ଆରମ୍ଭ ହେବ ସୁଶାନ୍ତ ସିଂହ ରାଜପୁତଙ୍କ ଫିଲ୍ମ 'ଚନ୍ଦା ମାମା ଦୂର କେ', ନିର୍ଦ୍ଦେଶକଙ୍କ ଉପରେ ଗମ୍ଭୀର ଆରୋପ ଲଗାଇଲେ ପ୍ରଶଂସକ

Published By : Prameya-News7 Bureau | January 09, 2021 IST

ମୁମ୍ଵାଇ ୦୯।୦୧: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପ୍ରଶଂସକ ଏ ପର୍ଯ୍ୟନ୍ତ ନିଜର ପ୍ରିୟ କଳାକାରଙ୍କୁ ଭୁଲି ପାରି ନାହାନ୍ତି। ସୁଶାନ୍ତଙ୍କ ଏକ ଫିଲ୍ମ ବହୁ ପୂର୍ବରୁ ଘୋଷଣା ହୋଇଥିଲା, ଯାହାର ନାମ 'ଚନ୍ଦା ମାମା ଦୂର କେ' ଥିଲା। ଏହି ଫିଲ୍ମରେ ସୁଶାନ୍ତଙ୍କୁ ଜଣେ ମହାକାଶଚାରୀ ଭୂମିକାରେ ଅଭିନୟ କରିବାର ଥିଲା। ହେଲେ କିଛି କାରଣରୁ ଏହି ଫିଲ୍ମ ଅଟକି ରହିଥିଲା ଏବଂ ସୁଟିଂ ଆରମ୍ଭ ହୋଇ ପାରିନଥିଲା। ହେଲେ ଏବେ ଏହି ଫିଲ୍ମ ପୁନର୍ବାର ଆରମ୍ଭ ହେବାକୁ ଯାଉଛି।

ଖୋଦ୍ ନିର୍ଦ୍ଦେଶକ ସଞ୍ଜୟ ପୂରଣ ସିଂହ ଫିଲ୍ମ ପୁନର୍ବାର ଆରମ୍ଭ ହେବାର ସୂଚନା ଦେଇଛନ୍ତି। ସେ ଏହା ମଧ୍ୟ କହିଛନ୍ତି ସୁଶାନ୍ତଙ୍କ ଜାଗାରେ ଏହି ଫିଲ୍ମରେ ଉକ୍ତ ଚରିତ୍ରରେ ଆଉ କିଏ ଅଭିନୟ କରିବା କଳ୍ପନା କରାଯାଇ ପାରିବ ନାହିଁ। ଏହି ଖବର ଆସିବା ପରେ ସୁଶାନ୍ତଙ୍କ ପ୍ରଶଂସକ ଅସନ୍ତୋଷ ପ୍ରକାଶ କରିଛନ୍ତି। ସୁଶାନ୍ତଙ୍କ ପରିବାର ସାଙ୍ଗ ସ୍ମିତା  ପାରିଖ ଟ୍ଵିଟ୍ କରି ନିର୍ମାତାଙ୍କୁ ନିବେଦନ କରିଛନ୍ତି ଯେ, ସୁଶାନ୍ତଙ୍କ ବିନା ଏହି ଫିଲ୍ମ କରାନଯାଉ।

wp:html /wp:html

ସୁଶାନ୍ତଙ୍କ ପ୍ରଶଂସକ ମଧ୍ୟ ଏହା ଉପରେ ଅସନ୍ତୋଷ ପ୍ରକାଶ କରି ନିର୍ମାତାଙ୍କ ଉପରେ ଅଭିଯୋଗ କରିଛନ୍ତି ଯେ, ସେ ଫିଲ୍ମ ଜରିଆରେ ସୁଶାନ୍ତଙ୍କ ନାମ ବ୍ୟବହାର କରି ଫାଇଦା ପାଇବାକୁ ଚାହୁଁଛନ୍ତି। ଏଥିପାଇଁ ଏହି ଫିଲ୍ମକୁ ବନ୍ଦ କରି ଦେବା ଉଚିତ୍। ସ୍ମିତା ଆଉ ଏକ ଟ୍ଵିଟ୍‌ରେ କହିଛନ୍ତି  ସୁଶାନ୍ତଙ୍କ ପରି ପରିଶ୍ରମୀ ଓ ସମର୍ପିତ ଭାବେ କେହି ଏହି ଚରିତ୍ରକୁ ନିଭାଇ ପାରିବେ ନାହିଁ।

ସୂଚନାଯୋଗ୍ୟ, 'ଚନ୍ଦା ମାମା ଦୂର କେ'ର ଘୋଷଣା ୨୦୧୭ରେ ହୋଇଥିଲା। ଏହା ପରେ ସୁଶାନ୍ତ ଆମେରିକାର ନାସାରେ ଅନେକ ଦିନ ପର୍ଯ୍ୟନ୍ତ ମହାକାଶଚାରୀର କଠିନ ପ୍ରଶିକ୍ଷଣ ମଧ୍ୟ ନେଇଥିଲେ। ହେଲେ ଏହି ଫିଲ୍ମର ସୁଟିଂ ଆରମ୍ଭ ହୋଇ ପାରିନଥିଲା। ଗତ ବର୍ଷ ଜୁନ ୧୪ରେ ସୁଶାନ୍ତ ସିଂହ ରାଜପୁତଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ  ଘଟିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.