 08, 2020 IST

ମୁମ୍ବାଇ ୦୮/୦୯: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଗୋଟିଏ ପଟେ ଆଜି ନାର୍କୋଟିକ୍ସ କଂଟ୍ରୋଲ ବୋର୍ଡ (ଏନସିବି) ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କରିଛି । ଅନ୍ୟପଟେ ରିୟାଙ୍କ ଅଭିଯୋଗ କ୍ରମେ ମୁମ୍ବାଇ ପୋଲିସ ସୁଶାନ୍ତଙ୍କ ଦୁଇ ଭଉଣୀ ଓ ଡାକ୍ତର ତରୁଣ କୁମାରଙ୍କ ନାଁରେ ମାମଲା ରୁଜୁ କରିଛି । ଏହି ମାମଲା ସିବିଆଇକୁ ବି ହସ୍ତାନ୍ତର କରିଛି ମୁମ୍ବାଇ ପୋଲିସ । ରିୟାଙ୍କ ଅଭିଯୋଗ ଥିଲା ଯେ, ସୁଶାନ୍ତଙ୍କ ଭଉଣୀ ପ୍ରିୟଙ୍କା, ନିତୁ ଓ ତରୁଣ କୁମାର ଭୁଲ ମେଡିସିନ୍ ପ୍ରେସ୍‌କ୍ରିପ୍ସନ ତିଆରି କରିବା ସହ ଭୁଲ ଔଷଧ ସୁାଶନ୍ତଙ୍କୁ ଖାଇବାକୁ ଦେଉଥିଲେ ।

ଏହାବ୍ୟତୀତ ଅଭିଯୋଗରେ ସୁଶାନ୍ତଙ୍କ ଭଉଣୀ ପ୍ରିୟଙ୍କା ସିଂହକୁ ଜଣେ ସମଲିଙ୍ଗୀ ବୋଲି ଦର୍ଶାଇଛନ୍ତି ରିୟା । ପ୍ରିୟଙ୍କାଙ୍କ ନାଁରେ ବହୁ ସଙ୍ଗୀନ ଅଭିଯୋଗ କରିଛନ୍ତି ରିୟା ଚକ୍ରବର୍ତ୍ତୀ । ୨୦୧୯ରେ ପ୍ରିୟଙ୍କା ତାଙ୍କୁ ଅନୁଚିତ ଢଙ୍ଗରେ ସ୍ପର୍ଶ କରିବାକୁ ଚାହୁଁଥିଲେ ଏବଂ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ଚାହୁଁଥିଲେ ବୋଲି ଏଫଆଇଆର୍‌ରେ ଉଲ୍ଲେଖ କରିଛନ୍ତି ରିୟା ।

ରିୟାଙ୍କ ଅଭିଯୋଗ ପରେ ଆଜି ବାନ୍ଦ୍ରା ପୋଲିସ ଏନଡିପିଏସ୍ ଆକ୍ଟ ଅନ୍ତର୍ଗତ ବିଭିନ୍ନ ଦଫାରେ ମାମଲା ରୁଜୁ କରିଛି। ତେବେ ପ୍ରିୟଙ୍କା ଓ ତରୁଣ କୁମାର ସୁଶାନ୍ତଙ୍କୁ ଭୁଲ ଔଷଧ ଦେଇଥିବା ନେଇ ରିୟା ଅଭିଯୋଗ କରିଥିଲେ । କିନ୍ତୁ ପ୍ରିୟଙ୍କାକୁ ନେଇ କରିଥିବା ସଙ୍ଗୀନ ଅଭିଯୋଗ ଏବେ ଚର୍ଚ୍ଚାର କେନ୍ଦ୍ର ପାଲଟିଛି । ନିଜ ଏଫଆଇଆର୍‌ରେ ରିୟା ଲେଖିଛନ୍ତି​‌, ‘ଅସାଧାରଣ ମନୋଭାବରେ ମୋ ଦେହକୁ ଛୁଇଁବା ସହ ​‌ଉତ୍ପୀଡ଼ନ କରିଥିଲେ ପ୍ରିୟଙ୍କା । ଏହାସହ ପ୍ରିୟଙ୍କା ସିଂହ ମୋ ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ ।’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.