Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ବାହାଘର ଠିକ୍ ସରିଥିଲା, ରହିବାକୁ ଘର ଖୋଜୁଥିଲେ ସୁଶାନ୍ତ-ରିୟା, ବ୍ରୋକରଙ୍କୁ ଦେଇଥିଲେ ମେସେଜ୍, କିନ୍ତୁ…

16/06/2020 at 3:34 PM

ମୁମ୍ବାଇ, ୧୬|୦୬:   ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତାଙ୍କ ବ୍ୟକ୍ତିଗତ ଜୀବନଠୁ ଆରମ୍ଭ କରି ପ୍ରଫେସନାଲ ଲାଇଫ୍ ଯାଏଁ ଅନେକ ଗୁମର ଧିରେ ଧିରେ ଫିଟିବା ଆରମ୍ଭ କରିଛି । ସୁଶାନ୍ତଙ୍କ ବାନ୍ଧବୀ ତଥା ଗାର୍ଲଫ୍ରେଣ୍ଡ କୁହାଯାଉଥିବା ରିୟା ଚକ୍ରବର୍ତ୍ତୀଙ୍କୁ ନେଇ ଏକ ବଡ ସତ୍ୟତା ସାମ୍ନାକୁ ଆସିଛି । ସେମାନଙ୍କ ବ୍ରୋକର ସନୀ ସିଂ ଉଭୟ ବିବାହ କରିଥାନ୍ତେ ବୋଲି କହିଛନ୍ତି ।

ରିୟା ଚକ୍ରବର୍ତ୍ତୀଙ୍କ ବ୍ରୋକର୍ ସନୀ ସିଂ କହିଛନ୍ତି ଯେ, ସୁଶାନ୍ତ ଓ ରିୟା ବିବାହ କରିଥାନ୍ତେ । ତେଣୁ ସେମାନେ ବାନ୍ଦ୍ରାରେ ଏକ ଘର ଖୋଜୁଥିଲେ। ଯେଉଁ ଘରେ ସୁଶାନ୍ତ ଆତ୍ମହତ୍ୟା କରିଛନ୍ତି ସେହି ଘର ଉଭୟ ମିଶିକରି ନେଇଥିଲେ ବୋଲି ସନୀ କହିଛନ୍ତି । ଘର ଭଡାକୁ ନେଇ ସୁଶାନ୍ତ କେବବି ଅଭିଯୋଗ କରିନାହାଁନ୍ତି । ଏହାସ ସତ୍ତ୍ନେ ଉଭୟ ନୂଆ ଘର ଦେଖୁଥିଲେ । କାରଣ ବିଲମ୍ବିତ ରାତ୍ର ଯାଏଁ ପାର୍ଟି ହେଉଥିବାରୁ ସୋସାଇଟି ପକ୍ଷରୁ ଅଭିଯୋଗ କରାଯାଉଥିଲା । ଏହା ପୂର୍ବରୁ ମଧ୍ୟ ସେ ଯେଉଁଠାରେ ରହୁଥିଲେ ସେହି ସୋସାଇଟି ମଧ୍ୟ ଆପତ୍ତି ପ୍ରକାଶ କରିଥିଲା ।

ସନୀ ଆହୁରି କହିଛନ୍ତି ଯେ, ରିୟା ନିଜେ ତାଙ୍କୁ ଫୋନ୍ କରି ଘର ବାବଦରେ ପଚାରିଥିଲେ । ଏହାସହ ସେ ଓ ସୁଶାନ୍ତ ଅତିଶୀଘ୍ର ବିବାହ କରିଥାନ୍ତେ ବୋଲି ସନୀଙ୍କୁ ରିୟା କହିଥିଲେ । ଏପରିକି ଉଭୟ ଲିଭ୍ ଇନ୍ ରିଲେସନସିପରେ ଥିଲେ ବୋଲି ମଧ୍ୟ କୁହାଯାଉଛି । କିନ୍ତୁ କିଛି ଦିନ ପରେ ଉଭୟ ଅଲଗା ହୋଇ ରହୁଥିଲେ ।

   Related Posts