ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଶ୍ରାଦ୍ଧ ବାର୍ଷିକୀ ପୂର୍ବରୁ ଭଉଣୀ ଶ୍ବେତା ସିଂ ସେୟାର କଲେ ଇମୋସନାଲ୍ ପୋଷ୍ଟ, ଲେଖିଲେ ଏମିତି…

Published By : Prameya-News7 Bureau | May 27, 2021 IST

ମୁମ୍ବାଇ ୨୭।୫: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଜୁନ୍ ୧୪ ତାରିଖରେ ବର୍ଷେ ପୁରିବ । ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ରହସ୍ୟ ଉପରୁ ଏପର୍ଯ୍ୟନ୍ତ ପରଦା ହଟିପାରିନାହିଁ । ଏହି ସମୟରେ ସୁଶାନ୍ତ ସିଂ ରାଜପୁତଙ୍କ ପ୍ରଥମ ବାର୍ଷିକୀ ପୂର୍ବରୁ ତାଙ୍କ ଭଉଣୀ ଶ୍ବେତା ସିଂ କିର୍ତ୍ତୀ କହିଛନ୍ତି ଯେ, ସେ ଏକ ମାସ ପାହାଡରେ ରହିବେ ଏବଂ ସୁଶାନ୍ତଙ୍କ ସ୍ମୃତିକୁ ତାଜା କରିବେ ।

ବୁଦ୍ଧ ପୂର୍ଣ୍ଣିମା ଅବସରରେ ଶ୍ବେତା ଏକ ଟ୍ବିଟ୍ କରି ଲେଖିଥିଲେ ଯେ, ‘ମୁଁ ଜୁନ୍ ମାସ ପାଇଁ ପାହାଡ ଉପରେ ଏକାନ୍ତବାସରେ ରହିବି । ସେଠାରେ ଇଣ୍ଟରନେଟ୍ କିମ୍ବା ମୋବାଇଲ ସେବା ଉପଲବ୍ଧ ହେବନାହିଁ । ଭାଇଙ୍କ ଦେହାନ୍ତର ଏକ ବର୍ଷ ପୂର୍ତ୍ତି ମୁଁ ତାଙ୍କ ସ୍ମୃତି ସହିତ ଶାନ୍ତିରେ ବିତାଇବି । ଯଦିଓ ସେ ଶାରୀରିକ ଭାବେ ଆମକୁ ପ୍ରାୟ ଏକ ବର୍ଷ ପୂର୍ବେ ଛାଡି ଦେଇଥିଲା, ତଥାପି ସେ ଯେଉଁ ମୂଲ୍ୟବୋଧ ପାଇଁ ଛିଡା ହୋଇଥିଲେ ତାହା ଏବେ ବି ରହିଛି । ସମସ୍ତଙ୍କୁ ବୁଦ୍ଧ ପୂର୍ଣ୍ଣିମାର ହାର୍ଦ୍ଧିକ ଶୁଭକାମନା ।’

wp:html /wp:html

ଉଲ୍ଲେଖଯୋଗ୍ୟ ଯେ, ଜୁନ୍ ୧୪ ତାରିଖ ୨୦୨୦ରେ ସୁଶାନ୍ତ ସିଂ ରାଜପୁତ ନିଜ ମୁମ୍ବାଇ ସ୍ଥିତ ଆପାର୍ଟମେଣ୍ଟରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ । ଏହାପରେ ତାଙ୍କ ପରିବାର ତାଙ୍କ ଗର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ଆତ୍ମହତ୍ୟା ପାଇଁ ଉସକାଇଥିବା ଅଭିଯୋଗ କରିଥିଲେ । ନିକଟରେ ସୁଶାନ୍ତଙ୍କ ଚଳଚ୍ଚିତ୍ର ଛିଛୋରେ ୬୭ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ଶ୍ରେଷ୍ଠ ଚଳଚ୍ଚିତ୍ର (ହିନ୍ଦୀ) ପୁରସ୍କାର ଲାଭ କରିଥିଲା । ଏହି ପୁରସ୍କାର ଗ୍ରହଣ କରି ଫିଲ୍ମର ନିର୍ମାତା ସାଜିଦ ନାଦିଆଡୱାଲା ତାଙ୍କ ଉଦ୍ଦେଶ୍ୟରେ ଏହି ପୁରସ୍କାର ଉତ୍ସର୍ଗ କରିଥିଲେ ଏବଂ କହିଥିଲେ ଯେ NGE ତରଫରୁ ମୁଁ ଏହି ସମ୍ମାନଜନକ ପୁରସ୍କାର ସୁଶାନ୍ତ ସିଂ ରାଜପୁତଙ୍କୁ ଉତ୍ସର୍ଗ କରୁଛି । ଆମେ ତାଙ୍କ ଅଭାବକୁ କେବେବି ପୂରଣ କରିପାରିବୁ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.