ଅମିତାଭ,ଶାହରୁଖ,ସଲମାନଙ୍କ ଭଳି ସୁପରଷ୍ଟାରଙ୍କ ସହିତ ମାଡାମ ତୁଷାଦ ମ୍ୟୁଜିୟମରେ ସୁଶାନ୍ତଙ୍କ ମହମ ମୂର୍ତ୍ତି ପାଇଁ ଦାବି କଲେ ପ୍ରଶଂସକ

Published By : Prameya-News7 Bureau | August 15, 2020 IST

ମୁମ୍ବାଇ ୧୫/୮: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କୁ ନେଇ ପ୍ରଶଂସକଙ୍କ ପ୍ରେମ ଏତେ ଅଧିକ ଯେ ସେମାନେ ନିଜ ପ୍ରିୟ କଳାକାରଙ୍କୁ ସବୁ ଉପାୟରେ ବଡ଼ ଟ୍ରିବ୍ୟୁଟ ଦେବାକୁ ଚାହୁଁଛନ୍ତି। ଏହାର ଫଳସ୍ବରୂପ ଏବେ ସୁଶାନ୍ତଙ୍କ ପ୍ରଶଂସକ ଲଣ୍ଡନର ମ୍ୟାଡାମ ତୁଷାଦରେ ତାଙ୍କ ଭ୍ୟାକ୍ସ ଷ୍ଟାଚ୍ୟୁ ଚାହୁଁଛନ୍ତି। ହଁ,ମ୍ୟାଡାମ ତୁଷାଦରେ ଅନେକ ବଡ଼ ହସ୍ତୀଙ୍କ ଷ୍ଟାଚ୍ୟୁ ରହିଛି। ଏବେ ପ୍ରଶଂସକଙ୍କ ଦାବି ରହିଛି ଯେ ସୁଶାନ୍ତ ସିଂହ ରାଜପୁତଙ୍କୁ ମଧ୍ୟ ଏହି ମ୍ୟୁଜିୟମରେ ଖାସ୍ ସ୍ଥାନ ମିଳୁ।

 ଏହି ଦାବିକୁ ପୂରା କରିବା ପାଇଁ ଏକ ଅନଲାଇନ୍ ଅଭିଯାନ ଆରମ୍ଭ କରାଯାଇଛି। ସମସ୍ତଙ୍କୁ ଏକ ପିଟିସନକୁ ସାଇନ୍ କରିବାକୁ ଅପିଲ କରାଯାଉଛି। ସେହି ପିଟିସନ ଜରିଆରେ ଏହି ଦାବିକୁ ରଖାଯାଉଛି। ଆଶ୍ଚର୍ଯ୍ୟର କଥା ଏହା ଯେ ଏହି ଦାବି ଉଠିଥିବା କିଛି ଦିନ ହୋଇଛି,ଏବଂ ଏବେ ସୁଦ୍ଧା ୫୦ହଜାର ସାଇନ୍ କରାଯାଇସାରିଛି। ଏହାର ଅର୍ଥ ଏହି ଅଭିଯାନକୁ ଲୋକଙ୍କ ଜବରଦସ୍ତ ସମର୍ଥନ ହାସିଲ ହେଉଛି। କେହି ଏହା ଭାବି ଦୁଃଖୀ ହେବାକୁ ଚାହୁଁନାହାନ୍ତି ଯେ ସୁଶାନ୍ତ ଏବେ ତାଙ୍କ ଗହଣରେ ନାହାନ୍ତି,ବରଂ ସମସ୍ତେ ତାଙ୍କ କାମକୁ ସମସ୍ତଙ୍କ ହୃଦୟରେ ସବୁଦିନ ପାଇଁ ଜୀବିତ ରଖିବାକୁ ଚାହୁଁଛନ୍ତି। ଏବେ ପ୍ରଶଂସକଙ୍କ ଏହି ଦାବିକୁ ପୂରଣ କରାଯାଉଛି କି ନାହିଁ ତାହା ତ ସମୟ କହିବ। କିନ୍ତୁ ସୋସିଆଲ ମିଡିଆରେ ସୁଶାନ୍ତଙ୍କୁ ଭରପୂର ପ୍ରେମ ମିଳୁଛି।

  ଧାରାବାହିକ ପବିତ୍ର ରିସ୍ତାର ନିର୍ଦେଶକ କୁଶଲ ଜାଭେରୀ ମଧ୍ୟ ଏହି ପିଟିସନକୁ ସାଇନ କରିଛନ୍ତି। ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ ଜରିଆରେ ଅନ୍ୟମାନଙ୍କୁ ଏପରି କରିବାକୁ ଅପିଲ କରିଛନ୍ତି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.