Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

ସାଢେ ୪ ଲକ୍ଷ ଟଙ୍କା ଥିଲା ସୁଶାନ୍ତଙ୍କ ଘର ଭଡା, ୨୦୨୨ ପର୍ଯ୍ୟନ୍ତ ରହିଥାନ୍ତେ

14/06/2020 at 10:06 PM

ମୁମ୍ବାଇ ୧୪।୦୬: ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା କରି ସମସ୍ତଙ୍କୁ ହତବାକ୍ କରି ଦେଇଛନ୍ତି। ସୁଶାନ୍ତଙ୍କ ଦେହାନ୍ତରେ ତାଙ୍କୁ ଜାଣିଥିବା ଏବଂ ଚିହ୍ନିଥିବା ବ୍ୟକ୍ତି ସମସ୍ତେ ଦୁଃଖିତ ଅଛନ୍ତି। ବଲିଉଡଠୁ ନେଇ କ୍ରୀଡା ଏବଂ ରାଜନୀତି ଜଗତରେ ସବୁଠି ଶୋକର ଛାୟା ଖେଳି ଯାଇଛି।

ସୁଶାନ୍ତ ସିଂହ ରାଜପୁତ ଆଜି ମୁମ୍ବାଇର ବାନ୍ଦ୍ରା ସ୍ଥିତ ନିଜ ବାସଭବନରେ ବେକରେ ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଅଭିନେତା ମୁମ୍ବାଇରେ ଏକ ଡିଲକ୍ସ ଆପାର୍ଟମେଣ୍ଟରେ ରହୁଥିଲେ। ଏଠାରେ ମୋଟ୍ ୪ଟି ଫ୍ଲାଟ୍  ରହିଛି।

ସୁଶାନ୍ତ ସିଂହ ରାଜପୁତ ସେହି ଆପାର୍ଟମେଣ୍ଟରେ ରହିବା ପାଇଁ ମୋଟା ଅଙ୍କର ଅର୍ଥ ଦେଉଥିଲେ। ଗୋଟିଏ ପଟେ ସୁଶାନ୍ତ ୧୨ ଲକ୍ଷ ୯୦ ହଜାର ଟଙ୍କା ଡିପୋଜିଟ୍ କରିଥିଲେ ଏବଂ ମାସକୁ ଘର ଭଡା ଭାବେ ୪ ଲକ୍ଷ ୫୧ ହଜାର ଟଙ୍କା ଦେଉଥିଲେ। କୁହାଯାଉଛି ଯେ, ସୁଶାନ୍ତ ସିଂହ ରାଜପୁତ ଏହି ଫ୍ଲାଟରେ ୨୦୨୨ ପର୍ଯ୍ୟନ୍ତ ରହିଥାନ୍ତେ। ମାତ୍ର ଅଭିନେତା ଏବେ ଏହି ଘକୁ ପୂରା ନିରୋଳା କରି ଛାଡି ଚାଲି ଯାଇଛନ୍ତି।

ଅନ୍ୟପଟେ ସୁଶାନ୍ତ ସିଂହ ରାଜପୁତଙ୍କ ସଂପର୍କୀୟ କହିଛନ୍ତି ଯେ, ସୁଶାନ୍ତ ସିଂହ ରାଜପୁତ ଚଳିତ ବର୍ଷ ନଭେମ୍ବରରେ ବିବାହ କରିବାକୁ ଯାଉଥିଲେ। ଘରେ ବିବାହର ପ୍ରସ୍ତୁତି ଆରମ୍ଭ ହୋଇ ଯାଇଥିଲା। ମାତ୍ର ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା କରି ସଭିଙ୍କୁ ଏକାକୀ ଛାଡି ଚାଲି ଯାଇଛନ୍ତି।

   Related Posts