Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଉପର ମୁଣ୍ଡରେ ନାହିଁ ବଡ ବର୍ଷା, ରେଙ୍ଗାଳିରୁ ଗୋଟିଏ ଗେଟ୍ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ
  • ||
  • ସାଲେପୁର : AC ମେକାନିକ୍‌ଙ୍କ କାରନାମା, ମହିଳାଙ୍କ ଗାଧୁଆ ଘରେ ରେକର୍ଡିଂ ମୋଡ୍‌ରେ ମୋବାଇଲ୍ ରଖି ହେଲେ ଗିରଫ
  • ||
  • ଦେଶରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ବାହାରିଲେ ୪୨ହଜାରରୁ ଅଧିକ ପଜିଟିଭ୍
  • ||
  • ଦେଶରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ବାହାରିଲେ ୪୨ହଜାରରୁ ଅଧିକ ପଜିଟିଭ୍
  • ||
  • ବାରିପଦା : ଆଜିଠୁ ଖୋଲିଲା ଦ୍ବିତୀୟ ଶ୍ରୀକ୍ଷେତ୍ର, ମୟୂରଭଞ୍ଜର ସମସ୍ତ ମଠ ମନ୍ଦିରରେ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ
  • ||
  • ମହାକାଳପଡା : ଆଜିଠୁ ଖୋଲିଲା ଐତିହାସିକସ୍ଥଳୀ ହୁକିଟୋଲା, ଜଳଯାତ୍ରାର ମଜା ଉଠାଉଛନ୍ତି ପର୍ଯ୍ୟଟକ
  • ||
  • ବୌଦ୍ଧ : ଚୋରା ଚାଲାଣ ବେଳେ ୧୬ପେଟି କଫ୍ ସିରପ୍ ଜବତ, ସ୍କର୍ପିଓ ସହ ଜଣେ ଗିରଫ
  • ||
  • ଇତିହାସ ରଚିଲା ଭାରତୀୟ ହକି ଟିମ୍, ୪୧ ବର୍ଷ ପରେ ଅଲିମ୍ପିକ୍ସରେ ଜିତିଲା ପଦକ
  • ||
  • ଇତିହାସ ରଚିଲା ଭାରତୀୟ ହକି ଟିମ୍, ୪୧ ବର୍ଷ ପରେ ଅଲିମ୍ପିକ୍ସରେ ଜିତିଲା ପଦକ
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା, ରାଜ୍ୟରେ କରୋନା ନେଲା ୬୮ ଜଣଙ୍କ ଜୀବନ
  • ||

ସୁଶାନ୍ତ ସିଂଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବି ଅଗ୍ରାହ୍ୟ କଲେ ସୁପ୍ରିମକୋର୍ଟ, କହିଲେ- ‘ପୋଲିସକୁ ତା କାମ କରିବାକୁ ଦିଆଯାଉ’, ସେପଟେ ଏବେ ମିଳୁନି ରିୟାଙ୍କ ଖୋଜ୍ ଖବର

30/07/2020 at 8:02 PM

ମୁମ୍ବାଇ, ୩୦|୦୭ :  ଦିନକୁ ଦିନ ଅଭିନେତା ସୁଶାନ୍ତ ସିଂଙ୍କ ମୃତ୍ୟୁ ମାମଲାର ତଦନ୍ତର ଆସୁଛି ନୂଆ ନୂଆ ତଥ୍ୟ । ଦେଢ ମାସ ପରେ ସୁଶାନ୍ତଙ୍କ ବାପାଙ୍କ ଅଭିଯୋଗ ପରେ ଘଟଣା ନୂଆ ମୋଡ ନେଇଛି । ମାମଲା ରୁଜୁ ପରେ ରିୟା ଚକ୍ରବର୍ତ୍ତୀଙ୍କ କୌଣସି ଖୋଜ ଖବର  ନଥିବାରୁ ସେ ଫେରାର ହୋଇ ଯାଇଥିବା ଚର୍ଚ୍ଚା ହେଉଛି ।ଏପଟେ ମାମଲାର ସିବିଆଇ ତଦନ୍ତ ନେଇ ଜନସ୍ବାର୍ଥ ମାମଲାକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ମୁମ୍ବାଇ ପୋଲିସକୁ ତାର କାମ କରିବାକୁ ଦିଆଯାଉ ବୋଲି କହିଛନ୍ତି ସର୍ବୋଚ୍ଚ  ଅଦାଲତ।

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାର ଆସିବାରେ ଲାଗିଛି ନୂଆ ନୂଆ ଟ୍ବିଷ୍ଟ । ସିବିଆଇ ଦ୍ବାରା ତଦନ୍ତ କରାଯିବା ନେଇ ଆଗତ ଜନସ୍ବାର୍ଥ ମାମଲାକୁ ଆଜି ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ । ବମ୍ବେ ହାଇକୋର୍ଟରେ ଆବେଦନ କରିବା ଲାଗି ସର୍ବୋଚ୍ଚ କୋର୍ଟ କହିଛନ୍ତି।  ସୁଶାନ୍ତଙ୍କ ମୃତ୍ୟୁର ପ୍ରାୟ ଦେଢ଼ ମାସ ପରେ ସୁଶାନ୍ତଙ୍କ ପରିବାର, ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି।  ରିୟାଙ୍କ  ବିରୋଧରେ ପାଟନାରେ ଏତଲା ରୁଜୁ କରିଥିଲେ ସୁଶାନ୍ତଙ୍କ  ବାପା କେ କେ ସିଂ। ଏତଲା ପରେ ରିୟା ତାଙ୍କ ଓକିଲ ଜରିଆରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ପାଟଣା ପୋଲିସର ତଦନ୍ତ ଉପରେ ରୋକ ଲଗାଇବାକୁ ସେ ଆବେଦନରେ ଦର୍ଶାଯାଇଛନ୍ତି । ମାମଲାକୁ ବିହାରରୁ ମହାରାଷ୍ଟ୍ରକୁ ଆଣିବାପାଇଁ ସେ  ଆବେଦନ କରିଥିଲେ । ସୁପ୍ରିମକୋର୍ଟରେ ରିୟାଙ୍କ ଆବେଦନକୁ ଚାଲେଞ୍ଜ କରିଛନ୍ତି ସୁଶାନ୍ତଙ୍କ ବାପା । ରିୟାଙ୍କ ଆବେଦନ ଉପରେ କିଛି ଶୁଣାଣି ପୂର୍ବରୁ ତାଙ୍କର ପକ୍ଷ ଶୁଣାଯାଉ ବୋଲି ଆବେଦନରେ ଦର୍ଶାଇଛନ୍ତି କେ କେ ସିଂ।

ସେପଟେ ମାମାଲାର ତଦନ୍ତ ପାଇଁ  ବିହାର ପୋଲିସର ୪ ଜଣିଆ ଦଳ ମୁମ୍ବାଇରେ ଡେରା ପକାଇଛି। ରିୟାଙ୍କ ବାସଭବନରେ ବିହାର ପୋଲିସ ପହଞ୍ଚିଥିବାରୁ ରିୟାଙ୍କ ପତ୍ତା ପାଇନଥିଲା । ଏଥିସହିତ ବିହାର ପୋଲିସ ମଧ୍ୟ ରିୟାଙ୍କ ବ୍ୟାଙ୍କ ଟ୍ରାନଜାକ୍ସନର ଯାଞ୍ଚ କରିଛି। କାରଣ ରିୟାଙ୍କ ବିରୋଧରେ ସୁଶାନ୍ତଙ୍କ ପରିବାର ଅଭିଯୋଗ ଆଣିଛନ୍ତି ଯେ ସେ କୁଆଡ଼େ ସୁଶାନ୍ତଙ୍କ ଟଙ୍କା ହଡ଼ପ କରିଛନ୍ତି।  ନୂଆ ଅଭିଯୋଗ ଆଧାରରେ ମୁମ୍ବାଇ ପୋଲିସ ସହିତ ମିଶି ବିହାର ପୋଲିସ ମାମଲାର ଅଧିକ ଖୋଳତାଡରେ କରୁଛି।

ସେପଟେ ସୁଶାନ୍ତଙ୍କ ମୃତ୍ୟୁ ଘଟଣାରେ ମୁମ୍ବାଇ ପୋଲିସ ଏଯାଏଁ ୪୦ ଜଣଙ୍କୁ ଜେରା କରିସାରିଲାଣି । ଫିଲ୍ମ ନିର୍ମାତା ସଞ୍ଜଲ ଲୀଳା ଭଂସାଳି, ଆଦିତ୍ୟ ଚୋପ୍ରା, ଶେଖର କପୁର ଭଳି ବଲିଉଡ ହେଭିୱେଟଙ୍କୁ ଜେରା କରିସାରିଛି । ଆଗକୁ ଆହୁରି କିଛି ଲୋକଙ୍କୁ ଜେରା କରାଯିବ। ଏପଟେ ଏହି ମାମଲାକୁ ମଧ୍ୟ  ରାଜନୀତି  ରଙ୍ଗ ଦିଆଗଲାଣି । ସିବିଆଇ ତଦନ୍ତ ଦରକାର ନାହିଁ।ମାମଲାକୁ ସିବିଆଇକୁ ଦିଆଯିବାର ପ୍ରଶ୍ନ ଉଠୁନି ବୋଲି କହିଛନ୍ତି ମହାରାଷ୍ଟ୍ର ସରକାର ।

   Related Posts