Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୪ କୋଭିଡ୍ ସଂକ୍ରମିତ, ୩୩୪୦୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ମେ’ ରେ ହେବ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ, ସିଡବ୍ଲ୍ୟୁସି ବୈଠକ ପରେ ବଡ ଘୋଷଣା କଲା ଦଳ
  • ||
  • ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
  • ||
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||
  • ଶୀତ ଖେଳୁଛି ଲୁଚକାଳି : ଆଜି ବଢିବ ଥଣ୍ଡା, କିନ୍ତୁ କାଲି କମିଯିବ
  • ||
  • ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ମୁଖ୍ୟ ଶାସନ ସଚିବ
  • ||
  • ଜି.ଉଦୟଗିରି: ମିନିବସରେ ଲାଗିଲା ନିଆଁ
  • ||

ଭଉଣୀ ଦେଲେ ସୂଚନା: ସୁଶାନ୍ତଙ୍କର ନଥିଲା କିଛି ଆର୍ଥିକ ସମସ୍ୟା, ପୋଲିସକୁ ଜଣାଇଲେ ଗୁରୁତ୍ଵପୂର୍ଣ୍ଣ କଥା

15/06/2020 at 3:04 PM

ମୁମ୍ବାଇ ୧୫।୦୬: ସୁଶାନ୍ତ ସିଂହ ରାଜପୁତଙ୍କ ପରଲୋକ ଖବର ସମସ୍ତଙ୍କୁ ସବ୍ଧ କରିଛି। ୩୪ ବର୍ଷୀୟ ବଲିଉଡର ଏହି ଉଦୟମାନ ଗତ କିଛି ମାସ ହେବ ମାନସିକ ଚିନ୍ତାରେ ଥିଲେ ଏବଂ ଡିପ୍ରେସନର ଚିକିତ୍ସା କରାଉଥିଲେ। ତାଙ୍କ ମୃତ୍ୟୁ ପରେ ପୂରା ପରିବାର ଭାଙ୍ଗି ପଡିଛି। ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଲହରି ଖେଳି ଯାଇଛି। ଏବେ ନୂତନ ରିପୋର୍ଟରୁ ଜାଣିବାକୁ ମିଳିଛି ଯେ, ତାଙ୍କ ଭଉଣୀ ସୁଶାନ୍ତ ସିଂହ ମାନସିକ ଦୁଶ୍ଚିନ୍ତାରେ ରହୁଥିବା ଜାଣିଥିଲେ।

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁର ରହସ୍ୟ ଖୋଲିବା ଲାଗି ମୁମ୍ବାଇ ପୋଲିସର ତଦନ୍ତ ଜାରି ରହିଛି। ଏହି କ୍ରମରେ ପୋଲିସ ସୁଶାନ୍ତଙ୍କ ଉଭଣୀଙ୍କ ସହ କଥାବାର୍ତ୍ତା ହୋଇଛନ୍ତି। ଏହି ଆଲୋଚନାରୁ କିଛି ମହତ୍ଵପୂର୍ଣ୍ଣ କଥା ସାମ୍ନାକୁ ଆସିଛି। ଭଉଣୀ ପୋଲିସଙ୍କୁ କହିଛନ୍ତି ଯେ, ସୁଶାନ୍ତଙ୍କ କୌଣସି ଆର୍ଥିକ ସମସ୍ୟା ନଥିଲା। ଆର୍ଥିକ ରୂପେ ସବୁ କିଛି ଠିକ୍ ଥିଲା। ମାତ୍ର ଗତ ସପ୍ତାହରୁ ସୁଶାନ୍ତ ଅଣନିଃଶ୍ଵାସୀ ଅନୁଭବ କରୁଥିଲେ।

ଭଉଣୀ କହିଛନ୍ତି ସେ, ସୁଶାନ୍ତଙ୍କୁ ଭେଟିବାକୁ ତାଙ୍କ ବାନ୍ଦ୍ରା ସ୍ଥିତ ବାସଭବନକୁ ଯାଇଥିଲେ। ସେ ଏହାର ମଧ୍ୟ ଖୁଲାସା କରିଛନ୍ତି ଯେ, ସେ ସୁଶାନ୍ତଙ୍କ ଡିପ୍ରେସନ ବିଷୟରେ ଜାଣିଥିଲେ। ମାତ୍ର ତାଙ୍କୁ ଜଣା ନଥିଲା ଯେ, ସୁଶାନ୍ତ ଏତେ ବଡ ଏବଂ ଭୟାନକ ପଦକ୍ଷେପ ଉଠାଇବେ। ଭଉଣୀଙ୍କ ଅନୁଯାୟୀ ସୁଶାନ୍ତ ମାଟିର ସନ୍ତାନ ଥିଲେ। ସେ ସର୍ବଦା ସାଧାସିଧା କଥା ହେଉଥିଲେ।

ସୂତ୍ର ଅନୁଯାୟୀ ସୁଶାନ୍ତ ଗତ କିଛି ଦିନରୁ ଡିପ୍ରେସନ ଔଷଧ ଖାଇବା ବନ୍ଦ କରି ଦେଇଥିଲେ। ସେ କ୍ଲିନିକାଲି ଡିପ୍ରେସନର ଶିକାର ଥିଲେ। କିନ୍ତୁ ପୋଲିସକୁ ଏହାର ଆନୁଷ୍ଠାନିକ ସୂଚନା ଦେବା ବାକି ରହିଛି। ସୁଶାନ୍ତଙ୍କ ମ୍ୟାନେଜରଙ୍କୁ ତାଙ୍କ ଫୋନର ପାସଓ୍ଵାର୍ଡ ଜଣା ଥିଲା, ଯାହା ଜରିଆରେ ପୋଲିସ ଜାଣିବାକୁ ପାଇଥିଲା ଯେ, ସୁଶାନ୍ତ ଶେଷ କଲ୍ ନିଜ ସାଙ୍ଗ ମହେଶ କୃଷ୍ଣା ସେଟ୍ଟୀଙ୍କୁ କରିଥିଲେ। ଏହା ପରେ ସେ ନିଜ ଭଉଣୀଙ୍କୁ ମଧ୍ୟ ଫୋନ କରିଥିଲେ ଏବଂ କିଛି ସମୟ କଥା ହୋଇଥିଲେ। ମହେଶ ସୁଶାନ୍ତଙ୍କୁ ପାଲଟା କଲ୍‌ ମଧ୍ୟ କରିଥିଲେ। କିନ୍ତୁ ସେତେବେଳକୁ ସୁଶାନ୍ତ ଆତ୍ମହତ୍ୟା କରି ସାରିଥିଲେ। ଏଥିପାଇଁ ମହେଶଙ୍କକୁ କଲ୍‌ର ଜବାବ ମିଳିନଥିଲା।

ଏହି ମାମଲାରେ ସୁଶାନ୍ତଙ୍କ ଫୋନ୍‌ ଯାଞ୍ଚରେ ମହତ୍ଵପୂର୍ଣ୍ଣ ଭୂମିକା ନିଭାଇ ପାରେ। ପୋଲିସ ତାଙ୍କ ଫୋନ୍ କଲ୍‌ର ରେକର୍ଡ ଯାଞ୍ଚ କରୁଛି। ପୋଲିସ ନିଜ ତଦନ୍ତରୁ ଆର୍ଥିକ ସମସ୍ୟାକୁ ହଟାଇ ଦେଇଛି। ପୋଲିସ ସଂପ୍ରତି ସୁଶାନ୍ତଙ୍କ ସାଙ୍ଗ ଏବଂ ସଂପର୍କୀୟଙ୍କ ଉପରେ ଫୋକସ୍‌ କରୁଛି। ସେମାନଙ୍କୁ ପୋଲିସ ପଚରାଉଚୁରା କରିବାକୁ ଯାଉଛି।

   Related Posts