ରାକ୍ଷୀରେ ସୁଶାନ୍ତଙ୍କୁ ମିସ୍ କଲେ ଭଉଣୀ ରାଣୀ, ଲେଖିଲେ ଇମୋସନାଲ ନୋଟ୍

Published By : Prameya-News7 Bureau | August 03, 2020 IST

ମୁମ୍ବାଇ ୩।୮: ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଏହି ଅବସରରେ ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କୁ ମନେପକାଇଲେ ତାଙ୍କ ଭଉଣୀ । ସୁଶାନ୍ତଙ୍କ ଉଦ୍ଦେଶ୍ୟରେ ଭଉଣୀ ରାଣୀ ଇମୋସନାଲ ନୋଟ୍ ଲେଖିଛନ୍ତି ।

ରାଣୀ ଲେଖିଛନ୍ତି, “ଗୁଲଶନ୍, ମୋ ଛୁଆ… ଆଜି ମୋର ଦିନ… ଆଜି ତୁମର ଦିନ… ଆଜି ଆମର ଦିନ… ଆଜି ହେଉଛି ରାକ୍ଷୀ… ୩୫ ବର୍ଷ ପରେ ଆଜି ପ୍ରଥମ ଥର ଏମିତି ହୋଇଛି । ଦୀପ ମଧ୍ୟ ଅଛି, ହଳଦୀ ଚନ୍ଦନ ଟୀକା ଅଛି, ମିଠା ଅଛି, ରାକ୍ଷୀ ମଧ୍ୟ ଅଛି। କିନ୍ତୁ ସେହି ଚେହେରା ନାହିଁ ଯାହାକୁ ଦେଖିପାରିବି। ସେ କପାଳ ନାହିଁ ଯେଉଁଛି ଚୀକା ଲଗାଇପାରିବି। ସେହି ହାତ ନାହିଁ, ଯେଉଁଥିରେ ରାକ୍ଷୀ ବାନ୍ଧିପାରିବି। ସେହି ପାଟି ନାହିଁ, ଯେଉଁଥିରେ ମିଠା ଖୁଆଇପାରିବି। ସେ ଭାଇ ଆଜି ନାହିଁ, ଯାହାକୁ ମୁଁ କୋଳେଇପାରିବି।

ବହୁ ବର୍ଷ ପୂର୍ବେ, ଯେତେବେଳେ ତୁ ଆସିଥିଲୁ ଜୀବନ ଉଜ୍ବଳ ହୋଇଉଠିଥିଲା। ଯେତେବେଳେ ତୁ ଥିଲୁ, ସେତେବେଳେ ଖାଲି ଆଲୋକ ଥିଲା । ଏବେ ତୁ ନାହୁଁ, ମୁଁ କ’ଣ କରିବି ଜାଣେ ନାହିଁ ? ମୁଁ ତୋ ବିନା ବଞ୍ଚିପାରିବି ନାହିଁ । ଏହା ଘଟିବ ବୋଲି କେବେ ଭାବି ନଥିଲି। ଆମେ ଏକାଠି ଅନେକ ଜିନିଷ ଶିଖିଛେ। ମୁଁ ତୋ ବିନା ଏକାକୀ ରହିବି କେମିତି। ତୁ ହିଁ କହ।”

ସୂଚନାଯୋଗ୍ୟ ଯେ, ଜୁନ୍ ୧୪ରେ ବାନ୍ଦ୍ରା ସ୍ଥିତ ନିଜ ଫ୍ଲାଟରେ ସୁଶାନ୍ତ ସିଂ ରାଜପୁତଙ୍କର ମୃତ୍ୟୁ ହୋଇଥିଲା । ସୁଶାନ୍ତଙ୍କ ମୃତ୍ୟୁ ପରେ ରାକ୍ଷୀ ଅବସରରେ ତାଙ୍କ ଭଉଣୀ ତାଙ୍କୁ ବହୁତ ମନେ ପକାଉଛନ୍ତି। ପ୍ରତିବର୍ଷ ପରି ସେ ଏ ବରେଷ ସୁଶାନ୍ତଙ୍କ ହାତରେ ରାକ୍ଷୀ ବାନ୍ଧିପାରିଲେନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.