ସୁଶାନ୍ତଙ୍କ ଆତ୍ମହତ୍ୟା ପୂର୍ବରୁ ୱିକିପେଡିଆରେ ଅପଡେଟ୍ ହୋଇଯାଇଥିଲା ମୃତ୍ୟୁ ସମୟ : ୧୦ଟା ରେ ସେ ନିଜ ରୁମକୁ ଯାଇଥିଲେ କିନ୍ତୁ ୱିକିପେଡିଆ ସମୟ କହୁଛି...

Published By : Prameya-News7 Bureau | July 01, 2020 IST

ମୁମ୍ବାଇ ୦୧/୦୭ : ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ମାମଲାର ତଦନ୍ତ କରୁଥିବା ମୁମ୍ବାଇ ପୋଲିସ ଅନୁସାରେ ଏକ ତଥ୍ୟ ସାମ୍ନାକୁ ଆସିଛି | ଏହାକୁ ନେଇ ତଦନ୍ତ ଜାରି ରହିଛି | ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା କରିବା ପୂର୍ବରୁ ତାଙ୍କର ୱିକିପେଡିଆ ପେଜରେ ୮ଟା ୫୯ ମିନିଟରେ ତାଙ୍କର ଆତ୍ମହତ୍ୟା ସମୟ ଅପଡେଟ ହୋଇସାରିଥିଲା |

{"id":294171,"sizeSlug":"large"}

ଆତ୍ମହତ୍ୟା ପୂର୍ବରୁ ତାଙ୍କର ଆତ୍ମହତ୍ୟା ସମୟ କିଭଳି ଅପଡେଟ ହେଲା ତାକୁ ବର୍ତ୍ତମାନ ପ୍ରଶ୍ନ ଉଠିଛି | ଏଥିପାଇଁ ସାଇବର ସେଲର ସାହାଯ୍ୟ ନିଆଯାଇଛି | ପୋଲିସ ଏହି ୱିକିପେଡିଆ ପେଜର ସତ୍ୟତା ଭେରିଫାଇ କରିବାକୁ ଚାହୁଁଚି | ମୁମ୍ବାଇ ପୋଲିସ ସାମ୍ନାକୁ ଆସିଥିବା ବୟାନ, ପଞ୍ଚନାମା ଓ ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡିଛି ଯେ ସୁଶାନ୍ତ ସିଂହ ପାଖାପାଖି ସାଢେ ୯ଟା ସମୟରେ ବାହାରକୁ ଯାଇଥିଲେ | ସେ ଜୁସ ପିଇଥିଲେ ଏବଂ ପାଖାପାଖି ୧୦ଟା ବେଳେ ସେ ନିଜ ରୁମକୁ ଯାଇଥିଲେ |

{"id":294173,"width":564,"height":422,"sizeSlug":"large"}

ଏଭଳି ସ୍ଥିତିରେ ୱିକିପେଡିଆ ହିଷ୍ଟ୍ରୀରେ ସୁଶାନ୍ତ ସିଂହଙ୍କ ଆତ୍ମହତ୍ୟା ସୂଚନା ପୂର୍ବରୁ ହିଁ କିଭଳି ଅପଡେଟ ହୋଇଯାଇଥିଲା ତାହା ସନ୍ଦେହ ସୃଷ୍ଟି କରୁଛି | ଏବେ ପ୍ରଶ୍ନ ଉଠୁଛି, ମୁମ୍ବାଇ ପୋଲିସ ସୂତ୍ର ଅନୁଯାୟୀ ତାଙ୍କୁ ସାଇବର ସେଲରୁ ସୂଚନା ମିଳିଛି ଯେ ୱିକିପେଡିଆ ୟୁଟିସି ଟାଇମଲାଇନ (Coordinated Universal Time) କୁ ଫଲୋ କରିଥାଏ | ଏହା ଇନ୍ଟରନ୍ୟାଶନାଲ ଷ୍ଟାଣ୍ଡାର୍ଡ ଟାଇମଲାଇନରୁ ପାଖାପାଖି ସାଢେ ୫ ଘଣ୍ଟା ପଛରେ ରହିଛି | ଏହି ଫ୍ୟାକ୍ଟକୁ ଭେରିଫାଇ କରାଯାଇଥିଲା | ଏଥିରୁ ଜଣାପଡିଛି ଯେ ୱିକିପେଡିଆରେ ହୋଇଥିବା ଅପଡେଟରେ କିଛି ଏପଟସେପଟ କରାଯାଇନାହିଁ |

ସୁଶାନ୍ତ ସିଂହ ରାଜପୁତ ଜୁନ ୧୪ ତାରିଖରେ ମୁମ୍ବାଇ ସ୍ଥିତ ନିଜ ବାନ୍ଦ୍ରା ଘରେ ଆତ୍ମହତ୍ୟା କରିଥିଲେ | ଏହାପରେ ଲଗାତାର ଏହି ମାମଲାର ତଦନ୍ତ ଜାରି ରହିଛି | ତାଙ୍କର ମାନସିକ ସ୍ଥିତି, ଫିଲ୍ମ ଇଣ୍ଡଷ୍ଟ୍ରିରେ କାହା ସହିତ ତାଙ୍କର ଶତ୍ରୁତା ଆଦି ଏଙ୍ଗଲକୁ ନେଇ ତଦନ୍ତ କରାଯାଉଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.