Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟି-୨୦ ବିଶ୍ବକପର ଧମାକାଦାର ଆରମ୍ଭ : PNGକୁ ୧୦ ଓ୍ବିକେଟରେ ହରାଇଲା ଓମାନ, କମାଲକଲେ ଭାରତୀୟ ବଂଶୋଦ୍ଭବ ଜତୀନ୍ଦର ସିଂହ
  • ||
  • ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଜବତ ହେଲା ୨୦ ଲକ୍ଷ
  • ||
  • ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତପାତ୍‌ ଜାରି, ୨ ଅଣ-କାଶ୍ମୀରୀଙ୍କୁ ନିର୍ମମ ହତ୍ୟା
  • ||
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||

କିଛି ଏମିତି ଥିଲା ସୁଶାନ୍ତଙ୍କ ଶେଷ ୩ ଘଣ୍ଟା, ସକାଳୁ ଉଠିଲେ ତ ସବୁ କିଛି ଠିକ୍ ଥିଲା…

14/06/2020 at 9:01 PM

ମୁମ୍ବାଇ ୧୪।୦୬: ସୁଶାନ୍ତ ସିଂହ ରାଜପୁତଙ୍କ ନାମ ନେବା ମାତ୍ରେ ଆଖି ସାମ୍ନାରେ ଏକ ହସ ହସ ମୁଖ ଏବଂ ଲାଜକୁଳା ଚେହେରା ଚାଲିଆସେ। କିନ୍ତୁ ବଲିଉଡର ଏହି ଲୋକପ୍ରିୟ ଅଭିନେତା ଆଉ ଦୁନିଆରେ ନାହାନ୍ତି। ସୁଶାନ୍ତଙ୍କ ଆତ୍ମହତ୍ୟାର କାରଣ ଏ ଯାଏ ଜଣା ପଡିନାହିଁ। ମାତ୍ର କୁହାଯାଉଛି ଯେ, ଗତ ୬ ମାସ ହେବ ସେ ମାନସିକ ଚାପରେ ରହୁଥିଲେ। ମାନସିକ ଦୁଶ୍ଚିନ୍ତା କାରଣରୁ ସେ ଔଷଧ ଖାଉଥିଲେ। ସୁଶାନ୍ତ ଦୁନିଆକୁ ଅଲବିଦା କରିବା ପୂର୍ବରୁ ୩ ଘଣ୍ଟା ଭଲରେ ବିତାଇଥିଲେ। ଆଜି ସକାଳ ୬ଟା ୩୦ରେ ଯେବେ ସେ ଉଠିଲେ କେହି ବି ଭାବିନଥିଲେ ଯେ, ଏହା ତାଙ୍କର ଶେଷ ସକାଳ ହେବ।

ଯେବେ ସୁଶାନ୍ତ ଆତ୍ମହତ୍ୟା କଲେ ଘରେ ସେ ଏକାକୀ ନଥିଲେ, ବରଂ ଆଉ କିଛି ଲୋକ ମଧ୍ୟ ଥିଲେ। କୁହାଯାଉଛି ଯେଉଁ ସମୟରେ ଏହି ଘଟଣା ଘଟିଲା ସୁଶାନ୍ତଙ୍କ ବ୍ୟତୀତ ରୋଷେୟା, କ୍ରିଏଟିଭ୍ ମ୍ୟାନେଜର ଓ ଆଉ ଜଣେ ବ୍ୟକ୍ତି ମଧ୍ୟ ଥିଲେ। ସକାଳୁ ସେ ଠିକ୍ ଥିବା ତାଙ୍କ ସାଙ୍ଗ କହିଛନ୍ତି।

ସୂଚନା ଅନୁଯାୟୀ, ସୁଶାନ୍ତ ସକାଳ ୬ଟା ୩୦ରେ ଉଠିଥିଲେ। ଘରେ ଚାକର ତାଙ୍କୁ ସକାଳ ୯ଟା ୩୦ରେ ଡାଳିମ୍ବର ଜୁସ ଦେଇଥିଲେ ଏବଂ ସୁଶାନ୍ତ ତାହା ପିଇଥିଲେ। ଏହା ପରେ ଭଉଣୀଙ୍କ ସହ କିଛି ସମୟ କଥା ହେବା ପରେ ପୁଣି ରୁମ ଭିତରକୁ ଯାଇ ଭିତରପଟୁ ଲକ୍‌ କରି ଦେଇଥିଲେ। ଯେବେ ଖାଇବା ବିଷୟରେ ଚାକର ପଚାରିବାକୁ ଆସିଲା ତ କବାଟ ଖୋଲିନଥିଲା।

ଏହାର ୨-୩ ଘଣ୍ଟା ପରେ କବାଟ ନଖୋଲିବାରୁ ମ୍ୟାନେଜର ସୁଶାନ୍ତଙ୍କ ଭଉଣୀଙ୍କୁ ଫୋନ କରିଥିଲେ। ଏହି ସମୟ ମଧ୍ୟରେ ଘରେ ଥିବା ସାଙ୍ଗମାନେ କବାଟ ଭାଙ୍ଗିବାକୁ ଉଦ୍ୟମ କରିଥିଲେ। ଭଉଣୀ ଆସିବାପରେ ଚାବିବାଲାକୁ ଡାକି କବାଟ ଖୋଲା ଯାଇଥିଲା। ପୁଣି ସାମ୍ନାରେ ଯାହା ଦୃଶ୍ୟ ଦେଖିବାକୁ ମିଳିଲା ତାହା ଦେଖି ସମସ୍ତେ ହତବାକ୍‌ ହୋଇ ଯାଇଥିଲେ। ସୁଶାନ୍ତଙ୍କ ମୃତଶରୀର ଦେଖି କେହି ବିଶ୍ଵାସ କରି ପାରିଲେ ନାହିଁ ଯେ ସେ ଆଉ ଦୁନିଆରେ ନାହାନ୍ତି। ସୁଶାନ୍ତଙ୍କ ମୃତ୍ୟୁ ସକାଳ ୧୦ଟାରୁ ୧ଟା ମଧ୍ୟରେ ଘଟିଥିବା କୁହାଯାଉଛି।

ଭିତରେ ସୁଶାନ୍ତଙ୍କ ଶରୀର ଫାଶିରେ ଝୁଲି ରହିଥିଲା। ଏହା ପରେ ଚାକର ପୋଲିସକୁ ଫୋନ କରିଥିଲେ। ପୋଲିସ ଆସି ଘଟଣାର ତଦନ୍ତରେ ଜୁଟିଛି। ପୋଲିସକୁ ଏ ଯାଏ କୌଣସି ସୁଇସାଇଟ୍‌ ନୋଟ୍ ମିଳିନାହିଁ। ଉଲ୍ଲେଖଯୋଗ୍ୟ, ଚାରି ଦିନ ପୂର୍ବେ ସୁଶାନ୍ତଙ୍କ ମ୍ୟାନେଜର ଦିଶାଙ୍କ ଛାତରୁ ଖସି ପଡିବାରୁ ମୃତ୍ୟୁ ଘଟିଥିଲା।

   Related Posts