Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଟିଭିରେ ପୁଣି ନଜର ଆସିବେ ସୁଶାନ୍ତ ସିଂହ ରାଜପୁତ ଓ ଅଙ୍କିତା ଲୋଖଣ୍ଡେ

30/06/2020 at 5:18 PM

ମୁମ୍ବାଇ ୩୦/୦୬ : ସୁଶାନ୍ତ ସିଂହ ରାଜପୁତଙ୍କ ନିଧନ ପରେ ଜି ଅନମୋଲ ଚାନେଲ ପୁଣିଥରେ ତାଙ୍କ ଅଭିନୀତ ଧାରାବାହିକ ପବିତ୍ର ରିସ୍ତା ପ୍ରସାରଣ କରିବାକୁ ଯାଉଛି | ଚାନେଲ ସୁଶାନ୍ତ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ତାଙ୍କ ଧାରାବାହିକ ପୁନଃ ପ୍ରସାରଣ କରିବାକୁ ଯାଉଛି | ଏହି ଧାରାବାହିକ ସୁଶାନ୍ତଙ୍କୁ ଘରେ ଘରେ ଲୋକପ୍ରିୟ କରିଥିଲା |

ସୁଶାନ୍ତ ସିଂହ ଏହି ଧାରାବାହିକରେ ମାନବ ଦେଶମୁଖଙ୍କ ଚରିତ୍ରରେ ଅଭିନୟ କରିଥିଲେ | ଲୋକେ ଆଜି ମଧ୍ୟ ତାଙ୍କର ଅଭିନୟକୁ ମାନେ ରଖିଛନ୍ତି | ତାଙ୍କ ନିଧନ ପରେ ଲୋକେ ତାଙ୍କୁ ବହୁତ ମାନେ ପକାଉଛନ୍ତି | ଏହିଭଳି ସ୍ଥିତିରେ ଚାନେଲ ଦର୍ଶକଙ୍କ ପାଇଁ ଏହି ଧାରାବାହିକର ପୁନଃ ପ୍ରସାରଣ କରିବ |

ପବିତ୍ର ରିସ୍ତା ମଧ୍ୟବିତ୍ତ ପରିବାରର ଦୁଇ ଯୁବକ ଯୁବତୀଙ୍କ ଏକ ସୁନ୍ଦର ପ୍ରେମ କାହାଣୀ | ଧାରାବାହିକରେ ସୁଶାନ୍ତ ଜଣେ ସାମାନ୍ୟ ଗ୍ୟାରେଜ ମେକାନିକ ଏବଂ ପରିବାରର ଜଣେ ମାତ୍ର ରୋଜଗାରକ୍ଷମ ଯୁବକ | ଅର୍ଚନା ମଧ୍ୟ ମଧ୍ୟବିତ୍ତ ପରିବାରର ସାଧାରଣ ଯୁବତୀ | ବହୁ ସମସ୍ୟାର ସମ୍ମୁଖୀନ ହେବାପରେ ମାନବ ଓ ଅର୍ଚ୍ଚନାଙ୍କ ବିବାହ ହୋଇଥାଏ | କିନ୍ତୁ ବାହାଘର ପରେ ତାଙ୍କୁ ଅନ୍ୟ ସଂଘର୍ଷର ସାମ୍ନା କରିବାକୁ ପଡିଥାଏ | ଅନେକ ସଂଘର୍ଷ ମଧ୍ୟରେ ଉଭୟଙ୍କ ପରସ୍ପର ପ୍ରତି ଅଗାଧ ପ୍ରେମ ତାଙ୍କ ସମ୍ପର୍କର ପବିତ୍ରତାକୁ ଦର୍ଶାଇଛି |

   Related Posts