ମୁମ୍ବାଇ ୧।୭: ସୁଶାନ୍ତ ସିଂ ରାଜପୁତଙ୍କ ଭିସେରା ରିପୋର୍ଟ ମଙ୍ଗଳବାର ଦିନ ସାମ୍ନାକୁ ଆସିଛି । ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ସୁଶାନ୍ତ ସିଂଙ୍କ ଶରୀରରେ କୌଣସି ସନ୍ଦିଗ୍ଧ ରାସାୟନିକ ପଦାର୍ଥ କିମ୍ବା ବିଷ ମିଳିନଥିଲା । ପୋଷ୍ଟମର୍ଟମ ପରେ ଭିସେରା ପରୀକ୍ଷା ପାଇଁ ମୁମ୍ବାଇର ଜେଜେ ହସ୍ପିଟାଲକୁ ପଠାଯାଇଥିଲା । ମଙ୍ଗଳବାର ସନ୍ଧ୍ୟାରେ ଏହି ରିପୋର୍ଟ ଆସିଛି ।
{"id":294116,"sizeSlug":"large"}ରିପୋର୍ଟରେ ଅନୁଯାୟୀ, ମୃତ୍ୟୁ ପୂର୍ବରୁ ସଂଘର୍ଷର କୌଣସି ଚିହ୍ନ ନାହିଁ । ତାଙ୍କ ନଖରୁ ମଧ୍ୟ କିଛି ମିଳିନାହିଁ । ଗତ ସପ୍ତାହରେ ସୁଶାନ୍ତ ସିଂଙ୍କ ଅନ୍ତିମ ପୋଷ୍ଟମର୍ଟମ ରିପୋର୍ଟରେ ଦର୍ଶାଯାଇଥିଲା ଯେ, ଫାଶୀ ହେତୁ ସୁଶାନ୍ତଙ୍କ ମୃତ୍ୟୁ ଘଟିଛି । ପୋଷ୍ଟମର୍ଟମ ରିପୋର୍ଟକୁ ୫ ଜଣିଆ ଡାକ୍ତରୀ ଟିମ୍ ପ୍ରସ୍ତୁତ କରିଥିଲେ । ଏହା ପୂର୍ବରୁ ପ୍ରୋଭିଜନ ପୋଷ୍ଟ ମୋର୍ଟମ ରିପୋର୍ଟରେ ମଧ୍ୟ କୁହାଯାଇଥିଲା ଯେ, ସୁଶାନ୍ତ ସିଂଙ୍କର ଫାଶୀ ହେତୁ ଶ୍ବାସରୁଦ୍ଧ ହୋଇ ମୃତ୍ୟୁ ହୋଇଛି ।
{"id":294117,"sizeSlug":"large"}ମୁମ୍ବାଇ ପୋଲିସ ସୁଶାନ୍ତ ସିଂଙ୍କ ମୃତ୍ୟୁର କାରଣକୁ ଭିନ୍ନ ଭିନ୍ନ ଦିଗରୁ ଅନୁସନ୍ଧାନ କରୁଛି । ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ତାଙ୍କ ସହ-କଳାକାର ସଞ୍ଜନା ସାଙ୍ଘି ତାଙ୍କ ବୟାନ ରେକର୍ଡ କରିଛନ୍ତି । ସଞ୍ଜନା ସାଙ୍ଘି ଅଭିନେତା ସୁଶାନ୍ତ ସିଂଙ୍କ ସହ ‘ଦିଲ ବେଚେରା’ରେ ଅଭିନୟ କରିଛନ୍ତି । ସେ ମଙ୍ଗଳବାର ସକାଳେ ବାନ୍ଦ୍ରା ପୋଲିସ ଷ୍ଟେସନରେ ନିଜର ବୟାନ ରେକର୍ଡ କରିଛନ୍ତି । ଏହି ମାମଲାରେ ସୁଶାନ୍ତଙ୍କ ପରିବାର ଏବଂ ବନ୍ଧୁଙ୍କ ସମେତ ୨୮ ଜଣଙ୍କ ବୟାନ ପୋଲିସ ରେକର୍ଡ କରିଛି ।
{"id":294118,"sizeSlug":"large"}ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, ସୁଶାନ୍ତ ସିଂଙ୍କ ଆତ୍ମହତ୍ୟା ପଛର କାରଣ ବୁଝିବାକୁ ପୋଲିସ ଉଦ୍ୟମ କରୁଛି । ସୁଶାନ୍ତଙ୍କ ଉଦାସୀନତା ପାଇଁ ବୃତ୍ତିଗତ ପ୍ରତିଦ୍ବନ୍ଦ୍ବିତା କିମ୍ବା କେହି ଦାୟୀ କି ନାହିଁ ତାହା ମଧ୍ୟ ଜାଣିବାକୁ ଚେଷ୍ଟା କରୁଛି । ଏପର୍ଯ୍ୟନ୍ତ ପୋଲିସ ୨୮ ଜଣଙ୍କ ବୟାନ ରେକର୍ଡ କରାଯାଇଛି । ଯେଉଁଥିରେ ତାଙ୍କ ପରିବାର ସଦସ୍ୟ, ଅଭିନେତା-ବନ୍ଧୁ ରିୟା ଚକ୍ରବର୍ତ୍ତୀ, କାଷ୍ଟିଂ ନିର୍ଦ୍ଦେଶକ ମୁକେଶ ଛାବ୍ରା ଏବଂ ୟଶ ରାଜ ଫିଲ୍ମର କାଷ୍ଟିଂ ନିର୍ଦ୍ଦେଶକ ଶାନୁ ଶର୍ମାଙ୍କ ସାମିଲ୍ ଅଛନ୍ତି ।