Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ବାନ୍ଦ୍ରା ପୋଲିସ୍ ଷ୍ଟେସନ୍ ପହଞ୍ଚିଲେ ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ : ଜଣା ପଡ଼ିପାରେ ଆତ୍ମହତ୍ୟାର ପ୍ରକୃତ କାରଣ

18/06/2020 at 12:58 PM

ମୁମ୍ବାଇ ୧୮/୬: ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ପରେ ସମସ୍ତେ ଏହି ପ୍ରଶ୍ନର ଉତ୍ତର ଖୋଜିବାରେ ଲାଗିଛନ୍ତି ଯେ ଜଣେ ଖୁସି ମିଜାଜର ଅଭିନେତା କାହିଁକି ଏପରି ନିଷ୍ପତ୍ତି ନେଲେ? ତାଙ୍କର ଏହି ନିଷ୍ପତ୍ତି ପଛରେ କ’ଣ କାରଣ ରହିଛି। ଏହାକୁ ନେଇ ସୋସିଆଲ୍‌ ମିଡିଆରେ ଜୋରସୋରରେ ବିବାଦ ଦେଖା ଦେଇଛି। ଏସବୁ ପରିସ୍ଥିତି ମଧ୍ୟରେ ମୁମ୍ବାଇ ପୋଲିସ୍ ଏହି ମାମଲାରେ ତଦନ୍ତ ଜୋର କରି ଦେଇଛି। ଏହି ଘଟଣାରେ ପୋଲିସ୍ ସୁଶାନ୍ତଙ୍କ ଖାସ୍ ବନ୍ଧୁ ତଥା ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କୁ ପୁଣି ଥରେ ପଚରାଉଚୁରା କରିବ।

 ସୂଚନା ଅନୁଯାୟୀ ରିୟାଙ୍କୁ ବାନ୍ଦ୍ରା ପୋଲିସ୍ ଷ୍ଟେସନକୁ ଡକା ଯାଇଛି। ଏଠାରେ ତାଙ୍କୁ ପଚରାଉଚୁରା କରାଯିବ। ନିକଟରେ ସୂଚନା ମିଳିଛି ଯେ ପୋଲିସକୁ ସୁଶାନ୍ତଙ୍କ ଘରୁ ୫ଟି ପର୍ସନାଲ୍‌ ଡାୟେରୀ ମିଳିଛି। ଏହି ଡାୟେରୀରେ ଲେଖା ଯାଇଥିବା କଥାର ଯାଞ୍ଚ ପରେ ତାଙ୍କ ଆତ୍ମହତ୍ୟା ପଛର କାରଣ ଜାଣିବାକୁ ଉଦ୍ୟମ କରାଯାଉଛି। ଡାୟେରୀରେ ସୁଶାନ୍ତ ଗୁରୁତ୍ବପୂର୍ଣ୍ଣ ବହିରୁ ପଢ଼ିଥିବା କୋଟ୍ ଲେଖୁଥିଲେ। ସୁଶାନ୍ତଙ୍କ ଡାୟେରୀ ଆଧାରରେ ଅନେକ ନିକଟ ସମ୍ପର୍କୀୟଙ୍କୁ ପଚରାଉଚୁରା କରାଯାଇପାରେ।

ସୁଶାନ୍ତ ସିଂହ ମାମଲାରେ ପୂର୍ବରୁ ମଧ୍ୟ ତାଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କୁ ପଚରାଉଚୁରା କରାଯାଇ ସାରିଛି। ଏହି ମାମଲାରେ ସୁଶାନ୍ତଙ୍କ କାଷ୍ଟିଂ ଡାଇରେକ୍ଟର ମୁକେଶ ଛାବ୍ରା ମଧ୍ୟ ପଚରାଉଚୁରା କରିବାରେ ସାହାଯ୍ୟ କରୁଛନ୍ତି। ପ୍ରାଥମିକ ତଦନ୍ତରେ ପୋଲିସ ଜାଣିବାକୁ ପାଇଛି ଯେ କାମ କମ୍ ଥିବାରୁ ସେ ଏପରି ନିଷ୍ପତ୍ତି ନେଇଥିଲେ।

   Related Posts