ବଡ଼ ପରଦାରେ ରିଲିଜ ହେବ ସୁଶାନ୍ତ ସିଂହ ରାଜୁପୁତଙ୍କ ଫିଲ୍ମ ‘ଦିଲ୍ ବେଚାରା’, ପ୍ରଥମେ ଓଟିଟି ଫ୍ଲାଟଫର୍ମରେ ଦେଖି ଥିଲେ ଦର୍ଶକ

Published By : Prameya-News7 Bureau | October 09, 2020 IST

 ମୁମ୍ବାଇ ୦୯/୧୦: ସୁଶାନ୍ତ ସିଂହ ରାଜପୁତଙ୍କ ଅଭିନୀତ ଶେଷ ଫିଲ୍ମ ‘ଦିଲ ବେଚାରା’ ଓଟିଟି ପ୍ଲାଟଫର୍ମରେ ପ୍ରଥମେ ରିଲିଜ୍ ହୋଇଥିଲା। ତେବେ ଡିଜିଟାଲ ଫ୍ଲାଟଫର୍ମରେ ଏହାକୁ ଲୋକେ ବେଶ ପସନ୍ଦ କରିଥିଲେ। ଏବେ କିନ୍ତୁ ଥିଏଟର ଅର୍ଥାତ୍ ବଡ଼ ପରଦାରେ ରିଲିଜ ହେବା ନେଇ ସରକାର ଘୋଷଣା କରିଛନ୍ତି। ଅକ୍ଟୋବର ୧୫ରୁ ଅନେକ ସିନେମା ଓ ମଲ୍ଟିପ୍ଲେକ୍ସ ଖୋଲିବ। ଏଣୁ ‘ଦିଲ ବେଚରା’ ସମେତ ‘ଇନ୍ଦୁ କି ଯବାନୀ’, ‘ଟେନେଟ୍’ ଆଦି ଫିଲ୍ମ ବଡ଼ ପରଦାରେ ରିଲିଜ୍ ହେବା ସମ୍ଭାବନା ରହିଛି।

ଡିଜନୀ ହଟଷ୍ଟାରରେ ଦିଲ ବେଚାରାକୁ ଅଦ୍ଭୂତପୂର୍ବ ସଫଳତା ମିଳିଥିବାରୁ ନିର୍ମାତା ଏହାକୁ ବଡ଼ ପରଦାରେ ରିଲିଜ କରିବା ନିଷ୍ପତ୍ତି ନେଇ ଥିଲେ। ଥିଏଟର ଖୋଲିବା ପରେ ଏହାର ଚର୍ଚା ଅଧିକ ହୋଇଛି। କହିବାକୁ ଗଲେ ମାର୍ଚ ପରେ ଥିଏଟର ମାଲିକଙ୍କ ରୋଜଗାର ଏକପ୍ରକାର ଠପ୍ ହୋଇଯାଇଛି। ଏବେ ଏ ସୁଯୋଗର ଫାଇଦା ଉଠାଇବାକୁ ସେମାନେ ଚାହିଁ ବସିଛନ୍ତି।

ତେବେ ବଡ଼ ପରଦାରେ ‘ଦିଲ ବେଚାରା’ କେବେ ରିଲିଜ ହେବ ସେନେଇ କୌଣସି ତାରିଖ ଏ ଯାଏଁ ଠିକ୍ ହୋଇ ନାହିଁ। ମାତ୍ର ଅଭିନେତ୍ରୀ କିୟାରା ଆଡଭାନୀଙ୍କ ଫିଲ୍ମ ‘ଇନ୍ଦୁ କି ଯବାନୀ’ ନଭେମ୍ବର ପ୍ରଥମ ସପ୍ତାହରେ ରିଲିଜ ହୋଇପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.