ସୁଶାନ୍ତ ଆତ୍ମହତ୍ୟା ମାମଲାରେ ଟ୍ଵିଷ୍ଟ : ରିୟା ଚକ୍ରବର୍ତ୍ତୀଙ୍କ ପାଖରେ ଅଟକିଛି ତଦନ୍ତ, ଖର୍ଚ୍ଚ କରିଦେଉଥିଲେ ସୁଶାନ୍ତଙ୍କ ଟଙ୍କା

Published By : Prameya-News7 Bureau | July 15, 2020 IST

ମୁମ୍ବାଇ ୧୫/୦୭ : ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ହତ୍ୟା ଅଭିଯୋଗ ବର୍ତ୍ତମାନ ଦୁର୍ବଳ ପଡିବାରେ ଲାଗିଛି | ପୋଲିସ ସୂତ୍ର ଅନୁଯାୟୀ, ଏହି ମାମଲାରେ ବର୍ତ୍ତମାନ YRF (Yash Raj Films) ତରଫରୁ ଆଦିତ୍ୟ ଚୋପ୍ରା ଓ ଧର୍ମ ପ୍ରଡକ୍ସନ ହାଉସର କରନ ଜୋହରଙ୍କୁ ପଚରାଉଚୁରା ନେଇ ସମ୍ଭାବନା କମିଯାଇଛି | କାରଣ ପଚରାଉଚୁରା ପାଇଁ ପର୍ଯ୍ୟାପ୍ତ ପ୍ରମାଣ ନାହିଁ | ସୁଶାନ୍ତ ସିଂହଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ସୁଶାନ୍ତଙ୍କ ଟଙ୍କା ଖର୍ଚ୍ଚ କରୁଥିବା ମାମଲା ସାମ୍ନାକୁ ଆସିଛି | ତେବେ କେତେ ଟଙ୍କା ଖର୍ଚ୍ଚ ହୋଇଛି ପୋଲିସ ସେ ସମ୍ପର୍କରେ ତଦନ୍ତ କରୁଛି |

{"id":300889,"sizeSlug":"large"}

ସୁଶାନ୍ତ ସିଂହଙ୍କ ଆତ୍ମହତ୍ୟା ପରେ ସୋସିଆଲ ମିଡ଼ିଆରେ ଆଦିତ୍ୟ ଚୋପ୍ରା ଓ କରନ ଜୋହରଙ୍କ ଉପରେ ସୁଶାନ୍ତଙ୍କୁ ହଇରାଣ ହରକତ କରୁଥିବା ଆରୋପ ଲଗାଯାଇଥିଲା | କିନ୍ତୁ ପୋଲିସ ତଦନ୍ତରେ ଏହି ଦୁଇଜଣଙ୍କୁ ପଚରାଉଚୁରା କରିବାକୁ ପର୍ଯ୍ୟାପ୍ତ ପ୍ରମାଣ ସାମ୍ନାକୁ ଆସିନାହିଁ | ସଞ୍ଜୟ ଲୀଳା ଭନସାଲିଙ୍କ ବୟାନ ପରେ ଆଦିତ୍ୟ ଚୋପ୍ରାଙ୍କ ପାଇଁ ସ୍ଥିତି ସାମାନ୍ୟ ହୋଇଥିବାବେଳେ, ଏପର୍ଯ୍ୟନ୍ତ ଯେଉଁ ୩୫ ଜଣଙ୍କ ବୟାନ ରେକର୍ଡ କରାଯାଇଛି ସେଥିରୁ କେହି ମଧ୍ୟ ନିଜ ବୟାନରେ କରନ ଜୋହରଙ୍କ ଉପରେ ସୁଶାନ୍ତ ସିଂହ ରାଜପୁତଙ୍କୁ ହଇରାଣ କରୁଥିବା ଅଭିଯୋଗ କରିନାହାନ୍ତି | ପୋଲିସ କହିବାନୁଯାୟୀ ସୁଶାନ୍ତ ସିଂହ ଗଣମାଧ୍ୟମରେ ଆସୁଥିବା Blind News Items ଯୋଗୁଁ ଚିନ୍ତିତ ହୋଇପଡୁଥିଲେ | କିନ୍ତୁ ଏବେ ସୁଦ୍ଧା ଏହି ଥିଓରୀର କୌଣସି ଲିଗାଲ ଗ୍ରାଉଣ୍ଡ ପୋଲିସ ପ୍ରସ୍ତୁତ କରିପାରିନାହିଁ |

ସଞ୍ଜୟ ଲୀଳା ଭନସାଲିଙ୍କ ବୟାନ, YRF ଓ ସୁଶାନ୍ତଙ୍କ ମଧ୍ୟରେ ହୋଇଥିବା କଣ୍ଟ୍ରାକ୍ଟ କପି ପରେ ଆଦିତ୍ୟ ଚୋପ୍ରାଙ୍କୁ ଆଶ୍ବସ୍ତି ମିଳିଛି | ଅପରପକ୍ଷରେ ଶେଷ ସମୟରେ ସୁଶାନ୍ତଙ୍କ ମ୍ୟାନେଜରଙ୍କ ଠାରୁ ଆରମ୍ଭ କରି ପରିବାର ସଦସ୍ୟ ପର୍ଯ୍ୟନ୍ତ କେହି ମଧ୍ୟ କରନ ଜୋହରଙ୍କ ଉପରେ ସୁଶାନ୍ତ ସିଂହଙ୍କୁ ବଲିଉଡ ବଏକଟ ନେଇ ଅଭିଯୋଗ କରିନାହାନ୍ତି |

{"id":300890,"sizeSlug":"large"}

ପୋଲିସ ଅନୁସାରେ, ସୁଶାନ୍ତ ସିଂହ ଅତ୍ୟନ୍ତ ସେନସିଟିଭ ବ୍ୟକ୍ତି ଥିଲେ ଏବଂ ନିଜ ସମ୍ପର୍କରେ ଯେକୌଣସି ମିଛ ଖବର ବା Blind News Items କୁ ନେଇ ଚିନ୍ତିତ ହୋଇପଡୁଥିଲେ | କିନ୍ତୁ ନିଜ ତଦନ୍ତରେ ପୋଲିସ ଏହି ଥିଓରୀକୁ ଲିଗାଲ ଗ୍ରାଉଣ୍ଡରେ ପ୍ରମାଣିତ କରିପାରିନାହିଁ | ରିୟା ଚକ୍ରବର୍ତ୍ତୀ ସୁଶାନ୍ତ ସିଂହଙ୍କ ଟଙ୍କା ଖର୍ଚ୍ଚ କରୁଥିବା ପୋଲିସ ତଦନ୍ତରେ ସାମ୍ନାକୁ ଆସିଛି କିନ୍ତୁ କେତେ ଟଙ୍କା ଖର୍ଚ୍ଚ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ | ପୋଲିସ ଖୁବ ଶୀଘ୍ର ସୁଶାନ୍ତ ସିଂହଙ୍କ ଡାକ୍ତର ଓ ତାଙ୍କ ଭଉଣୀଙ୍କ ବୟାନ ରେକର୍ଡ କରିବ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.