ସୁଶାନ୍ତ ସିଂହ ରାଜପୁତ ବାସ୍ତବରେ ଥିଲେ ଜଣେ କ୍ରିକେଟ୍ ଏକ୍ସପର୍ଟ, ଦୁଇ ହାତରେ କରୁଥିଲେ ବୋଲିଂ, ଦେଖନ୍ତୁ ଭିଡିଓ
14/06/2020 at 6:13 PM

ନୂଆଦିଲ୍ଲୀ ୧୪।୦୬: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆଉ ଦୁନିଆରେ ନାହାନ୍ତି। କ୍ରିକେଟ୍ ଜଗତରେ ସେ ‘ଏମଏସ ଧୋନୀ ଦ ଅନଟୋଲ୍ଡ ଷ୍ଟୋରି’ରେ ଧୋନୀଙ୍କ ଭୂମିକାରେ ଅଭିନୟ କରି ବହୁତ ଚର୍ଚ୍ଚା ସାଉଁଟିଥିଲେ। କୁହାଯାଏ ରାଜପୁତ ଧୋନୀଙ୍କ ଷ୍ଟାଇଲ୍ ପୂରା ଅବିକଳ କରିବା ଲାଗି ଅନେକ ମାସ ଅଭ୍ୟାସ୍ କରିଥିଲେ। ଧୋନୀଙ୍କ ପରି ହସିବା, ରାଗିବା, ଚାଲିବା ଏସବୁକୁ ନିଖୁଣ ଏବଂ ଅବିକଳ ଭାବେ ଅଭିନୟ କରିବାକୁ ସୁଶାନ୍ତ ବହୁତ ପରିଶ୍ରମ କରିଥିଲେ। ସୁଶାନ୍ତ ରାଜପୁତଙ୍କ ଠାରେ ଆଉ ଏକ ଖାସ୍ କଥା ଏହା ଥିଲା ଯେ, ସେ ଦୁଇ ହାତରେ ବୋଲିଂ କରି ପାରୁଥିଲେ। ଏକ ପ୍ରମୋଶନାଲ ସୋ ସମୟରେ ରାଜପୁତ ନିଜର ଏହି କଳାର ପ୍ରଦର୍ଶନ କରିଥିଲେ। ଦେଖନ୍ତୁ ରାଜପୁତ ବାମହାତରେ କେମିତି ବୋଲିଂ କରୁଛନ୍ତି।
ସୂଚନାଯୋଗ୍ୟ, ରାଜପୁତଙ୍କ କ୍ରିକେଟ୍ ପ୍ରତି ବହୁତ ରୁଚି ଥିଲା। ଏହାର ଅନୁମାନ ଆପଣ ଏଥିରୁ ଲଗାଇ ପାରିବେ ଯେ, ସେ ନିଜର ପ୍ରଥମ ବଲିଉଡ ଫିଲ୍ମ କାଇ ପୋ ଚେରେ ମଧ୍ୟ କ୍ରିକେଟ୍ର ଭୂମିକାରେ ବି ଅଭିନୟ କରିଥିଲେ। ୨୦୧୩ରେ ନିର୍ଦ୍ଦେଶକ ଅଭିଷେକ କପୁରଙ୍କ ଦ୍ଵାରା ନିର୍ମିତ ଏହି ଫିଲ୍ମରେ ରାଜପୁତ ଜଣେ ଯୁବକଙ୍କୁ କ୍ରିକେଟ୍ ଶିଖାଉଥିବା ଦେଖିବାକୁ ମିଳୁଛି। ଜାତୀୟସ୍ତର ହେଉ କି ରଣଜୀସ୍ତରରେ କ୍ରିକେଟ୍ ଖେଳିନଥିଲେ ବି ସେ କ୍ରିକେଟ୍ ବିଷୟରେ ବହୁତ କିଛି ଜାଣିଥିଲେ।
୨୦୦୬ରେ ରାଜ୍ୟଗୋଷ୍ଠୀ କ୍ରୀଡା ବଦଳାଇ ଦେଲା ଦୁନିଆ
ବହୁତ କମ ଲୋକଙ୍କୁ ଏହା ଜଣା ଥିବ ଯେ, ଇଞ୍ଜିନିୟରିଂ ପାଠପଢା ସମୟରେ ରାଜପୁତ ଡ୍ୟାସିଂ କ୍ଲାସରେ ଯୋଗ ଦେଇଥିଲେ। ସେ ଫିଲ୍ମଫେୟାର ଆଓ୍ଵାର୍ଡରେ ମଧ୍ୟ ଜଣେ ବ୍ୟାକଗ୍ରାଉଣ୍ଡ ଡ୍ୟାନ୍ସର ଭାବେ ସାମିଲ ହୋଇଥିଲେ। ମାତ୍ର ତାଙ୍କ ଜୀବନରେ ତେବେ ବଡ ପରିବର୍ତ୍ତନ ଆସିଲା ଯେବେ ସେ ୨୦୦୬ ରାଜ୍ୟଗୋଷ୍ଠୀ କ୍ରୀଡାର ଉଦଘାଟନୀ ସମାରୋହରେ ପରଫର୍ମ କଲେ। ଏହା ପରେ ରାଜପୁତଙ୍କୁ ଲାଗିଥିଲା ଯେ, ତାଙ୍କୁ ଡ୍ୟାନ୍ସ ଓ ଫିଲ୍ମରେ ହିଁ ନିଜର କ୍ୟାରିୟର କରିବା ଉଚିତ୍। ଏହା ଚିନ୍ତା କରି ସେ ପାଠପଢା ଅଧାରେ ଛାଡି ଦେଇଥିଲେ।