Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଧରା ପଡ଼ିଗଲା ସନ୍ଦୀପ ସିଂହଙ୍କ ମିଛ : ବର୍ଷେ ହେଲାଣି ସୁଶାନ୍ତଙ୍କ ସହ ଫୋନରେ କଥା ହୋଇନାହାନ୍ତି କିନ୍ତୁ କହୁଥିଲେ ଘନିଷ୍ଠ ବନ୍ଧୁ

25/08/2020 at 2:48 PM

ମୁମ୍ବାଇ ୨୫/୮: ସୁଶାନ୍ତ ସିଂହ ରାଜପୁତଙ୍କ ମାମଲାରେ ଏକ ନୂଆ ମୋଡ଼ ଆସିଛି। ସୁଶାନ୍ତଙ୍କୁ ନିଜ ଘନିଷ୍ଠ ବନ୍ଧୁ କହୁଥିବା ଫିଲ୍ମ ନିର୍ମାତା ସନ୍ଦୀପ ସିଂହଙ୍କ କଲ୍ ଡିଟେଲ୍ ସାମନାକୁ ଆସିଛି। ଏଥିରୁ ବଡ଼ ଖୁଲାସା ହୋଇଛି ଯେ ଗତ ବର୍ଷେ ମଧ୍ୟରେ ସନ୍ଦୀପ ସିଂହ ଏବଂ ସୁଶାନ୍ତ ସିଂହ ରାଜପୁତଙ୍କ ମଧ୍ୟରେ କୌଣସି କଥାବାର୍ତ୍ତା ହୋଇନଥିଲା। ସୁଶାନ୍ତ ପରିବାର ସନ୍ଦୀପ ସିଂହଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି।

କଲ୍ ଡିଟେଲ୍ସ ମୁତାବକ,ସନ୍ଦୀପ ସିଂହ ଗତ ବର୍ଷେ ମଧ୍ୟରେ ସୁଶାନ୍ତଙ୍କୁ ଥରେ ବି ଫୋନ୍ କରି ନାହାନ୍ତି। ଏହା ସତ୍ବେ ସେ ନିଜକୁ ସୁଶାନ୍ତଙ୍କ ଘନିଷ୍ଠ ବନ୍ଧୁ କହିଛନ୍ତି। ସୁଶାନ୍ତଙ୍କ ପରିବାର ପ୍ରଥମ ଦିନରୁ ଏହା ଦାବି କରି ଆସୁଥିଲେ ଯେ ସେ ସନ୍ଦୀପ ସିଂହଙ୍କୁ ଜାଣି ନାହାନ୍ତି। ତାଙ୍କୁ ଏହା ମଧ୍ୟ ଜଣା ନଥିଲା ଯେ ସନ୍ଦୀପ ସୁଶାନ୍ତଙ୍କ ଘନିଷ୍ଠ ବନ୍ଧୁ ଥିଲେ। ସୁଶାନ୍ତ ସିଂହଙ୍କ ମୃତ୍ୟୁ ପରେ ସନ୍ଦୀପ ସିଂହ ସବୁଠୁ ଆଗେ ନଜର ଆସିଥିଲେ। ହସ୍ପିଟାଲଠୁ ଆରମ୍ଭ କରି ଶ୍ମଶାନ ଘାଟ ଯାଏଁ ସନ୍ଦୀପ ସିଂହ ସବୁଠୁ ଆଗେ ଦେଖା ଦେଇଥିଲେ। କୁପର ହସ୍ପିଟାଲରେ ସମସ୍ତ କାମ ସନ୍ଦୀପ ସିଂହଙ୍କ ଦେଖାଶୁଣାରେ ହୋଇଥିଲା। ସୁଶାନ୍ତଙ୍କ ଭଉଣୀ ସହ ମଧ୍ୟ ସନ୍ଦୀପ ସିଂହ ଦେଖା ଯାଇଥିଲେ।

କିନ୍ତୁ ଏବେ ଯେଉଁଭଳି ଭାବେ ସନ୍ଦୀପ ସିଂହଙ୍କୁ ନେଇ ପ୍ରଶ୍ନ ଉଠୁଛି ଏହାକୁ ନେଇ ଅନୁମାନ ଲଗାଯାଉଛି ଯେ ସନ୍ଦୀପ ସିଂହଙ୍କୁ କ’ଣ କିଏ ହସ୍ପିଟାଲକୁ ପଠାଇଥିଲେ? କାରଣ ସୁଶାନ୍ତଙ୍କ ସହ ତ ତାଙ୍କର ବର୍ଷେ ହେବ କୌଣସି କଥାବାର୍ତ୍ତା ହୋଇନାହିଁ,ତେବେ​‌ ସେ କାହିଁକି ସବୁ କାମରେ ଆଗେ ବାହାରୁଥିଲେ। ସନ୍ଦୀପ ସିଂହଙ୍କ ଦୁବାଇ କନେକ୍ସନ୍ କଥା ମଧ୍ୟ ସାମନାକୁ ଆସୁଛି।

ସନ୍ଦୀପ ସିଂହ ପୂର୍ବରୁ ଏକ ସାକ୍ଷାତକାରରେ କହିଥିଲେ ଯେ ,‘ ଯେତେବେଳେ ସୁଶାନ୍ତଙ୍କ ମୃତ୍ୟୁ ବିଷୟରେ ଜଣା ପଡ଼ିଥିଲା ସେତେବେଳେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେ ୧୦ମିନିଟ୍ ଯାଏଁ କିଛି ବୁଝିପାରିନଥିଲେ। ନୀତୁ ଦିଦି ଏବଂ ବାକି ଲୋକ ମଧ୍ୟ କିଛି କହି ପାରୁନଥିଲେ। ଘରେ କେବଳ ଜଣେ ମ୍ୟାନେଜର ଏବଂ ୩/୪ କେୟାରଟେକର ଥିଲେ। ସମସ୍ତେ ଶକ୍ତ ଧକ୍କା ପାଇଥିଲେ ଏବଂ କାନ୍ଦୁଥିଲେ। ପୋଲିସ୍ ନିଜ ଫର୍ମାଲିଟି ଭଲ ଭାବେ କରୁଥିଲା। ନୀତୁ ଦିଦି ପୂରା ବ୍ଲାଙ୍କ୍ ଥିଲେ। ଦିଦି ବିଶ୍ବାସ କରିପାରୁନଥିଲେ ଯେ ତାଙ୍କ ଗୁଲଶନ ଏପରି କେମିତି କରିଥିଲେ। ସୁଶାନ୍ତ ଜଣେ ଖୁସମିଜାଜ ପୁଅ ଥିଲେ। ତାଙ୍କୁ ନିଜ ଉପରେ ଦୃଢ଼ ବିଶ୍ବାସ ଥିଲା। ତାଙ୍କୁ ଜଣା ଥିଲା ଯେ ତାଙ୍କୁ କ’ଣ ଦରକାର। ତାଙ୍କୁ ଠିକ ଏବଂ ଭୁଲର ଅନ୍ଦାଜା ଥିଲା।

   Related Posts