ଆସିଲା ସୁଶାନ୍ତ ସିଂହଙ୍କ ଫରେନସିକ୍ ଭିସେରା ରିପୋର୍ଟ

Published By : Prameya-News7 Bureau | July 28, 2020 IST

ମୁମ୍ବାଇ ୨୮/୭: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପରଲୋକକୁ ମାସେରୁ ଅଧିକ ଦିନ ବିତିଗଲାଣି। ଏବେ ତାଙ୍କ ଫରେନସିକ୍ ଭିସେରା ରିପୋର୍ଟ ସାମନାକୁ ଆସିଛି। ମୁମ୍ବାଇ ପୋଲିସକୁ ଦିଆଯାଇଥିବା ଏହି ରିପୋର୍ଟରେ କୌଣସି ପ୍ରକାର ଆଶଙ୍କା ହେବାର ମନା କରାଯାଇଛି। ଏବେ ସୁଶାନ୍ତଙ୍କ ନଖର ନିଆଯାଇଥିବା ସାମ୍ପୁଲ୍ ରିପୋର୍ଟ ଆସିବା ବାକି ରହିଛି।

{"id":306620,"sizeSlug":"large"}

ନଖ ରିପୋର୍ଟ ଆସିବା ପରେ ହିଁ ଏହା ଜଣା ପଡ଼ିବ ଯେ ସୁଶାନ୍ତ କାହା ସହ ମାଡ଼ପିଟ କରିଥିଲେ କି ନାହିଁ। ଏହା ପୂର୍ବରୁ ମଧ୍ୟ ସୁଶାନ୍ତଙ୍କ ଏକ ଭିସେରା ରିପୋର୍ଟ ସାମନାକୁ ଆସିଥିଲା। ସେଥିରେ ମଧ୍ୟ ସୁଶାନ୍ତଙ୍କ ସହ କୌଣସି ଦୁର୍ଘଟଣା ଘଟିଥିବାର କଥା ସାମନାକୁ ଆସିନଥିଲା। ସେହି ରିପୋର୍ଟରେ କୁହାଯାଇଥିଲା ଯେ ଶ୍ବାସରୁଦ୍ଧ ହୋଇ ତାଙ୍କ ମୃତ୍ୟୁ ହୋଇଥିଲା।

{"id":306621,"sizeSlug":"large"}

ସୁଶାନ୍ତ ଜୁନ୍ ୧୪ତାରିଖରେ ମୁମ୍ବାଇ​‌ରେ ନିଜ ଫ୍ଲାଟରେ ସୁଇସାଇଡ କରି ନେଇଥିଲେ। ତାଙ୍କ ମୃତ୍ୟୁ ପରଠୁ ବଲିଉଡ ଇଣ୍ଡଷ୍ଟ୍ରି​‌ରେ ନେପୋଟିଜମର ବିବାଦ ତେଜିଛି। ଲୋକେ ଲଗାତାର ନେପୋଟିଜମକୁ ନେଇ ଷ୍ଟାରକିଡସ୍ ସମେତ କେତେକ ଷ୍ଟାରଙ୍କୁ ଟ୍ରୋଲ୍ କରୁଛନ୍ତି।

{"id":306622,"sizeSlug":"large"}

ଏହି ମାମଲାରେ ପୋଲିସ୍ ସବୁ ଆଡ଼ୁ ଯାଞ୍ଚ କରୁଛି। ସନ୍ଦେହ ଘେରରେ ଆସିଥିବା ବ୍ୟକ୍ତିଙ୍କୁ ପୋଲିସ୍ ପଚରାଉଚୁରା କରୁଛି। ଏବେ ସୁଦ୍ଧା ୪୦ଜଣଙ୍କୁ ପଚରାଉଚୁରା କରି ସେମାନଙ୍କ ବୟାନ ରୁଜୁ କରାଯାଇଛି। ନିକଟରେ ଫିଲ୍ମ ନିର୍ମାତା,ନିର୍ଦେଶକ ମହେଶ ଭଟ୍ଟଙ୍କୁ ୨ଘଣ୍ଟା ଯାଏଁ ପଚରାଉଚୁରା କରିଛି।

{"id":306623,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.