ସଞ୍ଜୟ ରାଉତଙ୍କୁ ଜବାବ ଦେଲେ ସୁଶାନ୍ତଙ୍କ ମାମୁଁ, କହିଲେ- ତାଙ୍କ ପିତା ଦ୍ଵିତୀୟ ବିବାହ କରି ନାହାନ୍ତି

Published By : Prameya-News7 Bureau | August 09, 2020 IST

ପାଟନା ୦୯।୦୮: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ନେଇ ଶିବସେନାର ମୁଖପାତ୍ର ସାମନାରେ ପାର୍ଟିର ସାଂସଦ ସଞ୍ଜୟ ରାଉତ ବିବାଦୀୟ ଲେଖିଛନ୍ତି। ସେ ଅଭିଯୋଗ କରିଛନ୍ତି, ସୁଶାନ୍ତଙ୍କ ପିତା ଦ୍ଵିତୀୟ ବିବାହ କରିଥିଲେ। ଏହାକୁ ସୁଶାନ୍ତ ସିଂହ ରାଜପୁତ ସ୍ଵୀକାର କରିପାରିନଥିଲେ। ସୁଶାନ୍ତଙ୍କ ପିତା ଦ୍ଵିତୀୟ ବିବାହ କରିଥିବା କଥାର ଯାଞ୍ଚ ହେବାରୁ ଜଣା ପଡିଲା ଯେ, ସଞ୍ଜୟ ରାଉତ ଯାହା କହୁଛନ୍ତି ତାହା ସଂପୂର୍ଣ୍ଣ ମିଥ୍ୟା ଅଟେ। ସୁଶାନ୍ତଙ୍କ ମାମୁଁ ଆର ସି ସିଂହ କହିଛନ୍ତି, ସୁଶାନ୍ତଙ୍କ ପିତା ଦ୍ଵିତୀୟ ବିବାହ କରି ନାହାନ୍ତି। ସଞ୍ଜୟ ରାଉତ ଭୁଲ୍ କଥା କହୁଛନ୍ତି।

ସୁଶାନ୍ତଙ୍କ ମାମୁଁ ଆର ସିଂହ କହିଛନ୍ତି ସଞ୍ଜୟ ରାଉତ ଉଦ୍ଧବ ଠାକରେ ଓ ଆଦିତ୍ୟ ଠାକରେଙ୍କ ଇସାରାରେ ଭୁଲ୍ ଟିପ୍ପଣୀ କରିଛନ୍ତି। ସଞ୍ଜୟ ରାଉତ ଏହି ପରି ବୟାନ ଦେଇ ସୁଶାନ୍ତଙ୍କ ପିତାଙ୍କ ଛବି ଖରାପ କରିବାକୁ ଚେଷ୍ଟା କରୁଛନ୍ତି।

ସଞ୍ଜୟ ରାଉତ ସାମନାରେ ଲେଖିଛନ୍ତି ସୁଶାନ୍ତଙ୍କ ତାଙ୍କ ପିତାଙ୍କ ସହ ସଂପର୍କ ଭଲ ନଥିଲା। ପିତା ଦ୍ଵିତୀୟ ବିବାହ କରିଥିଲେ, ଯାହାକୁ ସୁଶାନ୍ତ ସ୍ଵୀକାର କରିନଥିଲେ। ପିତାଙ୍କ ସହ ତାଙ୍କର ଭାବନାତ୍ମକ ସମ୍ବନ୍ଧ ଆଉ ବଞ୍ଚିନଥିଲା। ତାଙ୍କ ପିତାଙ୍କୁ ଉସୁକାଇ ବିହାରରେ ଏକ ଏଫଆଇଆର ରୁଜୁ କରାଯାଇଛି।

ସଞ୍ଜୟ ରାଉତ କହିଛନ୍ତି ମୁମ୍ବାଇ ପୋଲିସ ଉପରେ ଆରୋପ ଲଗାଇ ବିହାର ସରକାର କେନ୍ଦ୍ରଠାରେ ସିବିଆଇ ତଦନ୍ତ ଦାବି କରିଥିଲା। ୨୪ ଘଣ୍ଟା ଭିତରେ ଏହି ଦାବି ମାନି ନିଆଗଲା। ଏହା ରାଜ୍ୟର ସ୍ଵାୟତ୍ତ ଉପରେ ସିଧାସଳଖ ହମଲା। ସୁଶାନ୍ତଙ୍କ ମାମଲା ଆଉ କିଛି ସମୟ ମୁମ୍ବାଇ ପୋଲିସ ହାତରେ ରହିଥିଲେ ଆକାଶ ଛିଣ୍ଡି ପଡିନଥାନ୍ତା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.