Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

‘ହତ୍ୟାକାରୀ’ ଆକ୍ଷେପ କରିଥିଲେ ଅର୍ଣ୍ଣବ, ମାନହାନୀ ମୋକଦ୍ଦମା କରି ୨୦୦ କୋଟି ଟଙ୍କା ଦାବି କଲେ ସୁଶାନ୍ତ ସିଂହଙ୍କ ସାଙ୍ଗ ସନ୍ଦୀପ ସିଂହ

16/10/2020 at 10:19 PM

ନୂଆଦିଲ୍ଲୀ ୧୬।୧୦: ଅର୍ଣ୍ଣବ ଗୋସ୍ଵାମୀଙ୍କ ନାମରେ ପୁଣି ଆଉ ଏକ ମାମଲା। ମାନହାନୀ କେସ୍ କରିଛନ୍ତି ସୁଶାନ୍ତ ସିଂହ ରାଜପୁତଙ୍କ ସାଙ୍ଗ ତଥା ଚଳଚ୍ଚିତ୍ର ନିର୍ମାତା ସନ୍ଦୀପ ସିଂହ। ତାଙ୍କୁ ବଦନାମ କରିବା ଏବଂ ତାଙ୍କ ସମ୍ମାନ ଓ ଭାବମୂର୍ତ୍ତି କ୍ଷୂର୍ଣ୍ଣ କରିବା ଅଭିଯୋଗରେ ସେ ରିପ୍ଲବିକ୍ ଟିଭିର ମୁଖ୍ୟ ସଂପାଦକ ଅର୍ଣ୍ଣବ ଗୋସ୍ଵାମୀଙ୍କ ବିରୋଧରେ ଏହି  ମାନହାନୀ ମୋକଦ୍ଦମା ଦାୟର କରିଛନ୍ତି। ଏଥିସହ କ୍ଷତିପୂରଣ ଭାବେ ୨୦୦ କୋଟି ଟଙ୍କା ଦାବି କରିଛନ୍ତି।

ସନ୍ଦୀପ ସିଂହ ଅଭିଯୋଗ କରିଛନ୍ତି, ରିପବ୍ଲିକ୍ ଟିଭି ସର୍ବସାଧାରଣରେ ତାଙ୍କର ଭାବମୂର୍ତ୍ତି କ୍ଷୂର୍ଣ୍ଣ କରିଛନ୍ତି ଏବଂ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ତାଙ୍କୁ ମୁଖ୍ୟ ଷଡଯନ୍ତ୍ରକାରୀ ଏବଂ ହତ୍ୟାକାରୀ ବୋଲି କହିଛନ୍ତି।

ଆଡଭୋକେଟ୍ ରାଜେଶ  କୁମାରଙ୍କ ମାଧ୍ୟମରେ ପଠାଯାଇଥିବା ନୋଟିସ୍‌ରେ କୁହାଯାଇଛି ଯେ, ଚ୍ୟାନେଲର କାର୍ଯ୍ୟକଳାପ ଭାରତୀୟ ଦଣ୍ଡବିଧି ସଂହିତା ଧାରା ୪୯୯ ଉଲ୍ଲଂଘନ କରିଛି, ଯାହା ଧାରା ୫୦୦ ଅନୁଯାୟୀ ସେ ଦଣ୍ଡନୀୟ।

ଚ୍ୟାନେଲ ସମସ୍ତ ମନ୍ଦ ଫୁଟେଜ୍, ଲେଖା କାଟିବା ସହ ଏସ ସିଂହଙ୍କ ବିରୋଧରେ ସମସ୍ତ ପ୍ରସାରଣ ବନ୍ଦ କରିବାକୁ ନୋଟିସ୍‌ରେ ଦାବି କରାଯାଇଛି। ସନ୍ଦୀପ ସିଂହ କହିଛନ୍ତି ଗତ ଚାରି ମାସରେ ମୁଁ ଯେଉଁ ଛବି ଏବଂ  ସମ୍ମାନ ହରାଇଲି, ଅର୍ଥ ଏକାକୀ ତାର ଭରଣା କରି ପାରିବ ନାହିଁ। ଫିଲ୍ମ ନିର୍ମାତା ଭାବେ ନିଜର ପ୍ରତିଷ୍ଠା ତିଆରି ପାଇଁ ୨୦ ବର୍ଷ ପର୍ଯ୍ୟନ୍ତ ସଂଘର୍ଷ କରିଛି। କିନ୍ତୁ ଚ୍ୟାନେଲ ମୋତେ ଚାରି ମାସ ଧରି ବଦନାମ କରି ଚାଲିଛି।

   Related Posts