ସୁଶାନ୍ତ ସିଂହଙ୍କ ନାଁରେ ଲୁଚି ରହିଥିଲା ତାଙ୍କ ମା'ଙ୍କ ନାଁ : ପ୍ରଶଂସକଙ୍କ ପ୍ରଶ୍ନର ଜବାବରେ ନିଜେ କହିଥିଲେ ସୁଶାନ୍ତ, ସେଥିପାଇଁ ନିଜ ନାଁକୁ ବି ବହୁତ ଭଲ ପାଉଥିଲେ

Published By : Prameya-News7 Bureau | June 28, 2020 IST

ମୁମ୍ବାଇ ୨୮/୦୬ : ସୁଶାନ୍ତ ସିଂହ ରାଜପୁତ ନିଜ ଦିବଂଗତ ମା'ଙ୍କୁ ବହୁତ ଭଲ ପାଉଥିଲେ | ସେଥିପାଇଁ ସେ ନିଜ ନାଁକୁ ମଧ୍ୟ ବହୁତ ଭଲ ପାଉଥିଲେ | ନିଜ ନାଁକୁ ଏତେ ଭଲ ପାଉଥିବାର କାରଣ ପଚାରିବାରୁ ସେ କହିଥିଲେ ଯେ ତାଙ୍କ ନାଁରେ ତାଙ୍କ ମା'ଙ୍କ ନାଁ ଲୁଚି ରହିଛି | ଏହାର ଖୁଲାସା ସେ ସୋସିଆଲ ମିଡ଼ିଆରେ କରିଥିଲେ | ଜଣେ ପ୍ରଶଂସକଙ୍କ ପ୍ରଶ୍ନର ଜବାବ ଦେଇଥିଲେ ଯାହାର ସ୍କ୍ରିନସର୍ଟ ଏବେ ଭାଇରାଲ ହେଉଛି |

wp:core-embed/instagram {"url":"https://www.instagram.com/p/CA-S3cIDWOx/","type":"rich","providerNameSlug":"instagram","className":""}
https://www.instagram.com/p/CA-S3cIDWOx/
/wp:core-embed/instagram

ସ୍କ୍ରିନସର୍ଟ ସେୟାର କରିଥିବା ୟୁଜର ସୁଶାନ୍ତ ସିଂହଙ୍କୁ ତାଙ୍କ ନାଁର ଅର୍ଥ ପଚାରିଥିଲେ | ଜବାବରେ ସୁଶାନ୍ତ କହିଥିଲେ, 'ଏହାର ଅର୍ଥ କିଛି ରୁ ସବୁକିଛି ହୋଇପାରେ | କିନ୍ତୁ ସବୁଠାରୁ ଭଲ କଥା ହେଲା ମୋ ନାଁର ମଧ୍ୟ ଭାଗରେ ଅର୍ଥାତ ହୃଦୟରେ ମୋ ମା'ଙ୍କ ନାଁ ଉଷା (s'USHA'nt) ରହିଛି | କେତେ ଅଦ୍ଭୁତ କଥା |'

{"id":292982,"sizeSlug":"large"}

ସୁଶାନ୍ତ ସିଂହ ଜୁନ ୧୪ ତାରିଖରେ ମୁମ୍ବାଇ ସ୍ଥିତ ନିଜ ଘରେ ଫାସୀ ଲଗାଇ ଆତ୍ମହତ୍ୟା କରିଥିଲେ | ଆତ୍ମହତ୍ୟାର ୧୧ ଦିନ ପୂର୍ବରୁ ଜୁନ ୩ ତାରିଖରେ ସେ ଇନ୍ସଟାଗ୍ରାମରେ ଶେଷ ପୋଷ୍ଟ କରିଥିଲେ | ଏଥିରେ ସେ ନିଜ ମାଙ୍କ ଫଟୋ ସେୟାର କରି ଏକ ଇମୋସନାଲ ଲଇଁ ଲେଖିଥିଲେ |

{"id":292984,"sizeSlug":"large"}

ସୁଶାନ୍ତ ସିଂହଙ୍କ ମା'ଙ୍କ ନିଧନ ୨୦୦୨ ମସିହାରେ ହୋଇଥିଲା | ୨୦୧୬ ମସିହାରେ ଏକ ସାକ୍ଷାତକାରରେ ସୁଶାନ୍ତ ନିଜ ମା'ଙ୍କ ନିଧନକୁ ତାଙ୍କ ଜୀବନର ଅତ୍ୟନ୍ତ ଦୁଖଦ ଘଟଣା ବୋଲି କହିଥିଲେ | ସେ କହିଥିଲେ ଯେ. 'ତାହା ଏକ ଭୟଙ୍କର ଅନୁଭୂତି ଥିଲା ଯାହା ଏବେ ମଧ୍ୟ ମନକୁ ଭୟଭୀତ କରିପକାଏ | ପରିବାର ସଦସ୍ୟଙ୍କ ନିଧନର ଏହା ପ୍ରଥମ ମାମଲା ଥିଲା | ଏହିଭଳି ଘଟଣା ଘଟିଲେ ଦୁନିଆର ସବୁ ଜିନିଷ କ୍ଷଣିକ ବୋଲି ଜଣାପଡ଼ିଥାଏ | ମା'ଙ୍କ ନିଧନ ମୋ ଜୀବନରେ ବହୁତ ପରିବର୍ତ୍ତନ ଆଣିଥିଲା | ମୁନ ସେ ନୁହେଁ ଯିଏ ତାଙ୍କ ନିଧନ ପୂର୍ବରୁ ଥିଲି | ମା'ଙ୍କ ନିଧନ ପରେ ମୁନ ବଦଳି ଯାଇଛି | '

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.