Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • IPLରେ ଜଲଓ୍ବା ଦେଖାଇବେ ଶ୍ରୀସନ୍ତ, ନିଲାମୀ ପାଇଁ ବେସ୍‌ ପ୍ରାଇସ୍ ରହିଛି ୫୦ ଲକ୍ଷ ଟଙ୍କା
  • ||
  • ଜାମ୍ମୁ କାଶ୍ମୀରରେ ଭାରତୀୟ ସେନା ପକ୍ଷରୁ ଏନକାଉଣ୍ଟର, ଜଣେ ଆତଙ୍କବାଦୀ ସଫା, ସର୍ଚ୍ଚ ଅପରେସନ ଜାରି
  • ||
  • ୟେମେନ ଗଣହତ୍ୟାକୁ ନିନ୍ଦା କଲା ଜାତିସଂଘ, ସାଉଦିର ବିମାନ ଆକ୍ରମଣରେ ନିହତ ହୋଇଥିଲେ ୭୦ ବିଦ୍ରୋହୀ
  • ||
  • ସୋର : ଟ୍ରକ୍ ସହ ଧକ୍କା ହୋଇ ନୟନଜୋରିକୁ ଓଲଟିଲା ବସ୍, ୫ ଜଣଙ୍କ ମୃତ୍ୟୁ, କିଛି ଲୋକ ଚାପି ହୋଇ ରହିଥିବା ସନ୍ଦେହ
  • ||
  • ଭଦ୍ରକରେ ବିଜେପିକୁ ଝଟ୍‌କା, ଦଳ ଛାଡିଲେ ଶତାଧିକ ବରିଷ୍ଠ ନେତା ଓ କର୍ମୀ
  • ||
  • ୨୦ ମହଲା କୋଠାରେ ଭୀଷଣ ଅଗ୍ନିକାଣ୍ଡ, ୧୫ ଆହତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୩୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୮୮ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୧୪କୁ ବୃଦ୍ଧି
  • ||
  • ରାଜ୍ୟରେ ୯ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୮୪୫ କୋଭିଡ୍ ପଜିଟିଭ୍, ୧୧୯୬୧୪୦ରେ ପହଞ୍ଚିଲା ସଂଖ୍ୟା
  • ||
  • ଭୁବନେଶ୍ବର : ଓଭରବ୍ରିଜ୍‌ରୁ ୩୦ଫୁଟ ତଳକୁ ଖସିଲା କାର୍, ଦୁର୍ଘଟଣାରେ ଗାଡି ଭାଙ୍ଗିରୁଜି ଚୁରମାର୍
  • ||

ସୁଶାନ୍ତ ଆତ୍ମହତ୍ୟା ମାମଲା: କରଣ-ସଲମାନ-ଏକତା ସମେତ ୮ ଜଣଙ୍କ ବିରୋଧରେ ମାମଲା ରୁଜୁ

17/06/2020 at 4:29 PM

ମୁମ୍ବାଇ ୧୭।୦୬: ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା କେସ୍‌ ବଲିଉଡରେ ହଇଚଇ ସୃଷ୍ଟି ହୋଇଛି। ଏହି କେସରେ ଏବେ ନୂଆ ମୋଡ୍ ଆସିଛି। ସୁଶାନ୍ତଙ୍କ ଆତ୍ମହତ୍ୟା ପାଇଁ ଅନେକ ଲୋକ କିଛି ସେଲିବ୍ରିଟିଙ୍କୁ ଦାୟୀ କରିଛନ୍ତି। ଏହି କ୍ରମରେ ଆଡଭୋକେଟ୍‌ ସୁଧୀର କୁମାର ଓଝା ବଲିଉଡର ୪ ବଡ ସେଲିବ୍ରିଟିଙ୍କ ବିରୋଧରେ କେସ୍ ରୁଜୁ କରିଛନ୍ତି।

ଏହି କେସ୍‌ରେ କରଣ ଜୋହର, ସଞ୍ଜୟ ଲୀଲା ଭଂସାଲୀ, ସଲମାନ ଖାନ, ଏକତା କପୁର ସମେତ ଅନ୍ୟ ଚାରି ଜଣଙ୍କୁ ସାମିଲ କରାଯାଇଛି। ଆଡଭୋକେଟ୍‌ ବିହାରର ମୁଜଫରପୁର କୋର୍ଟରେ ଏହି ସବୁ ବ୍ୟକ୍ତିଙ୍କ ବିରୋଧରେ ଏତଲା ଦାୟର କରିଛନ୍ତି। ଏଏନଆଇ ଅନୁଯାୟୀ, ଏହି କେସ୍‌ ଆଇପିସିର ଧାରା ୩୦୬, ୧୦୯, ୫୦୪ ଓ ୫୦୬ ଆଧାରରେ ରୁଜୁ କରାଯାଇଛି।

ଓକିଲ ସୁଧୀର କୁମାର ଓଝା କହିଛନ୍ତି, ମୁଁ ଅଭିଯୋଗ କରିଛି ଯେ, ସୁଶାନ୍ତ ସିଂହ ରାଜପୁତଙ୍କୁ ପ୍ରାୟ ୭ଟି ଫିଲ୍ମରୁ ହଟାଇ ଦିଆଯାଇଥିଲା। ତାଙ୍କର ଆଉ କିଛି ଫିଲ୍ମ ରିଲିଜ୍‌ ହୋଇନଥିଲା। ସୁଶାନ୍ତଙ୍କ ଆଖପାଖରେ ଏମିତି ମାହୋଲ ସୃଷ୍ଟି କରାଗଲା, ଯଦ୍ଵାରା ସୁଶାନ୍ତ ଆତ୍ମହତ୍ୟା କରିବା ପରି ଚରମ ପଦକ୍ଷେପ ନେବାକୁ ବାଧ୍ୟ ହୋଇଥିଲେ।

ଏହି କେସ୍‌ ଫାଇଲ୍ ହେବା ଉପରେ ଏକତା କପୁରଙ୍କ ପ୍ରତିକ୍ରିୟା ମଧ୍ୟ ଆସିଛି। ସେ ଇନଷ୍ଟାରେ ପୋଷ୍ଟ କରି ଲେଖିଛନ୍ତି ଯେ, ସୁଶିଙ୍କୁ କାଷ୍ଟ ନକରିବା ପାଇଁ କେସ୍‌ ରୁଜୁ କରିବା ପାଇଁ ଧନ୍ୟବାଦ୍। କିନ୍ତୁ ମୁଁ ତାଙ୍କୁ ଲଞ୍ଚ କରିଥିଲି। ଏହି ସବୁ ଚର୍ଚ୍ଚାକୁ ନେଇ ମୁଁ ଦୁଃଖିତ। କୃପା କରି ସୁଶାନ୍ତଙ୍କ ପରିବାର ଏବଂ ସାଙ୍ଗଙ୍କୁ ଶାନ୍ତିରେ ରହିବାକୁ ଦିଆଯାଉ। ସତ୍ୟ ସାମ୍ନାକୁ ଆସିବ। ଆତ୍ମହତ୍ୟା ନେଇ ମୁଁ ବିଶ୍ଵାସ କରି ପାରୁ ନାହିଁ ବୋଲି ଏକତା ପୋଷ୍ଟରେ ଲେଖିଛନ୍ତି।

ସୁଶାନ୍ତଙ୍କ ଆତ୍ମହତ୍ୟା ପରେ ଫିଲ୍ମ ଜଗତରେ ଅନେକ ଲୋକଙ୍କୁ ସଂପ୍ରତି ଟ୍ରୋଲ କରାଯାଉଛି। ଏଥିରେ କୋରଣ ଜୋହରଙ୍କ ନାମ ସବୁଠୁ ଉପରେ ରହିଛି। ଅଭିନେତ୍ରୀ କଙ୍ଗନା ରଣାଓ୍ଵତ ସୁଶାନ୍ତଙ୍କ ଆତ୍ମହତ୍ୟାକୁ ଏକ ସୁଚିନ୍ତିତ ହତ୍ୟା କରିଛନ୍ତି। ଭିଡିଓ ପୋଷ୍ଟ କରି କଙ୍ଗନା ପୁଣି ଥରେ ପାତରଅନ୍ତର ପ୍ରସଙ୍ଗ ଉଠାଇ ସେଲିବ୍ରିଟିଙ୍କୁ କଡା ଶବ୍ଦରେ ଭର୍ତ୍ସନା କରିଛନ୍ତି। ଉଲ୍ଲେଖନୀୟ ଏ ପର୍ଯ୍ୟନ୍ତ ସୁଶାନ୍ତଙ୍କ ଆତ୍ମହତ୍ୟା କରିବାର କାରଣ ଜଣା ପଡିନାହିଁ।

   Related Posts