Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ସୁଶାନ୍ତଙ୍କ ପାଇଁ ସତ୍ୟାଗ୍ରହ: ନ୍ୟାୟ ଦାବିରେ ଆଜି ଜନ୍ତର ମନ୍ତରରେ ଧାରଣା, ଭଉଣୀ ଶ୍ବେତା କଲେ ଏମିତି ଅନୁରୋଧ

2/10/2020 at 1:33 PM

ମୁମ୍ବାଇ ୦୨/୧୦: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଯେବେ​‌ଠୁ ଡ୍ରଗ୍ସ ମାମଲା ସାମ୍ନାକୁ ଆସିଛି ସେବେଠୁ ଆତ୍ମହତ୍ୟା ମାମଲାର ତଦନ୍ତ ଅନ୍ୟ ଦିଗକୁ ଚାଲିଯାଇଛି। ଡ୍ରଗ୍ସ ମାମଲା ପରେ ସୁାଶନ୍ତଙ୍କୁ ନ୍ୟାୟ ଦେବା ବଦଳରେ ଏହା ବଲିଉଡ ଡ୍ରଗ୍ସ ଲିଙ୍କର ଚର୍ଚା ପାଲଟିଛି। ସିବିଆଇର ଏଭଳି ତଦନ୍ତରେ ସୁଶାନ୍ତଙ୍କ ପରିବାର ସହ ତାଙ୍କ ପ୍ରଶଂସକଙ୍କୁ ମଧ୍ୟ ନିରାଶ ହେବାକୁ ପଡିଛି।

ତେବେ ଏବେ ସୁଶାନ୍ତଙ୍କ ଭଉଣୀ ଶ୍ବେତା ସିଂହ କୀର୍ତି ସୁଶାନ୍ତ ମାମଲାର ତଦନ୍ତ ଓ ନ୍ୟାୟ ଦାବିରେ ସାମାଜିକ ଗଣମାଧ୍ୟମରେ ଅଭିଯାନ ଚଳାଇଛନ୍ତି। ଶ୍ବେତାଙ୍କ ଏହି କ୍ୟାମ୍ପେନକୁ ପୂରା ଦୁନିଆର ଲୋକ ଖୁବ ସମର୍ଥନ ମଧ୍ୟ କରୁଛନ୍ତି। ତେବେ ଶ୍ବେତା ଆଜି ଗାନ୍ଧି ଜୟନ୍ତୀ ଅବସରରେ ସୁଶାନ୍ତଙ୍କ ପ୍ରଶଂସକଙ୍କୁ ଦିଲ୍ଲୀ ଜନ୍ତର ମନ୍ତରରେ ପଡ଼ିଆରେ ଏକତ୍ରିତ ହେବାକୁ ଅନୁରୋଧ କରିଛନ୍ତି। ଶ୍ବେତା ତାଙ୍କ ଟ୍ବିଟରେ ଲେଖିଛନ୍ତି, ‘ଆଜି ଜନ୍ତର ମନ୍ତର କ୍ୟାମ୍ପେନରେ ଯୋଗ ଦେଇ ଏହାକୁ ସମର୍ଥନ କରନ୍ତୁ। ଧ୍ୟାନ ଦେବେ ମାସ୍କ ପିନ୍ଧିବେ। ସାମାଜିକ ଦୂରତ୍ବ ଓ ଆଇନ ନିୟମକୁ ପାଳନ କରିବେ।’ ଏହା ସହ ହାସଟ୍ୟାଗରେ ସୁଶାନ୍ତଙ୍କ ପାଇଁ ସତ୍ୟାଗ୍ରହ ସେ ଲେଖିଛନ୍ତି। ଏହା ପୂର୍ବରୁ ଶ୍ବେତା ଲେଖିଛନ୍ତି କ’ଣ ସୁଶାନ୍ତଙ୍କୁ ନ୍ୟାୟ ମିଳିବ? ତାର ନୀରିହ ଚେହେରା ଓ ସ୍ବପ୍ନ ଆମ ଉପରେ ଭାର ହୋଇ ରହିଛି।  

ତେବେ ସୁଶାନ୍ତ ମୃତ୍ୟୁ ମାମଲାର ତଦନ୍ତ କରୁଥିବା ସିବିଆଇ ଆଜି ସିଦ୍ଧାର୍ଥ ପିଠାନୀଙ୍କ ବୟାନ ରେକର୍ଡ କରିବ। ତଦନ୍ତ ଏଜେନ୍ସି ସିଆରପିସି ଧାରା ୧୬୪ରେ ଅଭିନେତାଙ୍କ ଫ୍ଲାଟମେଟ୍ ସିଦ୍ଧାର୍ଥଙ୍କ ବୟାନ ରେକର୍ଡ କରିବ। ଏ ପାଇଁ ସିଦ୍ଧାର୍ଥକୁ ସମନ ପଠାଇଛି ସିବିଆଇ।

   Related Posts