ବେଡରୁମର କବାଟ କେବେ ଭିତରୁ ବନ୍ଦ କରୁନଥିଲେ ସୁଶାନ୍ତ ସିଂହ ‌: ଆତ୍ମହତ୍ୟା ଘଟଣାର ସବୁଠୁ ବଡ଼ ଖୁଲାସା କଲେ ତାଙ୍କ ପୂର୍ବତନ ଆସିଷ୍ଟାଣ୍ଟ ଅଙ୍କିତ

Published By : Prameya-News7 Bureau | August 04, 2020 IST

ମୁମ୍ବାଇ ୪/୮: ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ମଙ୍ଗଳବାର ବିହାର ସରକାର ସିବିଆଇ ଯାଞ୍ଚର ସୁପାରିଶ କରିଛନ୍ତି। ଏହି ସମୟରେ ତାଙ୍କ ପୂର୍ବତନ ଆସିଷ୍ଟାଣ୍ଟ ଅଙ୍କିତ ଆଚାର୍ଯ୍ୟ ଏକ ସାକ୍ଷାତକାରରେ କହିଛନ୍ତି ଯେ ସେ ତାଙ୍କ ସହ ୩ବର୍ଷ ଯାଏଁ ରହିଥିଲେ ଏବଂ ସେ ରହିବା ଭିତରେ ସେ କେବେ ଭିତରୁ କବାଟ ବନ୍ଦ କରି ନଥିଲେ।

ଅଙ୍କିତ କହିଥିଲେ,‘ ସେ ସୁଶାନ୍ତ ଭାଇଙ୍କ ସହ ତାଙ୍କ ଛାଇ ଭଳି ରହୁଥିଲେ। ସେ ତାଙ୍କ ସହ ୩ବର୍ଷ ଯାଏଁ ରହିଛନ୍ତି। ସୁଶାନ୍ତ ଭାଇ କେବେ ତାଙ୍କ ରୁମକୁ ଭିତରୁ ବନ୍ଦ କରିନଥିଲେ। ଏହି କତା ସେ ପୂରା ବିଶ୍ବାସ ସହ କହି ପାରୁଛନ୍ତି।

ଏହା ସହ ଅଙ୍କିତ କହିଥିଲେ ଯେ ୨୦୧୯ଅଗଷ୍ଟରେ ରିୟା ଚକ୍ରବର୍ତ୍ତୀ ସୁଶାନ୍ତଙ୍କ ପୂରା ଷ୍ଟାଫଙ୍କୁ ବଦଳାଇ ଦେଇଥିଲେ। ସେ ଯେତେବେଳେ ତାଙ୍କ ଗାଁରୁ ଫେରିଥିଲେ ହଠାତ୍ ସବୁ ନୂଆ ଷ୍ଟାଫଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତାଙ୍କ ନୂଆ ବଡିଗାର୍ଡ଼ ତାଙ୍କୁ ଘର ଭିତରେ ପଶିବାକୁ ଦେଇନଥିଲେ। ରିୟା ଏସବୁ କାହିଁକି କରିଥିଲେ କାହାକୁ ଜଣା ନଥିଲା।

ଅଙ୍କିତ କହିଥିଲେ ଯେ ସୁଶାନ୍ତଙ୍କ ନୂଆ ଷ୍ଟାଫ ତାଙ୍କୁ କହିଥିଲେ ଯେ ରିୟା ମ୍ୟାଡାମ୍ ଶପିଂ,ଫୁଡ ଏବଂ ପୂଜା ସାମଗ୍ରୀ ଉପରେ ବହୁତ ଟଙ୍କା ଖର୍ଚ୍ଚ କରୁଛନ୍ତି। ସୁଶାନ୍ତଙ୍କ ଘରେ ସବୁବେଳେ ପୂଜାପାଠ ହେଉଥିଲା।

ଅଙ୍କିତଙ୍କ କହିବା ଅନୁସାରେ ୨୦୧୯ ସେପ୍ଟେମ୍ବର ମାସରେ ସୁଶାନ୍ତଙ୍କ ସହ ଯେତେବେଳେ ତାଙ୍କର ସାକ୍ଷାତ ହୋଇଥିଲା ସେ ଅସୁସ୍ଥ ଦେଖାଯାଉଥିଲେ। ସୁଶାନ୍ତ ଭାଇ ସବୁବେଳେ ବିନ୍ଦାସ ମୁଡରେ ଦେଖାଯାଉଥିଲେ। ସେ ତାଙ୍କୁ ନିଜ ଭାଇ ଭଳି ଭାବୁଥିଲେ। କିନ୍ତୁ ସେପ୍ଟେମ୍ବର ମାସରେ ଯେତେବେଳେ ସେ ତାଙ୍କର ପୂରା ହିସାବ କରି ଦେଇଥିଲେ ସେତେବେଳେ ସୁଶାନ୍ତ ଭାଇ ପୂରା ବଦଳି ଯାଇଥିଲେ। ତାଙ୍କ ଆଖି ତଳେ କଳା ପଡ଼ି ଯାଇଥିଲା,ସେ ଥରେ ବି ହସୁ ନଥିଲେ। ସେ ନିରାଶ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.