ମୁମ୍ବାଇ ପୋଲିସ କହିଲା ଆତ୍ମହତ୍ୟା କରିଛନ୍ତି ସୁଶାନ୍ତ, ନ୍ୟାୟିକ ତଦନ୍ତ ଦାବି ଉଠିଲା

Published By : Prameya-News7 Bureau | June 14, 2020 IST

ମୁମ୍ବାଇ ୧୪।୦୬: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ସଭିଙ୍କୁ ହତଚକିତ କରିଛି। ସୁଶାନ୍ତ କେଉଁ କାରଣ ପାଇଁ ଏମିତି ଚରମ ନିଷ୍ପତ୍ତି ନେଲେ ତାକୁ ନେଇ ଅନେକ କଳ୍ପନା ଜଳ୍ପନା ଜାରି ରହିଛି। ଏହା ମଧ୍ୟରେ ମୁମ୍ବାଇ ପୋଲିସ ପ୍ରଥମ ଥର ଏହି ମାମଲାରେ ନିଜର ପ୍ରତିକ୍ରିୟା ଦେଇଛି। ମୁମ୍ବାଇ ପୋଲିସ କହିଛି ଯେ, ଯାଞ୍ଚ ବେଳେ କୌଣସି ସୁଇସାଇଡ୍‌ ନୋଟ୍‌ ମିଳିନାହିଁ। ଏବ ଯାଞ୍ଚ ଜାରି ରହିଛି। ଅନ୍ୟପଟେ ତାଙ୍କ ମାମୁଁ ନ୍ୟାୟିକ ତଦନ୍ତ ଦାବି କରିଛନ୍ତି।

ମୁମ୍ବାଇ ପୋଲିସର ମୁଖପାତ୍ର ଡିସିପି ପ୍ରଣୟ ଅଶୋକ ସୁଶାନ୍ତ ଆତ୍ମହତ୍ୟା କରିଥିବା କହିଛନ୍ତି। ଅଭିନେତାଙ୍କ ଘରୁ କୌଣସି ସୁଇସାଇଡ୍‌ ନୋଟ୍‌ ମିଳିନାହିଁ। ପୋଲିସ୍ ମାମଲାର ଯାଞ୍ଚ କରୁଛି। ପୋଲିସ ସୂତ୍ର ଅନୁଯାୟୀ, ସୁଶାନ୍ତ ଗତ ଛଅ ମାସ ମାନସିକ ଚାପ ଦେଇ ଗତି କରୁଥିଲେ। ତାଙ୍କ ଚାକର ଫୋନ୍‌ କରି ସୁଶାନ୍ତଙ୍କ ଆତ୍ମହତ୍ୟା ଖବର ବିଷୟରେ ସୂଚନା ଦେଇଥିଲେ।

{"id":286246,"sizeSlug":"large"}

ନ୍ୟାୟିକ ତଦନ୍ତ ଦାବି କଲେ ମାମୁଁ

ସୁଶାନ୍ତଙ୍କ ମୃତ୍ୟୁ ଖବରରେ ତାଙ୍କ ପରିବାର ଲୋକ ଦୁଃଖରେ ଭାଙ୍ଗି ପଡିଛନ୍ତି। ପୁଅର ଆତ୍ମହତ୍ୟା ଖବର ଶୁଣି ତାଙ୍କ ବୃଦ୍ଧ  ବାପାଙ୍କ ସ୍ଵାସ୍ଥ୍ୟ ବିଗିଡି ଯାଇଛି। ସୁଶାନ୍ତଙ୍କ ମାମା ଏବଂ ପରିବାର ଲୋକ ଏହି ଘଟଣାରେ ନ୍ୟାୟିକ ତଦନ୍ତ ଦାବି କରିଛନ୍ତି। ପରିବାର ଲୋକଙ୍କ ଅନୁଯାୟୀ ସୁଶାନ୍ତ ଏକ ବଙ୍ଗାଳୀ ଯୁବତୀଙ୍କୁ ନେଇ ଚିନ୍ତିତ ଥିଲେ। ପିତା କିଛି ଦିନ ଭିତରେ ସୁଶାନ୍ତଙ୍କୁ ଭେଟିଥାନ୍ତେ। ଏହା ମଧ୍ୟରେ ସୁଶାନ୍ତଙ୍କ ଦୁଃଖଦ ମୃତ୍ୟୁ ଖବର ଆସି ପହଞ୍ଚିଛି।

{"id":286247,"sizeSlug":"large"}

ପୋଲିସ ଅନୁଯାୟୀ ଘଟଣା ସମୟରେ  ସୁଶାନ୍ତ ସିଂହ ରାଜପୁତଙ୍କ କିଛି ସାଙ୍ଗ ଘରେ ଉପସ୍ଥିତ ଥିଲେ। କୁହାଯାଉଛି, ସୁଶାନ୍ତ ନିଜ ରୁମରେ ଥିଲେ। ବହୁ ସମୟ ଧରି ସେ  ରୁମରୁ ନବାହାରିବାରୁ ତାଙ୍କ ସାଙ୍ଗ ତାଙ୍କୁ ଫୋନ କରିବା ଆରମ୍ଭ କରିଥିଲେ। ଫୋନ ରିସିଭ୍ ନକରିବାରୁ ତାଙ୍କ ରୁମର କବାଟ ଭଙ୍ଗା ଯାଇଥିଲା। ସାଙ୍ଗମାନେ ସୁଶାନ୍ତଙ୍କ ଶରୀର ଝୁଲନ୍ତା ଅବସ୍ଥାରେ ଥିବା ଦେଖିବାକୁ ପାଇଲେ। ଘଟଣା ପରେ ଚାକର ପୋଲିସକୁ ଏହାର ସୂଚନା ଦେଇଥିଲେ।

ସୁଶାନ୍ତଙ୍କ ସାଙ୍ଗଙ୍କ କହିବା କଥା ସେ ଗତ ଅନେକ ମାସ ହେବ ମାସନିକ ଅବସାଦରେ ରହୁଥିଲେ। ସୁଶାନ୍ତ ସିଂହ ରାଜପୁତଙ୍କ ପୂର୍ବତନ ପ୍ରେମିକା ଅଙ୍କିତା ଲୋଖଣ୍ଡେ ଜଣେ ବିଜନେସମ୍ୟାନଙ୍କ ସହିତ ଗତ ସପ୍ତାହରେ ନିର୍ବନ୍ଧ କରିଥିଲେ।  ସୁଶାନ୍ତଙ୍କ ମ୍ୟାନେଜର ଥିବା ଦିଶା ସାଲିୟନ ମଧ୍ୟ ପାଞ୍ଚ ଦିନ ପୂର୍ବେ ଆତ୍ମହତ୍ୟା କରିଥିଲେ। ସୂତ୍ର ଅନୁଯାୟୀ ଏହି ମାମଲାରେ ସୁଶାନ୍ତଙ୍କୁ ମଧ୍ୟ ପଚରାଉଚୁରା କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.