Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ସୁଶାନ୍ତ ସିଂହଙ୍କ ଡାକ୍ତର କଲେ ଖୁଲାସା : ‘ଅଙ୍କିତା ଲୋଖଣ୍ଡେଙ୍କୁ ବହୁତ ମିସ୍ କରୁଥିଲେ ସୁଶାନ୍ତ ଏବଂ ରିୟାଙ୍କ ସହିତ…’

20/06/2020 at 11:46 AM

ମୁମ୍ବାଇ ୨୦/୦୬ : ସମସ୍ତଙ୍କ ପ୍ରିୟ ଅଭିନେତା ସୁଶାନ୍ତ ସିଂହ ରାଜପୁତ କାହଁକି ଆତ୍ମହତ୍ୟା କଲେ ? ଏହି ଗୋଟିଏ ପ୍ରଶ୍ନ ଲକ୍ଷ ଲକ୍ଷ ଲୋକଙ୍କ ମନରେ ଉଙ୍କି ମାରୁଛି | ଲୋକଙ୍କ ମନରେ ଅନେକ ପ୍ରଶ୍ନ | ହାତରେ ଫିଲ୍ମ ନଥିଲା, ଅଙ୍କିତା ଲୋଖଣ୍ଡେଙ୍କ ସହ ବ୍ରେକଅପ, ଫିଲ୍ମ ଇଣ୍ଡଷ୍ଟ୍ରିରେ ଟେନସନ, ପ୍ରଯୋଜକଙ୍କ ସହିତ ମତଭେଦ, ରିୟା ଚକ୍ରବର୍ତୀଙ୍କ ସହିତ ଟେନସନ, ପ୍ରଡକସନ ହାଉସରୁ ବଏକଟ, ଏହିଭଳି ଅନେକ ପ୍ରଶ୍ନ ଲୋକଙ୍କୁ ଅସ୍ତବ୍ୟସ୍ତ କରି ପକାଉଛି | କୁହାଯାଉଛି ଯେ ସୁଶାନ୍ତ ସିଂହ ଗତ କିଛି ମାସ ହେଲା ଡିପ୍ରେସନରେ ଥିଲେ ଏବଂ ସେଥିପାଇଁ ଡାକ୍ତରଙ୍କୁ ପରାମର୍ଶ କରୁଥିଲେ | ସୁଶାନ୍ତ ସିଂହ ରାଜପୁତଙ୍କ ଡାକ୍ତରଙ୍କୁ ପୋଲିସ ପଚରାଉଚୁରା କରିଛି | ପୋଲିସ ଡାକ୍ତରଙ୍କ ବୟାନ ରେକର୍ଡ କରିଛି | ସୁଶାନ୍ତ ସିଂହଙ୍କ ଡାକ୍ତର ଏହି ମାମଲାରେ ଅନେକ ଖୁଲାସା କରିଛନ୍ତି | ଗତ ୬ ମାସ ହେଲା ସୁଶାନ୍ତ ସିଂହ ଡାକ୍ତରଙ୍କ ସମ୍ପର୍କରେ ଥିଲେ | ଡାକ୍ତର କହିଛନ୍ତି ଯେ ସୁଶାନ୍ତ ସିଂହ ବର୍ଷେ ହେଲା ଡିପ୍ରେସନରେ ଥିଲେ |

ଡାକ୍ତର ସୁଶାନ୍ତ ସିଂହଙ୍କ ପ୍ରେମ ସମ୍ପର୍କ ବିଷୟରେ ଅନେକ ଖୁଲାସା କରିଛନ୍ତି | ସେ କହିଥିଲେ ଯେ, ଏକ୍ସ ଗର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେଙ୍କ ସହ ବ୍ରେକଅପ ପରେ କିଛି ସବୁକିଛି ଠିକ ଥିଲା | ଅଙ୍କିତାଙ୍କ ପରେ କୃତି ସେନନ ତାଙ୍କ ଜୀବନକୁ ଆସିଥିଲେ | କିନ୍ତୁ ଉଭୟଙ୍କ ମଧ୍ୟରେ ସମ୍ପର୍କ ବେଶୀ ଦିନ ରହିଲାନି |  

ସୁଶାନ୍ତ ସିଂହ ଡାକ୍ତରଙ୍କୁ କହିଥିଲେ ଯେ, ତାଙ୍କୁ ରାତିରେ ନିଦ ହେଉନାହିଁ | ତାଙ୍କ ମନରେ ଅଜବ ଅଜବ ଚିନ୍ତା ଆସୁଛି | କିଛି ଅସଫଳ ସମ୍ପର୍କ ତାଙ୍କୁ ସୁଚାଇଛି ଯେ ଅଙ୍କିତାଙ୍କ ଠାରୁ ଅଧିକ ତାଙ୍କୁ କେହି ମଧ୍ୟ ପସନ୍ଦ କରନ୍ତିନି | ଡାକ୍ତର କହିଛନ୍ତି ଯେ ସୁଶାନ୍ତ ସିଂହ ବାୟପୋଲାର ଥିଲେ | ଅର୍ଥାତ ସେ ଗୋଟିଏ ଜିନିଷକୁ ଅଲଗା ଅଲଗା ତରିକାରେ ପରଖିଥାନ୍ତି |

ସୁଶାନ୍ତ ସିଂହ ରିୟା ଚକ୍ରବର୍ତୀଙ୍କ ସମ୍ପର୍କରେ ମଧ୍ୟ ଡାକ୍ତରଙ୍କୁ କହିଥିଲେ | ସୁଶାନ୍ତ କହିଥିଲେ ଯେ ଜଣେ ନିକଟତର ବନ୍ଧୁଙ୍କ ଜରିଆରେ ସେ ରିୟାଙ୍କ ସହିତ ତାଙ୍କର ସାକ୍ଷାତ ହୋଇଥିଲା | ରିୟା ସେତେବେଳେ ବର୍ଶବାରେ ରହୁଥିଲେ | କିଛି ଦିନ ପରେ ସୁଶାନ୍ତ ରିୟାଙ୍କୁ ନିଜ ଘରକୁ ନେଇ ଆସିଥିଲେ | ରିପୋର୍ଟ ଅନୁଯାୟୀ, ଯେତେବେଳେ ସୁଶାନ୍ତ ସିଂହ ରିୟାଙ୍କ ସହିତ ନିଜ ସମ୍ପର୍କକୁ ନେଇ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ ସେତେବେଳେ ରିୟା ତାଙ୍କ ସହ ଝଗଡା କରିଥିଲେ ଏବଂ ପୋଷ୍ଟ ଡିଲିଟ କରିବାକୁ ବାଧ୍ୟ କରିଥିଲେ |

ଡାକ୍ତର କହିଛନ୍ତି ଯେ ସୁଶାନ୍ତ ସିଂହ ସବୁବେଳେ ଅଙ୍କିତାଙ୍କୁ ମିସ କରୁଥିଲେ | ତାଙ୍କୁ ସବୁବେଳେ ମନେ ପକାଉଥିଲେ | ସୁଶାନ୍ତ ଅଙ୍କିତାଙ୍କ ସହିତ ବହୁତ ଆଟେଚ ବୋଲି ସେ ଡାକ୍ତରଙ୍କୁ ମଧ୍ୟ କହିଥିଲେ | ସେ ଜାଣି ସାରିଥିଲେ ଯେ ଅଙ୍କିତାଙ୍କ ସହିତ ବ୍ରେକଅପ କରି ସେ ଭୁଲ କରିଛନ୍ତି | ଗତ ୬ ମାସ ଭିତରେ ସୁଶାନ୍ତ ୩ ଥର ଡାକ୍ତରଙ୍କୁ ସାକ୍ଷାତ କରିଥିଲେ | ଲକଡାଉନ ପୂର୍ବରୁ ସେ ଡାକ୍ତରଙ୍କୁ ସାକ୍ଷାତ କରିବା ପାଇଁ ଆପଏଣ୍ଟମେଣ୍ଟ ନେଇଥିଲେ କିନ୍ତୁ ଲକଡାଉନ ହୋଇଯିବାରୁ ସେ ଆଉ ସାକ୍ଷାତ କରି ପାରିନଥିଲେ |

   Related Posts