ଭଉଣୀ ଶ୍ୱେତାଙ୍କ ପାଇଁ ସୁଶାନ୍ତ ଲେଖିଥିଲେ ସ୍ପେଶାଲ୍ ମେସେଜ୍...

Published By : Prameya-News7 Bureau | July 05, 2020 IST

ମୁମ୍ବାଇ, ୦୫|୦୭:  ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆକସ୍ମିକ ମୃତ୍ୟୁ ସମସ୍ତଙ୍କୁ ବ୍ୟଥିତ କରିଛି । ଏବେବି ତାଙ୍କର ମୃତ୍ୟୁକୁ ପ୍ରଶଂସକମାନେ ଗ୍ରହଣ କରିପାରୁ ନାହାଁନ୍ତି । ଫ୍ୟାନ୍‌ଙ୍କ ସହ ସୁଶାନ୍ତଙ୍କ ପରିବାର ଲୋକେ ମଧ୍ୟ ଦୁଃଖରେ ଭାଙ୍ଗି ପଡିଛନ୍ତି । ତାଙ୍କ ଭଉଣୀ ଶ୍ୱେତା ସଂ କୀର୍ତ୍ତି ଆମେରିକାରେ ରୁହନ୍ତି । ସେ ନିଜ ଭାଇଙ୍କ ସହ ଜଡିତ କିଛି ପୋଷ୍ଟ୍ ସେୟାର କରିଛନ୍ତି । ନିକଟରେ ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ସୁଶାନ୍ତଙ୍କ ହସ୍ତାକ୍ଷର ଦେଖିବାକୁ ମିଳିଛି । ଏହି ନୋଟ୍ ସାହାଯ୍ୟରେ ସୁଶାନ୍ତ ଶ୍ୱେତାଙ୍କୁ ଅନେକ ପରାମର୍ଶ ଦେଉଥିଲେ ।

{"id":296473,"width":688,"height":476,"sizeSlug":"large"}

ସୁଶାନ୍ତ ଏହି କାର୍ଡ କିଛି ଦିନପୂର୍ବରୁ ଶ୍ୱେତାଙ୍କୁ ଦେଇଥିଲେ । ଏହି କାର୍ଡରେ ସେ ଏକ ମୋଟିଭେସନାଲ୍ ମେସେଜ୍ ଲେଖିଛନ୍ତି । ଏଥିରେ ଲେଖାଯାଇଛି ଯେ, ଅନେକ ଝିଅ ଅଛନ୍ତି ଯେଉଁମାନେ କୁହନ୍ତି କି ସେମାନେ ସବୁ କରିପାରିବେ ଓ ଯେଉଁମାନେ କୁହନ୍ତି କି କିଛି କରିପାରିବେ ନନାହିଁ । ଉଭୟ ଠିକ୍ । ତୁମେ ଏହା ମଧ୍ୟରୁ ପ୍ରଥମ । ଆଇ ଲଭ୍ ୟୁ ଭଉଣୀ । ଇତି-ଭାଇ ସୁଶାନ୍ତ ।

ଶ୍ୱେତା ଏହା ବ୍ୟତୀତ ଆଉ ଏକ ପୋଷ୍ଟ ମଧ୍ୟ କରିଛନ୍ତି । ଯେଉଁଥିରେ ସେ ନିଜ ପୁତ୍ରଙ୍କ ସହ ସୁଶାନ୍ତଙ୍କୁ ନେଇ କଥାବାର୍ତ୍ତା ସେୟାର କରିଛନ୍ତି । ଏଥିରେ ସେ କହିଛନ୍ତି ଯେ, ମାମୁଁ ଏବେ ନାହାଁନ୍ତି କିନ୍ତୁ ହୃଦୟରେ ରହିଛନ୍ତି । ସେ ଲେଖିଛନ୍ତି ଯେ, ଫ୍ୟାନ୍ ମାନେ ଭାଙ୍ଗିପଡନ୍ତୁ ନାହିଁ । ସୁଶାନ୍ତ ଆଜି ବି ଆମ ସମସ୍ତଙ୍କ ହୃଦୟରେ ରହିଛନ୍ତି ।             

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.