ସୁଶାନ୍ତଙ୍କ ମୃତ ଶରୀର ତଳକୁ ଓହ୍ଲାଇବା ସମୟରେ କଣ କେହି ହେଲେ ଦେଖି ନାହାନ୍ତି ? ଓକିଲ ଉଠାଇଲେ ଅନେକ ପ୍ରଶ୍ନ

Published By : Prameya-News7 Bureau | August 11, 2020 IST

ମୁମ୍ବାଇ ୧୧।୦୮: ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ମାମଲାରେ ଓକିଲ ବିକାଶ ସିଂହ ଲଗାତାର ରିୟା ଚକ୍ରବର୍ତ୍ତୀ ଓ ମହାରାଷ୍ଟ୍ର ପୋଲିସ ଉପରେ ପ୍ରଶ୍ନ ଉଠାଇ ଚାଲିଛନ୍ତି। ସୁପ୍ରିମକୋର୍ଟରେ ରିୟାଙ୍କ ଓକିଲ ସହ ଯୁକ୍ତିତର୍କ ସମୟରେ ସୁଶାନ୍ତଙ୍କ ପିତାଙ୍କ ଓକିଲ ବିକାଶ ସିଂହ ସେହି ସବୁ ସନ୍ଦେହାସ୍ପଦ ସ୍ଥିତି ଓ ଅବସ୍ଥା ବିଷୟରେ କୋର୍ଟରେ ଉଲ୍ଲେଖ କରିଛନ୍ତି, ଯେଉଁଥିରେ ସୁଶାନ୍ତ ସିଂହଙ୍କ ଆତ୍ମହତ୍ୟା ପଛରେ ଅନେକ କାରଣ ଛପି ରହିଛି।

ସୁଶାନ୍ତ ସିଂହ ରାଜପୁତଙ୍କ ପରିବାରର ଓକିଲ ବିକାଶ ସିଂହ  କହିଛନ୍ତି, ମୋ ଅଭିଯୋଗରେ ସ୍ପଷ୍ଟ ଭାବେ  କୁହାଯାଇଛି ମୁମ୍ବାଇ ପୋଲିସ ଏହି ମାମଲାରେ ସମ୍ବନ୍ଧ ରହିଛି। ପୋଲିସ ମାମଲାର ଠିକ୍‌ ଯାଞ୍ଚ କରୁନାହିଁ। ବିହାରରେ ଏଫଆଇଆର ରୁଜୁ କରିବାର ମୋର ପୂର୍ଣ୍ଣ ଅଧିକାର ରହିଛି। ସୁଶାନ୍ତଙ୍କ ଭଉଣୀ ଘରେ ପହଞ୍ଚିବାର ୧୦ ମିନିଟ୍‌ ପୂର୍ବରୁ କବାଟ ଖୋଲି ମୃତ ଶରୀରକୁ ତଳକୁ ଓହ୍ଲା ଯାଇଥିଲା। କବାଟ ଖୋଲିବା ପୂର୍ବରୁ ତାଲା ଭାଙ୍ଗିବାକୁ  ଆସିଥିବା ଲୋକକୁ ମଧ୍ୟ ସେଠାରୁ ପଠାଇ ଦିଆଯାଇଥିଲା। କଣ ଏହି ସବୁ ପାରିପାର୍ଶ୍ଵିକ ସ୍ଥିତି ସନ୍ଦେହ ଲାଗୁନି ବୋଲି ଓକିଲ ବିକାଶ ସିଂହ ପ୍ରଶ୍ନ କରିଛନ୍ତି। କଣ କେହି ହେଲେ ବଡିକୁ ତଳକୁ ଓହ୍ଲାଇବା ସମୟରେ ଦେଖି ନାହାନ୍ତି ବୋଲି ସେ ଆଶ୍ଚର୍ଯ୍ୟପ୍ରକଟ କରିଛନ୍ତି।

ଏହି ମାମଲାରେ ଗହନ ଯାଞ୍ଚ ହେବା ଦରକାର। ଦେଖନ୍ତୁ କେଉଁଭଳି ବିହାର ପୋଲିସକୁ ମୁମ୍ଵାଇରେ କ୍ଵାରେଣ୍ଟାଇନ୍ କରାଗଲା। ବିକାଶ ସିଂହ ବିଏମସି ଦ୍ଵାରା ଅଗଷ୍ଟ ୩ରେ ଜାରି କ୍ଵାରେଣ୍ଟାଇନ୍ ପ୍ରୋଟୋକଲ ନିୟମ ମଧ୍ୟ ଦେଖାଇଛନ୍ତି। ବିକାଶ ସିଂହ କହିଛନ୍ତି ଅଗଷ୍ଟ ୩ରେ ହିଁ କ୍ଵାରେଣ୍ଟାଇନ୍‌ ନିୟମରେ ପରିବର୍ତ୍ତନ କରାଯାଇଥିଲା। ସୂଚନାଯୋଗ୍ୟ ଆଜି ସୁଶାନ୍ତ ସିଂହ ଓ ରିୟାଙ୍କ ଓକିଲଙ୍କ ମଧ୍ୟରେ ସୁପ୍ରିମକୋର୍ଟରେ  ପ୍ରବଳ ଯୁକ୍ତିତର୍କ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.