କିଛି ଦିନ ପୂର୍ବରୁ ନିଜ ପୈତୃକ ଘର ବିହାରକୁ ଯାଇଥିଲେ ସୁଶାନ୍ତ : ଆତ୍ମହତ୍ୟା ଖବର ଶୁଣି ଗାଁଲୋକ ସ୍ତବ୍ଧ

Published By : Prameya-News7 Bureau | June 14, 2020 IST

ପାଟଣା ୧୪/୦୬ : ବଲିଉଡର ଜଣେ ଆଗଧାଡ଼ିର କଳାକାର ସୁଶାନ୍ତ ସିଂହ ରାଜପୁତ ରବିବାର ଜୁନ ୧୪ ତାରିଖରେ ଆତ୍ମହତ୍ୟା କରିଛନ୍ତି | ମୁମ୍ବାଇ ବାସଭବନରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି | ସେ ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି | ସୁଶାନ୍ତ ଆତ୍ମହତ୍ୟା କରିଥିବା ସୂଚନା ତାଙ୍କ କାମବାଲୀ ପୋଲିସକୁ ଦେଇଥିଲେ | ସୂଚନା ପାଇ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଛି | ଖବର ପ୍ରସାରଣ ପରେ ସାରା ଦେଶ ସ୍ତବ୍ଦ ହୋଇଯାଇଛି | ତେବେ ତାଙ୍କର ଆତ୍ମହତ୍ୟାର କାରଣ ଜଣାପଡିନାହିଁ |

{"id":286116,"width":581,"height":358,"sizeSlug":"large"}

ସୁଶାନ୍ତଙ୍କ ଘର ବିହାରରେ | କିଛି ଦିନ ପୂର୍ବରୁ ସେ ନିଜ ପୈତୃକ ଘରକୁ ଯାଇଥିଲେ | ତାଙ୍କ ଘର ପୁର୍ଣିଆ ବଡହରା କୋଠି ଅନ୍ତର୍ଗତ ମଲଡିହା ଅଞ୍ଚଳରେ | ଗାଁକୁ ଯାଇଥିବା ସମୟରେ ସେ ଏକ ପାରିବାରିକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ | ଗାଁରେ ଥିବା ସମୟରେ ସେ ଲୋକଙ୍କ ସହ ବହୁତ ଭଲ ଭାବେ ମିଳାମିଶା କରିଥିଲେ | ଗାଁ ଲୋକେ ତାଙ୍କୁ ବହୁତ ଆଦର ସମ୍ମାନ କରନ୍ତି | ସୁଶାନ୍ତ ଆତ୍ମହତ୍ୟା କରିଥିବା ବିହାର ଲୋକ ଏବେ ମଧ୍ୟ ବିଶ୍ୱାସ କରି ପାରୁନାହାନ୍ତି | ତାଙ୍କ ମୃତ୍ୟୁ ଖବର ଶୁଣି ସାରା ଦେଶରେ ଶୋକର ଛାୟା ଖେଳି ଯାଇଛି |

{"id":286118,"sizeSlug":"large"}

ବିହାରର ଏହି କଳାକାର ଟିଭି ସିରିଏଲ ପବିତ୍ର ରିସ୍ତାରୁ ନିଜ ଅଭିନୟ କ୍ୟାରିଅର ଆରମ୍ଭ କରିଥିଲେ | ତାଙ୍କ ଅଭିନୀତ ସିରିଏଲ ବହୁତ ଲୋକପ୍ରିୟ ହୋଇଥିଲା | ସେହିଦିନ ଠାରୁ ସେ ଲୋକଙ୍କ ହୃଦୟରେ ରାଜ କରୁଥିଲେ | ତା'ପରେ ସେ ଆଉ କେବେ ପଛକୁ ବୁଲି ଦେଖିନାହାନ୍ତି | ଏହାପରେ ସେ ଫିଲ୍ମରେ ଅଭିନୟ ମଉକା ପାଇଥିଲେ | ଭାରତୀୟ କ୍ରିକେଟ ଟିମର ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନିଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ଏମ.ଏସ.ଧୋନିରେ ସେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ | ତାଙ୍କ ଅଭିନୟକୁ ଲୋକେ ଖୁବ ପସନ୍ଦ କରିଥିଲେ |

{"id":286125,"sizeSlug":"large"}

ଏହି ଫିଲ୍ମ ତାଙ୍କୁ ଏକ ଆଗଧାଡ଼ିର କଳାକାର ଭାବେ ପରିଚିତ କରିଥିଲା | ଏହାଛଡା କାଇ-ପୋ-ଚେ, ସୁଦ୍ଧା ଦେଶୀ ରୋମାନ୍ସ, ପିକେ, ଛିଛୋରେ, କେଦାରନାଥ ଭଳି ଦମଦାର ଫିଲ୍ମରେ ସେ ଅଭିନୟ କରିଛନ୍ତି | କିଛି ଦିନ ପୂର୍ବରୁ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଆତ୍ମହତ୍ୟା କରିଥିଲେ | ପରେ ପରେ ସେ ନିଜେ ମଧ୍ୟ ଆତ୍ମହତ୍ୟା କରିଛନ୍ତି | ଆତ୍ମହତ୍ୟାର କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି | ଘଟଣାସ୍ଥଳରେ ବାନ୍ଦ୍ରା ପୋଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ କରୁଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.