ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ମାମଲାରେ ବଡ଼ ଝଟକା : ସିବିଆଇ କରିବ ନାହିଁ ମାମଲାର ତଦନ୍ତ,ମହାରାଷ୍ଟ୍ର ସରକାର ନେଲେ କଠୋର ନିଷ୍ପତ୍ତି

Published By : Prameya-News7 Bureau | July 30, 2020 IST

ମୁମ୍ବାଇ ୩୦/୭: ସୁଶାନ୍ତ ସିଂହ ରାଜପୁତ ମାମଲାରେ ପୋଲିସ ତଦନ୍ତ ଲଗାତାର ଜାରି ରହିଛି କିନ୍ତୁ ସୁଶାନ୍ତଙ୍କ ପ୍ରଶଂସକ ଗୋଟିଏ ହିଁ ଦାବି କରୁଛନ୍ତି ଯେ ଏହି ମାମଲାର ସିବିଆଇ ତଦନ୍ତ ହେବା ଉଚିତ୍। ଏଥିପାଇଁ ସୁଶାନ୍ତଙ୍କ ପ୍ରଶଂସକ ଏକ ହ୍ୟାଶଟ୍ୟାଗ୍ ମଧ୍ୟ କରିଛନ୍ତି । ଏବେ ଏହି ମାମଲାର ଆଉ ଏକ ବଡ଼ ଅପଡେଟ୍ ମଧ୍ୟ ସାମନାକୁ ଆସିଛି। ସୁଶାନ୍ତଙ୍କ ମାମଲାର ଏବେ ସିବିଆଇ ତଦନ୍ତ ହେବ ନାହିଁ। ଏହା ବିଷୟରେ ମହାରାଷ୍ଟ୍ରର ଗୃହମନ୍ତ୍ରୀ ଅନିଲ ଦେଶମୁଖ କହିଛନ୍ତି,‘ ମୁମ୍ବାଇ ପୋଲିସ୍ ଏହି ମାମଲାର ତଦନ୍ତ କରୁଛି ଏବଂ ଏହି ମାମଲା ସିବିଆଇ ହାତକୁ ଯିବ ନାହିଁ।

wp:core-embed/twitter {"url":"https://twitter.com/AHindinews/status/1288474334626041857","type":"rich","providerNameSlug":"twitter","className":""}
https://twitter.com/AHindinews/status/1288474334626041857
/wp:core-embed/twitter

ଏହି ଖବର ପରେ ସୁଶାନ୍ତଙ୍କ ପ୍ରଶଂସକ ଅସନ୍ତୁଷ୍ଟ ହୋଇଛନ୍ତି କାରଣ ଲଗାତାର ସେମାନେ ସୁଶାନ୍ତଙ୍କୁ ନ୍ୟାୟ ଦେବା ପାଇଁ ସିବିଆଇ ତଦନ୍ତ ଦାବି କରି ଆସୁଥିଲେ ସେପଟେ ଅନେକ ବଲିଉଡ ସେଲିବ୍ରିଟିମାନେ ମଧ୍ୟ ଏହି ମାମଲାର ସିବିଆଇ ତଦନ୍ତ ଦାବି କରୁଥିଲେ। ବୁଧବାର ସନ୍ଧ୍ୟାରେ ହୋଇଥିବା ବୈଠକରେ ଅନିଳ ଦେଶମୁଖ ସ୍ପ​‌ଷ୍ଟ କରିଛନ୍ତି ଯେ ଏହି ମାମଲା ସିବିଆଇ ନିକଟକୁ ଯିବ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.