Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଶ୍ଵସ୍ତି: କମୁଛି କରୋନା ପ୍ରଭାବ, ୨୪ ଘଣ୍ଟାରେ ଆରୋଗ୍ୟ ହେଲେ ୮୦୯ ସଂକ୍ରମିତ
  • ||
  • ଡିସେମ୍ବର-ଜାନୁଆରୀ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ: ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କରିପାରିବେ କୋଭିଡ୍‌ ଟେଷ୍ଟ
  • ||
  • ପରୀ ବାପା-ମା’ଙ୍କୁ ଭେଟିଲେ ବିଜେପି ଟିମ୍, ସିବିଆଇ ତଦନ୍ତ ଦାବି
  • ||
  • ରାଉରକେଲା : ଚଳନ୍ତା ଟ୍ରେନ୍‌ର ଟୟଲେଟ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ
  • ||
  • କଟକ : ପୁଣି ଏକ ନକଲି ଘିଅ କମ୍ପାନୀରେ ଚଢାଉ, କୋଟିଏ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ
  • ||
  • ପ୍ରେମ: ସେୟାର ଚାଟ୍‌ରୁ ଆରମ୍ଭ ଫେସବୁକରେ ଶେଷ, ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କଲେ ପ୍ରେମିକ
  • ||
  • ନୂଆପଡା : ମେଡିକାଲରେ ଚାକିରୀ ଦେବାକୁ କହି ଠକୁଥିଲା ଯୁବକ, ଗିରଫ କଲା ପୋଲିସ
  • ||
  • ସମ୍ବଲପୁର : ଦନ୍ତା ହାତୀର ମୃତଦେହ ଠାବ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଅଭିଯୋଗ
  • ||
  • ଗଞ୍ଜାମ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ବିଜେପି ଓ କଂଗ୍ରେସ ପକ୍ଷରୁ ଏତଲା
  • ||
  • ପୁରୀ : ଅନଲାଇନରେ ନିର୍ମାଲ୍ୟ ବିକ୍ରି କରିବା ନେଇ ସିଂହଦ୍ବାର ଥାନାରେ ଆମାଜନ ଇଣ୍ଡିଆ ବିରୋଧରେ ସେବାୟତଙ୍କ ଏତଲା
  • ||

ସୁଶାନ୍ତଙ୍କ ପଡୋଶୀଙ୍କ ଖୁଲାସା- ଜୁନ ୧୩ ରାତିରେ ଅଚାନକ ଏବଂ ଶୀଘ୍ର ବନ୍ଦ ହୋଇ ଯାଇଥିଲା ଘରର ଲାଇଟ୍, ଏମିତି ପୂର୍ବରୁ ହୋଇନଥିଲା

22/08/2020 at 6:07 PM

ମୁମ୍ବାଇ ୨୨।୦୮: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ସିବିଆଇ ପୂରା ତତ୍ପରତା ଏବଂ ସକ୍ରିୟତାର ସହ ଯାଞ୍ଚ କରୁଛନ୍ତି। ଶନିବାର ସିବିଆଇର ଏକ ଦଳ ସୁଶାନ୍ତଙ୍କ ଘରେ ପହଞ୍ଚି କ୍ରାଇମ ସିନ୍ ରିକ୍ରିଏଟ କରୁଛନ୍ତି। ଏହି ସମୟରେ ସୁଶାନ୍ତଙ୍କ ରୋଷେୟା ନିରଜ, ସିଦ୍ଧାର୍ଥ ପଠାନୀ ଓ ସାଙ୍ଗ ଦୀପେଶ ସାଓ୍ଵନ୍ତ ମଧ୍ୟ ସିବିଆଇ ସହିତ ଅଛନ୍ତି। ଅନ୍ୟପଟେ ପ୍ରଥମ ଥର ସୁଶାନ୍ତଙ୍କ ପଡୋଶୀ ବଡ ଖୁଲାସା କରିଛନ୍ତି। ସୁଶାନ୍ତଙ୍କ ପଡୋଶୀ ଗଣମାଧ୍ୟମକୁ କହିଛନ୍ତି ଜୁନ ୧୩ ରାତିରେ ସୁଶାନ୍ତଙ୍କ ଘର ଲାଇଟ୍‌ ହଠାତ ଏବଂ ଶୀଘ୍ର ବନ୍ଦ ହୋଇ ଯାଇଥିଲା।

ସୁଶାନ୍ତଙ୍କ ବିଲ୍ଡିଂରେ ରହୁଥିବା ପଡୋଶୀ ମହିଳା ପ୍ରଥମ ଥର ଶନିବାର ଗଣମାଧ୍ୟମ ସମ୍ମୁଖକୁ ଆସିଛନ୍ତି। ସେ କହିଛନ୍ତି ସୁଶାନ୍ତଙ୍କ ଘରର ଲାଇଟ୍ ଜୁନ ୧୩ ରାତି ୧୦ଟା ୩୦ ରୁ ୧୧ ମଧ୍ୟରେ ଅଚାନକ ବନ୍ଦ ହୋଇ ଯାଇଥିଲା। କେବଳ ରୋଷେଇ ଘରର ଲାଇଟ୍ ଛାଡି ଦେଲେ ବାକି ସବୁ ଲାଇଟ୍ ବନ୍ଦ ହୋଇ ଯାଇଥିଲା। କେବେ ବି ତାଙ୍କ ଘରର ଲାଇଟ୍‌ ଏତେ ଶୀଘ୍ର  ବନ୍ଦ ହୋଇ ନଥିଲା। ସର୍ବଦା ସକାଳ ୪ଟା ପର୍ଯ୍ୟନ୍ତ ସୁଶାନ୍ତଙ୍କ ଘରର ଲାଇଟ୍‌ ଜଳୁଥିଲା। କାରଣ ସେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଚେଇଁ ରହୁଥିଲେ। ମାତ୍ର ସେହି ଦିନ କାହିଁକି ଶୀଘ୍ର ଏବଂ ହଠାତ ଲାଇଟ୍ ବନ୍ଦ ହୋଇ ଯାଇଥିଲା।

ମହିଳା କହିଛନ୍ତି ଜୁନ ୧୩ରେ ସୁଶାନ୍ତଙ୍କ ଘରେ କୌଣସି ପାର୍ଟି ହୋଇନଥିଲା। ମହିଳା କହିଛନ୍ତି ଖବର ଏମିତି ମଧ୍ୟ ଆସୁଛି ଜୁନ ୧୩ ରାତିରେ ସୁଶାନ୍ତଙ୍କ ଘରେ ପାର୍ଟି ଥିଲା। ମାତ୍ର ଏମିତି କିଛି  ହୋଇନଥିଲା। ଘରର ଆଲୁଆ ଏମିତି ବନ୍ଦ ହୋଇଯିବା ସେହି ଦିନ ରାତି କିଛି ନା କିଛି ଅଘଟଣ ଘଟିଥିବା ମହିଳା ଜଣକ ଆଶଙ୍କା ପ୍ରକାଶ କରିଛନ୍ତି।

ପଡୋଶୀ ମହିଳାଙ୍କ ଖୁଲାସା ସୁଶାନ୍ତଙ୍କ ମୃତ୍ୟୁ ରହସ୍ୟରେ ନୂତନ ମୋଡ ଆଣିଛି। ପୂର୍ବରୁ ମଧ୍ୟ ଖବର କୁହାଯାଉଥିଲା ଯେ ଜୁନ ୧୩ ରାତିରେ ଘରେ କୌଣସି ପାର୍ଟି ନଥିଲା। ମାତ୍ର ଏବେ  ପ୍ରଶ୍ନ ଉଠୁଛି ଯେବେ ଘରେ ସମସ୍ତଙ୍କ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଚେଇଁ ରହିବାର ଅଭ୍ୟାସ୍ ଥିଲା, ତେବେ ସେହି ରାତିରେ ଶୀଘ୍ର ଲାଇଟ୍‌ କଣ ପାଇଁ ବନ୍ଦ ହୋଇ ଯାଇଥିଲା। ମହିଳାଙ୍କ ବୟାନ ଉପରେ ସିବିଆଇ ଟିମ୍ ମଧ୍ୟ ଯାଞ୍ଚ କରି ପାରନ୍ତି।

ଅପରପକ୍ଷେ ସୁଶାନ୍ତଙ୍କ କେସ୍‌ରେ ସିବିଆଇ ନିଜର ତଦନ୍ତର ବେଗ ଆହୁରି ବଢାଇଛି। ସୁଶାନ୍ତଙ୍କ ବାନ୍ଦ୍ରା ସ୍ଥିତ ଘରେ ସିବିଆଇ ନିଜର ତଦନ୍ତ ଜାରି ରଖିଛି। ପ୍ରାୟ ୧୨ ଫରେନ୍ସିକ ବିଶେଷଜ୍ଞ, ୬ ରୁ ୮ ସିବିଆଇ ଅଫିସର ମୃତ୍ୟୁର ଦିନକୁ ରିକ୍ରିଏଟ କରିବା ପାଇଁ ପହଞ୍ଚିଛନ୍ତି। ଏହି ପୂରା ପ୍ରକ୍ରିୟାର ଭିଡିଓ ମଧ୍ୟ କରାଯାଉଛି। ସିନ୍ ରିକ୍ରିଏସନ ପାଇଁ ଡମିର ବ୍ୟବହାର କରାଯାଉଛି।

   Related Posts