Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ବାତ୍ୟା ‘ନିଭାର୍’: ୨୫ରୁ ପ୍ରବଳ ବର୍ଷା, ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ
  • ||
  • ଚିନ୍ତା ବଢାଇଲାଣି କରୋନାର ୨ୟ ଲହର : ଆଜି PM-CM ଆଲୋଚନା, କୋଭିଡ -19 ର ସ୍ଥିତି ଏବଂ ଟିକା ବିତରଣ ନେଇ ସମୀକ୍ଷା
  • ||
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||

ସୁଶାନ୍ତ ସିଂହଙ୍କ CA କଲେ ଆଶ୍ଚର୍ଯ୍ୟଜନକ ଖୁଲାସା : ରିୟାଙ୍କୁ ଦିଆଯାଇନାହିଁ ଟଙ୍କା, ଅଧିକ ନଥିଲା ସୁଶାନ୍ତଙ୍କ ବ୍ୟାଙ୍କ୍ ବାଲାନ୍ସ

31/07/2020 at 1:17 PM

ମୁମ୍ବାଇ ୩୧/୦୭ : ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଅନେକ ଖୁଲାସା ହୋଇଛି | ନିକଟରେ ସୁଶାନ୍ତ ସିଂହଙ୍କ ବାପା କେକେ ସିଂହ ରିୟା ଚକ୍ରବର୍ତୀଙ୍କ ବିରୋଧରେ ମାମଲା ରୁଜ୍ଜୁ କରିଛନ୍ତି | ମାମଲା ରୁଜ୍ଜୁ ପରେ ସୁଶାନ୍ତ ସିଂହଙ୍କ ପରିବାର ଓ ବନ୍ଧୁମାନେ କହିଥଲେ ଯେ ସୁଶାନ୍ତଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଉଠାଯାଇଥିବା ଟଙ୍କାର ଯାଞ୍ଚ ହେବା ଆବଶ୍ୟକ | ଏହାପରେ ସୁଶାନ୍ତ ସିଂହଙ୍କ ସିଏ ସନ୍ଦୀପ ଶ୍ରୀଧର ଏକ ବଡ ଖୁଲାସା କରିଛନ୍ତି | ସେ କହିଛନ୍ତି ଯେ ରିୟାଙ୍କୁ କୌଣସି ପ୍ରକାରେ ଟଙ୍କା ଦିଆଯାଇନାହିଁ | ସନ୍ଦୀପ ଶ୍ରୀଧର କହିଛନ୍ତି ଯେ, ସୁଶାନ୍ତ ସିଂହଙ୍କ ବ୍ୟାଙ୍କ ବାଲାନ୍ସ ବହୁତ ନଥିଲା | ରିୟାଙ୍କ ଖାତାକୁ ମାତ୍ର କିଛି ହଜାର ଟଙ୍କା ହିଁ ଟ୍ରାନ୍ସଫର ହୋଇଛି | କୌଣସି ବଡ ଆମାଉଣ୍ଟ ଟ୍ରାନ୍ସଫର ହୋଇନାହିଁ | ସେ ଆହୁରି କହିଛନ୍ତି ଯେ ଥରେ ରିୟାଙ୍କ ମା ସୁଶାନ୍ତ ସିଂହଙ୍କୁ ୩୩ ହଜାର ଟଙ୍କା ଦେଇଥିଲେ |

ସନ୍ଦୀପ ଶ୍ରୀଧର କହିଛନ୍ତି ଯେ, ସୁଶାନ୍ତ ସିଂହ ଅଧିକାଂଶ ସମୟରେ କିଣାକିଣି କରିବା ପାଇଁ କିମ୍ବା ଯାତ୍ରା ଓ ଅନ୍ୟ ଜିନିଷ ଉପରେ ନିଜ ଟଙ୍କା ଖର୍ଚ୍ଚ କରୁଥିଲେ | ସେ କହିଛନ୍ତି ଯେ ସୁଶାନ୍ତଙ୍କ ମୋଟ ସମ୍ପତ୍ତି ସେତିକି ନୁହେଁ ଯେତିକି ଦାବି କରାଯାଉଛି | ସୁଶାନ୍ତଙ୍କ ରୋଜଗାର ଗତ ବର୍ଷ ତୁଳନାରେ କମିଯାଇଥିଲା ବୋଲି ସେ କହିଛନ୍ତି |

ସୂଚନାଯୋଗ୍ୟ ଯେ, ସୁଶାନ୍ତ ସିଂହ ମାମଲାରେ ବିହାର ପୋଲିସର ଗୋଟିଏ ଟିମ ତଦନ୍ତ ପାଇଁ ମୁମ୍ବାଇ ଯାଇଛନ୍ତି | ଏହି ଟିମ ସୁଶାନ୍ତ ସିଂହଙ୍କ ନିକଟତର ଲୋକଙ୍କ ଯାଞ୍ଚ କରୁଛି | ବିହାର ପୋଲିସ ଟିମ ପୂର୍ବରୁ ହିଁ ସୁଶାନ୍ତଙ୍କ ବ୍ୟାଙ୍କ ମ୍ୟାନେଜର, ତାଙ୍କ ରୋଷେଇଆ, ସୁଶାନ୍ତଙ୍କ ଭଉଣୀ, ପୂର୍ବତନ ପ୍ରେମିକା ଅଙ୍କିତା ଲୋଖଣ୍ଡେଙ୍କୁ ପଚରାଉଚୁରା କରିସାରିଛି | ଏହି ମାମଲାରେ ମୁମ୍ବାଇ ପୋଲିସ ଏବେ ସୁଦ୍ଧା ପାଖାପାଖି ୪୦ ଜଣଙ୍କୁ ପଚରାଉଚୁରା କରିସାରିଛି | 

   Related Posts