କେଉଁ କାରଣରୁ ହୋଇଛି ସୁଶାନ୍ତ ମୃତ୍ୟୁ ? ସାମ୍ନାକୁ ଆସିଲା ଫାଇନାଲ ପୋଷ୍ଟମର୍ଟମ ରିପୋର୍ଟ

Published By : Prameya-News7 Bureau | June 24, 2020 IST

ମୁମ୍ବାଇ ୨୪।୦୬: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଦେହାନ୍ତ ପରେ ପୋଲିସ୍‌ ପ୍ରାରମ୍ଭିକ ତଦନ୍ତରେ ଏହା ଆତ୍ମହତ୍ୟା କେସ୍‌ ବୋଲି କହିଥିଲା। ପ୍ରାରମ୍ଭିକ ଶବ ବ୍ୟବଚ୍ଛେଦ ରିପୋର୍ଟରେ ମଧ୍ୟ ସୁଶାନ୍ତଙ୍କ ମୃତ୍ୟୁ ଆତ୍ମହତ୍ୟା ବୋଲି ଦର୍ଶାଯାଇଥିଲା। ଏବେ ପୋଲିସ ସୁଶାନ୍ତଙ୍କ ଆତ୍ମହତ୍ୟା କେସ୍‌ରେ ଚୂଡାନ୍ତ ଶବ ବ୍ୟବଚ୍ଛେଦ ରିପୋର୍ଟ ଦାଖଲ କରିଛି। ଏହି ରିପୋର୍ଟରେ ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ସମ୍ବନ୍ଧରେ ଅନେକ ଗୁରୁତ୍ଵପୂର୍ଣ୍ଣ କଥା କୁହାଯାଇଛି।

ରିପୋର୍ଟ ଅନୁଯାୟୀ, ସୁଶାନ୍ତ ସିଂହ ରାଜପୁତ ବେକରେ ଫାଶୀ ଲଗାଇବାରୁ ଶ୍ଵାସରୁଦ୍ଧ ହୋଇ ତାଙ୍କର ମୃତ୍ୟୁ ଘଟିଥିଲା। ଅଭିନେତାଙ୍କ ନମୂନାକୁ କେମିକାଲ ଯାଞ୍ଚ ପାଇଁ ମଧ୍ୟ ରଖାଯାଇଛି। ଏହା ପୂର୍ବରୁ ଯେଉଁ ପ୍ରାରମ୍ଭିକ ପୋଷ୍ଟମର୍ଟମ ରିପୋର୍ଟ ଆସିଥିଲା, ସେଥିରେ ତିନି ଜଣ ଡାକ୍ତର ଦସ୍ତଖତ କରିଥିଲେ, ହେଲେ ଏବେ ଚୂଡାନ୍ତ ରିପୋର୍ଟରେ ପାଞ୍ଚ ଜଣ ଡାକ୍ତର ଦସ୍ତଖତ କରିଛନ୍ତି। ଏହି ରିପୋର୍ଟକୁ ପ୍ରସ୍ତୁତ କରିବା ସମୟରେ ବହୁତ ଯାଞ୍ଚ ପଡତାଳ କରାଯାଇଛି।

ରିପୋର୍ଟରେ ଏହା ଉପରେ ଜୋର ଦିଆଯାଇଛି ଯେ, ସୁଶାନ୍ତଙ୍କ ଶରୀରରେ କୌଣସି ପ୍ରକାରର ବାହ୍ୟ ଆଘାତ ନଥିଲା। ଅର୍ଥାତ ତାଙ୍କୁ କେହି ହତ୍ୟା କରିଥିବା ପ୍ରଶ୍ନ ଉଠୁନାହିଁ। ଏହା ଏକ ଆତ୍ମହତ୍ୟା ମାମଲା। ତାଙ୍କର ନଖ ମଧ୍ୟ ଏକଦମ ସଫା ଥିଲା। ଶବ ବ୍ୟବଚ୍ଛେଦ ରିପୋର୍ଟରେ ସୁଶାନ୍ତ ଆତ୍ମହତ୍ୟା କରିଥିବା ଉଲ୍ଲେଖ କରାଯାଇଛି। ରିପୋର୍ଟରେ ଅଭିନେତାଙ୍କ ମୃତ୍ୟୁକୁ ନେଇ କୌଣସି ପ୍ରକାରର ପ୍ରଶ୍ନବାଚୀ ସୃଷ୍ଟି କରାଯାଇ ନାହିଁ।

{"id":291090,"sizeSlug":"large"}

ଅନ୍ୟପକ୍ଷେ ମୁମ୍ବାଇ ପୋଲିସ୍‌ ମଧ୍ୟ ନିଜର କାର୍ଯ୍ୟାନୁଷ୍ଠାନରେ ଅନେକ ଖୁଲାସା କରିଛି। ପ୍ରଥମେ ସୁଶାନ୍ତଙ୍କ ଆତ୍ମହତ୍ୟାକୁ ନେଇ ତାଙ୍କର ପୂର୍ବତନ ମ୍ୟାନେଜର ଦିଶା ସାଲିୟନଙ୍କ ମୃତ୍ୟୁ ସହ ଯୋଡି କି ଦେଖା ଯାଉଥିଲା। ମାତ୍ର ପୋଲିସ ଏବେ ଏମିତି କୌଣସି ଲିଙ୍କ୍‌କୁ ମନା କରି ଦେଇଛି। ପୋଲିସ୍ ଅନୁଯାୟୀ ଦିଶା, ସୁଶାନ୍ତ କେବଳ ଥରୁଟିଏ ହିଁ ପରସ୍ପରକୁ ଭେଟିଥିଲେ। ଏଥିପାଇଁ ଉଭୟଙ୍କ ମୃତ୍ୟୁରେ କୌଣସି ଲିଙ୍କ୍‌ ଥିବା କୁହାଯାଇ ପାରିବ ନାହିଁ।

ପୋଲିସ୍‌ର କାର୍ଯ୍ୟାନୁଷ୍ଠାନ ଅନୁଯାୟୀ, ଏ ପର୍ଯ୍ୟନ୍ତ ୨୩ ଜଣଙ୍କୁ ପଚରାଉଚୁରା କରାଯାଇଛି। ଅଭିନେତାଙ୍କ ଚାଟାର୍ଡ ଆାକାଉଟାଣ୍ଟଙ୍କ ମଧ୍ୟ ବୟାନ ରେକର୍ଡ କରାଯାଇଛି। ଏହା ସହିତ ରିୟା ଚକ୍ରବର୍ତ୍ତୀ, ବିଜନେସ୍ ମ୍ୟାନେଜର, ପିଆର ମ୍ୟାନେଜର, କୁଶାଲ ଜାଭେରି ପରି ଅନେକ ଲୋକଙ୍କ ବୟାନ ରେକର୍ଡ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.