ଖୋଲିବ କି ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟାର ଗୁମର ! ପରିବାର ଲୋକଙ୍କ ସହିତ ଏହି ୯ ଜଣଙ୍କ ବୟାନ ରେକର୍ଡ କଲା ପୋଲିସ

Published By : Prameya-News7 Bureau | June 16, 2020 IST

ମୁମ୍ବାଇ ୧୬।୦୬: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ପରେ ତାଙ୍କ ଆତ୍ମହତ୍ୟାକୁ ନେଇ ଅନେକ ପ୍ରକାରର ଚର୍ଚ୍ଚା ଜାରି ରହିଛି। ପୋଷ୍ଟମର୍ଟମ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇ ସାରିଛି ଯେ, ସୁଶାନ୍ତ ବେକରେ ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି। କିନ୍ତୁ ଏହାକୁ ନେଇ ପୋଲିସ ଗମ୍ଭୀରତାର ସହ ଯାଞ୍ଚରେ ଜୁଟିଛି ଯେ, ସୁଶାନ୍ତ କେଉଁ କାରଣ ପାଇଁ ଆତ୍ମହତ୍ୟା କରିଛନ୍ତି। ଏହାକୁ ନେଇ ଆଜି ସୁଶାନ୍ତଙ୍କ ନିକଟତର ଲୋକଙ୍କୁ ପୋଲିସ ପଚରାଉଚୁରା କରିଛି।

ସଦ୍ୟତମ ସୂଚନା ଅନୁଯାୟୀ ସୁଶାନ୍ତଙ୍କ ନିକଟତର ୯ ଜଣଙ୍କୁ ପୋଲିସ ପଚରାଉଚୁରା କରିଛି। ପୋଲିସ ମୁମ୍ବାଇରେ ରହୁଥିବା ସୁଶାନ୍ତଙ୍କ ଭଉଣୀଙ୍କ ବୟାନ ବିସ୍ତୃତ ଭାବେ ରେକର୍ଡ କରିଛି। ପିତା ଓ ବାକି ଦୁଇ ଭଉଣୀଙ୍କ ବୟାନ ମଧ୍ୟ ପୋଲିସ ରେକର୍ଡ କରିଛି। ସୁଶାନ୍ତଙ୍କ ପରିବାରଙ୍କ ମଧ୍ୟରୁ କେହି ହେଲେ କାହା ବିରୋଧରେ ଅଭିଯୋଗ ଦାୟର କରି ନାହାନ୍ତି। ସୁଶାନ୍ତଙ୍କ କ୍ରିଏଟିଭ୍ ମ୍ୟାନେଜର ଓ ସାଙ୍ଗ ସିଦ୍ଧାର୍ଥ ପିଥାନୀଙ୍କ ବୟାନ ମଧ୍ୟ ପୋଲିସ ରେକର୍ଡ କରିଛି।

{"id":287350,"sizeSlug":"large"}

ଏହା ବ୍ୟତୀତ ସୁଶାନ୍ତଙ୍କ ହୋମ ମ୍ୟାନେଜର ଓ କେୟାର ଟେକର ଦୀପେଶ ସାଓ୍ଵନ୍ତଙ୍କ ବୟାନ ରେକର୍ଡ କରାଯାଇଛି। ମହେଶ ସେଟ୍ଟୀଙ୍କୁ ମଧ୍ୟ ପୋଲିସ ପଚରାଉଚୁରା କରିଛି। ଏହି ସଦ୍ୟତମ ରିପୋର୍ଟରୁ ଏହା ଜାଣିବାକୁ ମିଳିଛି ଯେ, ପଚରାଉଚୁରା ସଂଖ୍ୟା ଆହୁରି ବଢିପାରେ। ସୁଶାନ୍ତଙ୍କ ସହିତ ଯାହାଙ୍କ ବ୍ୟବସାୟିକ ସଂପର୍କ ଥିଲା ସେମାନଙ୍କୁ ମଧ୍ୟ ପୋଲିସ ପଚରାଉଚୁରା କରିବ। ଏହା ମଧ୍ୟ ଜାଣିବାକୁ ପ୍ରୟାସ କରାଯିବ ଯେ, କେଉଁ କାରଣ ପାଇଁ ସୁଶାନ୍ତ ଆତ୍ମହତ୍ୟା କଲେ।

ସୂଚନାଯୋଗ୍ୟ, ଯେଉଁ ଲୋକଙ୍କ ବୟାନ ରେକର୍ଡ କରାଯାଇଛି, ସେମାନଙ୍କୁ ପୋଲିସ୍ ପୁଣି ଥରେ ପଚରାଉଚୁରା କରିପାରେ। ଏହା ବ୍ୟତୀତ ସୁଶାନ୍ତଙ୍କ ଯୋଗାଯୋଗରେ ଥିବା ଅନ୍ୟ ଲୋକଙ୍କ ବୟାନ ପୋଲିସ ରେକର୍ଡ କରିପାରେ।

ଉଲ୍ଲେଖଯୋଗ୍ୟ, ଜୁନ ୧୪ ତାରିଖ ରବିବାର ସୁଶାନ୍ତ ସିଂହ ରାଜପୁତ ମୁମ୍ବାଇର ବାନ୍ଦ୍ରା ସ୍ଥିତ ବାସଭବନରେ ବେକରେ ଫାଶି ଲଗାଇ ଆତ୍ମହତ୍ୟା କରିଥିଲେ। ମୃତ୍ୟୁ ବେଳକୁ ତାଙ୍କର ବୟସ ମାତ୍ର ୩୪ ବର୍ଷ ହୋଇଥିଲା। ସୁଶାନ୍ତ ଗତ ୬ ମାସ ହେବ ମାନସିକ ଚିନ୍ତାରେ ରହୁଥିଲେ। ଏଥିପାଇଁ ସେ ଡିପ୍ରେସନ୍‌ର ଔଷଧ ମଧ୍ୟ ନେଉଥିଲେ। ହେଲେ କିଛି ଦିନ ପୂର୍ବରୁ ସେ ଔଷଧ ଖାଇବା ବନ୍ଦ କରି ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.