Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ମକର ଯାତ୍ରାରୁ ନାବାଳିକାଙ୍କୁ ଟେକି ନେଇ ନଦୀପଠାରେ ଗଣଦୁଷ୍କର୍ମ, ଥାନାରେ ଏତଲା, ଭାଇରାଲ୍ ଭିଡିଓ ନେଇ ପୋଲିସର ଛାନଭିନ୍
  • ||
  • କେନ୍ଦ୍ରାପଡା : ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ଆଗରେ ମୃତଦେହ ରଖି ପରିବାର ଲୋକଙ୍କ ଧାରଣା
  • ||
  • ବୌଦ୍ଧ : ATMରୁ ବାହାରିଲା କାଗଜ ପେଷ୍ଟ ଥିବା ୨୦ଟି ୫ଶହ ଟଙ୍କିଆ ନୋଟ୍, ଫେରସ୍ତ ନେବାକୁ ମନାକଲା ବ୍ୟାଙ୍କ୍ !
  • ||
  • ଭୁବନେଶ୍ବର : ରାଜ୍ୟରେ ବୁଧବାରଠୁ ପୁଣି ଟିକାକରଣ, ଟିକା ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ଜଣ ସ୍ଵାସ୍ଥ୍ୟକର୍ମୀ
  • ||
  • ସମ୍ବଲପୁର : କିନ୍ନରଙ୍କଠାରୁ ୩ବର୍ଷର ଶିଶୁ କନ୍ୟାକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍, ଚୋରି ସନ୍ଦେହ
  • ||
  • ଭୁବନେଶ୍ବର : STF ପଞ୍ଝାରେ ଧଳା ଜହର ବେପାରୀ, କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ
  • ||
  • ନବରଙ୍ଗପୁର : ଚଳନ୍ତା କାର୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଢେଙ୍କାନାଳ : ହାତୀ ପୁଣି ନେଲା ଆଉ ଜଣଙ୍କ ଜୀବନ, ଶୌଚ ହେବାକୁ ଯାଇଥିବା କଚାଡି ମାରିଲା ଦନ୍ତା
  • ||
  • ବଲାଙ୍ଗୀର : ବିଚାରାଧୀନ କଏଦୀ ମୃତ, ହତ୍ୟା ମାମଲାରେ ଥିଲେ ଅଭିଯୁକ୍ତ
  • ||
  • ଶହେ ତଳକୁ ଖସିଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା : ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୯ କୋଭିଡ୍ ପଜିଟିଭ୍‌, ୩୩୪୫୨୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ବିହାର ବିଧାନସଭାରେ ଉଠିଲା ସୁଶାନ୍ତ ସିଂହ ମୃତ୍ୟୁ ମାମଲା : ସିବିଆଇ ତଦନ୍ତ ଦାବି କଲେ ଭାଇ ତଥା ବିଧାୟକ ନିରାଜ ସିଂହ

3/08/2020 at 3:56 PM

ପାଟନା ୦୩/୦୮ : ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା ସୋମବାର ଦିନ ବିହାର ବିଧାନସଭାରେ ଉଠାଯାଇଥିଲା | ସୁଶାନ୍ତଙ୍କ ସମ୍ପର୍କୀୟ ଭାଇ ଓ ବିଧାୟକ ନିରାଜ ସିଂହ ବବ୍ଲୁ ସୁଶାନ୍ତଙ୍କ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ଦାବି କରିଛନ୍ତି | ନିରାଜ ସିଂହଙ୍କ ଛଡା ଆରଜେଡିର ବରିଷ୍ଠ ନେତା ତେଜସ୍ୱି ଯାଦବ ମଧ୍ୟ ସିବିଆଇ ତଦନ୍ତ ଦାବି କରିଛନ୍ତି | ସୁଶାନ୍ତ ସିଂହଙ୍କ ଭାଉଜ ତଥା ଏଲଜେପି ବିଧାନ ପରିଷଦ ସଦସ୍ୟ ନୂତନ ସିଂହ ମଧ୍ୟ କହିଛନ୍ତି ଯେ ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ସତ୍ୟ ସାମ୍ନାକୁ ଆସିବା ଦରକାର | ଏହି ମାମଲାରେ ସର୍ବଦଳୀୟ ବୈଠକରେ ସିବିଆଇ ତଦନ୍ତ ଦାବି ହେବା ଉଚିତ ବୋଲି ସେ କହିଛନ୍ତି |

ସୁଶାନ୍ତ ସିଂହ ଆତ୍ମହତ୍ୟା ମାମଲାରେ ବିବାଦ ବଢ଼ିବାରେ ଲାଗିଛି | ବିହାର ପୋଲିସ ଲଗାତାର ଯାଞ୍ଚରେ ମୁମ୍ବାଇ ପୋଲିସ ସାହାଯ୍ୟ କରୁନଥିବା ଅଭିଯୋଗ କରିଛି | ଗତକାଲି ଏହି ମାମଲାର ଯାଞ୍ଚ ପାଇଁ ମୁମ୍ବାଇକୁ ଆସିଥିବା ପାଟନା ଏସପି ବିନୟ ତିୱାରୀଙ୍କୁ ୧୪ ଦିନ ପାଇଁ କ୍ଵାରେଣ୍ଟାଇନ କରାଯାଇଛି | ଏସପିଙ୍କୁ କ୍ଵାରେଣ୍ଟାଇନ କରାଯିବ ପରେ ବିବାଦ ଆହୁରି ବଢିଯାଇଛି | ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ଏହି ମାମଲାରେ ବୟାନ ଦେଇଛନ୍ତି | ସେ କହିଛନ୍ତି ଯେ ବିହାର ପୋଲିସ ଦାୟିତ୍ୱର ସହ କାମ କରୁଛି | ଏହିଭଳି ସ୍ଥିତିରେ ଏସପିଙ୍କୁ କ୍ଵାରେଣ୍ଟାଇନ କରିବା ଠିକ ନୁହେଁ | 

   Related Posts