ଧୀରେ ଧୀରେ ଖୋଲୁଛି ଆତ୍ମହତ୍ୟା ପଛର ରହସ୍ୟ : ସୁଶାନ୍ତଙ୍କ ଖାସ୍ ବନ୍ଧୁ କାଷ୍ଟିଂ ଡାଇରେକ୍ଟର ମୁକେଶ ଛାବ୍ରାଙ୍କୁ ପଚରାଉଚୁରା କଲା ପୋଲିସ୍

Published By : Prameya-News7 Bureau | June 18, 2020 IST

ମୁମ୍ବାଇ ୧୮/୬: ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ଅନେକ ଚାଞ୍ଚଲ୍ୟକର ଘଟଣା ସାମନାକୁ ଆସୁଛି। ପ୍ରଥମେ କେୟାରଟେକର ଏବଂ ଘରର ସଦସ୍ୟଙ୍କଠୁ ପୋଲିସ୍ ବୟାନ୍ ନେଇଥିଲେ ଏବଂ ଏବେ ସେ ସୁଶାନ୍ତଙ୍କ ବନ୍ଧୁଙ୍କୁ ପଚରାଉଚୁରା କରିଛି। ନିକଟରେ ସୁଶାନ୍ତ ସିଂହ ରାଜପୁତଙ୍କ ବନ୍ଧୁ ଏବଂ କାଷ୍ଟିଂ ଡାଇରେକ୍ଟର ମୁକେଶ ଛାବ୍ରାଙ୍କୁ ପଚରାଉଚୁରା କରିଛି। ପଚରାଉଚୁରା ପାଖାପାଖି ୭ଘଣ୍ଟା ଯାଏଁ ଚାଲିଥିଲା। ମୁକେଶ ଛାବ୍ରା ପୋଲିସକୁ କହିଛନ୍ତି ଯେ ସେ ସୁଶାନ୍ତଙ୍କୁ ଗୋଟିଏ ଫିଲ୍ମରେ ନେଇ ସାରିଛନ୍ତି। ଫିଲ୍ମଟି ବହୁତ ଶୀଘ୍ର ରିଲିଜ ହେବାର ଅଛି। ମୁକେଶ କହିଛନ୍ତି ଯେ ସୁଶାନ୍ତ ଜଣେ ଖୁବ୍ ପଜିଟିଭ ଆକ୍ଟର। ସେ ବୁଦ୍ଧିମାନ୍ ମଧ୍ୟ ଥିଲେ। ସ୍ବାସ୍ଥ୍ୟ ସହ ସମ୍ବନ୍ଧିତ କୌଣସି ଅପଡେଟ୍ ମୁକେଶ ଦେଇନଥିଲେ।

wp:core-embed/twitter {"url":"https://twitter.com/ANI/status/1273242397753786368","type":"rich","providerNameSlug":"twitter","className":""}
https://twitter.com/ANI/status/1273242397753786368
/wp:core-embed/twitter

ପାଖାପାଖି ୧୦ଜଣଙ୍କ ବୟାନକୁ ଏବେ ଯାଏଁ ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ରେକର୍ଡ଼ କରାଯାଇଛି। ଡିସିପି ଅଭିଷେକ ତ୍ରିମୁଖେ ବୟାନ୍ ଦେଇଛନ୍ତି ଯେ କାଷ୍ଟିଂ ଡାଇରେକ୍ଟର ମୁକେଶ ଛାବ୍ରାଙ୍କ ବୟାନ୍ ରେକର୍ଡ଼ କରାଯାଇଛି। ମୁକେଶ ବୟାନରେ କହିଛନ୍ତି ଯେ ସୁଶାନ୍ତଙ୍କ ସହ ତାଙ୍କର ଭଲ ସମ୍ପର୍କ ଥିଲା ଏବଂ ସେ ଜଣେ ଭଲ ଅଭିନେତା ଥିଲେ।

{"id":287938,"sizeSlug":"large"}

ସୁଶାନ୍ତ ପ୍ଲେ ଷ୍ଟେସନ ଖେଳିବାକୁ ଭଲ ପାଉଥିଲେ। ସ୍ପେସ୍ ଏବଂ ଗ୍ୟାଲେକ୍ସିରେ ତାଙ୍କର ଅତ୍ୟଧିକ ଆଗ୍ରହ ଥିଲା। ମେ ୨୭ତାରିଖରେ ମୁକେଶଙ୍କ ବାର୍ଥ ଡେ ରେ ସୁଶାନ୍ତ ତାଙ୍କୁ ଓ୍ବିଶ୍ କରିଥିଲେ ଏବଂ ଦୁହେଁ ଫୋନରେ କଥା ହୋଇଥିଲେ।

{"id":287939,"sizeSlug":"large"}

ସୁଶାନ୍ତଙ୍କ ଘରୁ ୪-୫ଟି ଡାଏରି ମଧ୍ୟ ମିଳିଛି। ସେ ଏହି ଡାଏରୀରେ ବହିରୁ କିଛି ଗୁରୁତ୍ବପୂର୍ଣ୍ଣ ଜିନିଷ ଲେଖୁଥିଲେ। ଏହା ବ୍ୟତୀତ ତାଙ୍କ ଘରୁ ରସିଦ ମିଳିଛି।ଏହା ହେଉଛି ସୁଶାନ୍ତ ନାଗାଲାଣ୍ଡ ସରକାରଙ୍କୁ ଦାନ କରିଥିବା ସେହି ଏକ କୋଟି ଟଙ୍କାର ରସିଦ। ଏବେ ଯାଏଁ ଆତ୍ମହତ୍ୟା ସହ ଜଡ଼ିତ କୌଣସି ଜିନିଷ ସୁଶାନ୍ତଙ୍କ ଘରୁ ମିଳିନାହିଁ।

{"id":287940,"width":593,"height":333,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.