Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲିଫ୍ଟ ମାଗି ଯାଉଥିଲେ ଘରକୁ, ଦୁର୍ଘଟଣାରେ ମା’ପୁଅ ସମେତ ୪ ଜଣଙ୍କ ମୃତ୍ୟୁ
  • ||
  • ଦେଶରେ ତଳମୁହାଁ କରୋନା ଗ୍ରାଫ୍: ଓଡ଼ିଶାରେ ମଧ୍ୟ ହ୍ରାସ ପାଇଛି ସଂକ୍ରମଣ
  • ||
  • ସ୍କୁଲ ଫି’ ଛାଡ଼ ମାମଲା: ସପ୍ତାହେ ଭିତରେ ରିପୋର୍ଟ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||
  • ଦୁର୍ବଳ ହେଉଛି ଭାରତୀୟ ଆଖି
  • ||
  • ପୁରୀ : ସ୍ବର୍ଗଦ୍ବାରରୁ ହଟିଲା କଟକଣା, ଏଣିକି ଅନ୍ୟ ଜିଲ୍ଲାର ଶବ ହେବ ସତ୍କାର
  • ||
  • ଲଦାଖ: ଡେମଚୋକ୍‌ରେ ଭାରତୀୟ ସେନା ହାତରେ ଧରାପଡିଲେ ଚୀନ ସୈନିକ, ମିଳିଛି ଗୁରୁତ୍ଵପୂର୍ଣ୍ଣ ଦସ୍ତାବିଜ
  • ||
  • ଘରୋଇ କର୍ମଚାରୀଙ୍କ ପାଇଁ ବଡ ଖବର : ଦୀପାବଳି ପୂର୍ବରୁ ନୂଆ ପ୍ୟାକେଜ୍ ଘୋଷଣା କରିପାରନ୍ତି ସରକାର
  • ||
  • ଲୋକ ଭବନ ସମ୍ମୁଖରେ ଦୁଇ ଶିଶୁ ସହ ପତି-ପତ୍ନୀଙ୍କ ଆତ୍ମଦାହ ଉଦ୍ୟମ, ଉଦ୍ଧାର କଲା ପୋଲିସ
  • ||
  • ପୁଅ ଆସି ପଡୋଶୀଙ୍କୁ କହିଲା-ବାପା ଉଠୁନାହାନ୍ତି, ଦେଖିଲା ବେଳକୁ ଘରେ ପଡିଥିଲା ଦୁଇଟି ମୃତଦେହ
  • ||
  • ଗେହଲଟ୍ ସରକାରଙ୍କ ନିଷ୍ପତ୍ତି: ୧୩ ଅନ୍ତରାଷ୍ଟ୍ରୀୟ ଖେଳାଳିଙ୍କୁ ୨୫-୨୫ ଏକର ଜମି ଆବଣ୍ଟନ କରିବାକୁ ଘୋଷଣା
  • ||

ଆଜି ଖୋଲିବ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ରହସ୍ୟ : ଭିସେରା ରିପୋର୍ଟ କହିବ ହତ୍ୟା ନା ଆତ୍ମହତ୍ୟା!

18/09/2020 at 12:45 PM

ନୂଆଦିଲ୍ଲୀ ୧୮/୯: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁର ରହସ୍ୟ ଏବେ ଖୋଲିଯିବ। ଖୁବ୍ ଶୀଘ୍ର ଏମ୍ସର ଫରେନସିକ୍ ଟିମ୍ ଅଭିନେତାଙ୍କ ମୃତ୍ୟୁର କାରଣର ଖୁଲାସା କରିବ। ଆଜି ସୁଶାନ୍ତ ସିଂହ ରାଜପୁତଙ୍କ ଭିସେରା ରିପୋର୍ଟ ଆସିବ। ବିସେରା ରିପୋର୍ଟ ମିଳିବା ପରେ ଏମ୍ସର ଡାକ୍ତରଙ୍କ ପ୍ୟାନେଲ୍ ସୁଶାନ୍ତଙ୍କ ମୃତ୍ୟୁ ଉପରେ ଅନ୍ତିମ ଥର ବୈଠକରେ ବସିବ। ଏହି ବୈଠକରେ ସୁଶାନ୍ତଙ୍କ ଭିସେରା ଏବଂ ପୋଷ୍ଟମର୍ଟମ ରିପୋର୍ଟ ଉପରେ କଥାବାର୍ତ୍ତା ହେବ।

ଭିସେରା ରିପୋର୍ଟରୁ ପରିଷ୍କାର ହେବ ଯେ ସୁଶାନ୍ତଙ୍କୁ ବିଷ ଦିଆଯାଇଥିଲା ନା ନାହିଁ। ଏହା ପୂର୍ବରୁ କଲିନା ଫରେନସିକ ନିଜ ରିପୋର୍ଟରେ ଭିସେରା ରିପୋର୍ଟକୁ ନେଗେଟିଭ କହିଥିଲା। ପୁଣି ଥରେ ସାମନାକୁ ଆସିଥିବା ଏହି ରିପୋର୍ଟ ସୁଶାନ୍ତଙ୍କ ୨୦ପ୍ରତିଶତ ଭିସେରା ଯାଞ୍ଚ ଉପରେ ପ୍ରସ୍ତୁତ କରାଯାଇଛି। କାରଣ ମୁମ୍ବାଇ ପୋଲିସ୍ ସୁଶାନ୍ତଙ୍କ ୮୦ପ୍ରତିଶତ ଭିସେରା ନିଜ ତଦନ୍ତରେ ବ୍ୟବହାର କରି ନେଇଥିଲା।

ଭିସେରା ରିପୋର୍ଟ ସୁଶାନ୍ତଙ୍କ ମୃତ୍ୟୁର ସମୟ ମଧ୍ୟ କହିବ। ସୁଶାନ୍ତ ମାମଲାର ଯାଞ୍ଚ ଏନସିବି,ଇଡି ଏବଂ ସିବିଆଇ ମଧ୍ୟ କରୁଛନ୍ତି।

   Related Posts