ପୁଅ ମୃତ୍ୟୁର ୧୩ ଦିନ ପରେ ମୁହଁ ଖୋଲିଲେ ସୁଶାନ୍ତଙ୍କ ପିତା : କହିଲେ, 'ଠାକୁରଙ୍କୁ ମନାସି ୩ ବର୍ଷ ପରେ ପାଇଥିଲୁ...'

Published By : Prameya-News7 Bureau | June 26, 2020 IST

ପାଟଣା ୨୬/୦୬ : ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ନିଧନ ପରେ ସାରା ଦେଶ ଶୋକରେ ରହିଛି | ତାଙ୍କ ମୃତ୍ୟୁକୁ ୧୩ ଦିନ ବିତି ସାରିଛି | କିନ୍ତୁ ଏବେ ମଧ୍ୟ ଏହି ଘଟଣା ବିଶ୍ୱାସ ଯୋଗ୍ୟ ନୁହେଁ | ଏବେ ମଧ୍ୟ ତାଙ୍କ ପ୍ରଶଂସକ ବିଶ୍ୱାସ କରି ପାରୁନାହାନ୍ତି ଯେ ତାଙ୍କ ପ୍ରିୟ ଅଭିନେତା ଏ ଦୁନିଆରେ ଆଉ ନାହାନ୍ତି | ନିଜ ସରଳତାରେ ସେ ସମସ୍ତଙ୍କ ହୃଦୟ ଜିତିଥିଲେ | ନିଜ ପୁଅ ଉପରେ ପିତା କେ.କେ.ସିଂହଙ୍କୁ ମଧ୍ୟ ଖୁବ ଗର୍ବ ଥିଲା | ପୁଅର ପ୍ରତିଭା ଉପରେ ତାଙ୍କର କୌଣସି ସନ୍ଦେହ ନଥିଲା | କିନ୍ତୁ ସେ ନିଜ ପୁଅର ଦୁଃଖ ବୁଝି ପାରିନଥିଲେ ସେଥିପାଇଁ ସେ ବହୁତ ଦୁଃଖିତ | ସେ ଜାଣିପାରିନଥିଲେ ଯେ ତାଙ୍କର ଏକମାତ୍ର ପୁଅ ମନ ଭିତରେ କେଉଁ ଦୁଃଖକୁ ଲୁଚେଇ ରଖିଛି | ପୁଅ ମୃତ୍ୟୁର ଦୀର୍ଘ ୧୩ ଦିନ ପରେ ସେ ମୁହଁ ଖୋଲିଛନ୍ତି | ପୁଅକୁ ମନେପକାଇ ସେ ଭାବବିହ୍ୱଳ ହୋଇପଡିଛନ୍ତି |

୩୪ ବର୍ଷ ବୟସରେ ସୁଶାନ୍ତ ସିଂହ ସବୁଦିନ ପାଇଁ ଦୁନିଆ ଚଡି ଚାଲି ଯାଇଛନ୍ତି | ପୁଅର ମୃତ୍ୟୁ ଖବର ଶୁଣିବା ପରଠାରୁ ପିତା ଅବସାଦରେ ଅଛନ୍ତି | ଜୀବନର ଏହି ବୟସରେ ଏହିଭଳି ଏକ ଘଟଣା ତାଙ୍କୁ ସମ୍ପୂର୍ଣ ଭାଙ୍ଗି ଦେଇଛି | ଏକ ମାତ୍ର ପୁଅକୁ ହରାଇ ସେ ସମ୍ପୂର୍ଣ ଭାଙ୍ଗି ପଡିଛନ୍ତି | ନିକଟରେ ଏକ ସାକ୍ଷାତକାରରେ ସୁଶାନ୍ତଙ୍କ ପିତା କହିଛନ୍ତି ଯେ, ସେ ଏବଂ ତାଙ୍କ ପତ୍ନୀ ସୁଶାନ୍ତଙ୍କ ଜନ୍ମ ପାଇଁ ଠାକୁରଙ୍କୁ କେତେ ମନାସିଥିଲେ | ପୁଅ ଜନ୍ମ ପାଇଁ ସେ କେତେ ମାନସିକ ରଖିଥିଲେ |

ସେ କହିଛନ୍ତି, 'ସୁଶାନ୍ତଙ୍କ ଜନ୍ମ ପାଇଁ ସେ ଅନେକ ମାନସିକ କରିଥିଲେ | ୩ ବର୍ଷ ପର୍ଯ୍ୟନ୍ତ ବିଭିନ୍ନ ମନ୍ଦିର, ଧର୍ମପୀଠରେ ମାନସିକ ରଖିବା ପରେ ସୁଶାନ୍ତ ଜନ୍ମ ହୋଇଥିଲେ | ୪ ଝିଅରେ ସେ ଜଣେ ପୁଅ | କଥାରେ ଅଛି ମାନସିକ କରି ମାଗିଥିବା ଜିନିଷ ଏମିତି ହିଁ ଚାଲିଯାଏ | ଆମ ସହିତ ମଧ୍ୟ ଏହିଭଳି ହୋଇଛି | ସେ ସବୁଦିନ ପାଇଁ ଅମକୀ ଚଡି ଚାଲିଯାଇଛି |' ଏତିକି କହି ସେ ଭାବବିହ୍ୱଳ ହୋଇଯାଇଥିଏ | 

ସେ ଆଗକୁ କହିଥିଲେ ଯେ ଯାହା ହେବାର ଥିବ ତାହା ନିଶ୍ଚୟ ହେବ, କେହି ରୋକି ପରିବେନାହିଁ | କିନ୍ତୁ ସେ ବହୁତ କମ ସମୟରେ ବହୁତ କିଛି କରିଦେଇଥିଲେ | ତେବେ ଶେଷ ଆଡକୁ ସୁଶାନ୍ତଙ୍କ ସହିତ କଣ ହୋଇଥିଲା ତାହା ସେ ଜାଣିନାହାନ୍ତି ବୋଲି କହିଛନ୍ତି | ସୁଶାନ୍ତ ତାଙ୍କୁ କେବେ କିଛି କହିନାହାନ୍ତି ବୋଲି ତାଙ୍କ ପିତା କହିଛନ୍ତି | ସେମାନେ ମଧ୍ୟ ଫିଲ୍ମ ଇଣ୍ଡଷ୍ଟ୍ରିରୁ ବହୁତ ଦୁରେଇ ରୁହନ୍ତି | ତାଙ୍କୁ ଏସବୁ ସେତିକି ପସନ୍ଦ ନୁହେଁ ବୋଲି ସେ କହିଥିଲେ |

ପୁଅର ସ୍ବପ୍ନ ସମ୍ପର୍କରେ ମଧ୍ୟ ସେ କହିଛନ୍ତି | ସେ କହିଛନ୍ତି ଯେ ସୁଶାନ୍ତ ବିହାର ପାଇଁ ବହୁତ କିଛି କରିବାକୁ ସ୍ବପ୍ନ ଦେଖିଥିଲେ | କିନ୍ତୁ ସମୟ ତାଙ୍କ ହାତରୁ ସବୁକିଛି ଛଡେଇ ନେଇଛି | ସୁଶାନ୍ତ ଚନ୍ଦ୍ରରେ ଜମି କିଣିଥିଲେ | ଜମି ଦେଖିବା ପାଇଁ ସେ 55 ଲକ୍ଷ ଟଙ୍କାରେ ଟେଲିସ୍କୋପ କିଣିଥିଲେ | ସେ ଏହି ଟେଲିସ୍କୋପ ସାହାଯ୍ୟରେ ନିଜ ପ୍ଲଟ ଦେଖୁଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.