Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ
  • ||
  • ମିର୍ଜାପୁରରେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ବଡ଼ ବୟାନ, କହିଲେ- ପାକିସ୍ତାନ ଯିବାକୁ ଚାହୁଁଛି
  • ||
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||

ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କଲେ ସୁଶାନ୍ତ ସିଂହ ରାଜପୁତଙ୍କ ପ୍ରଶଂସକ: ପ୍ରିୟ ଅଭିନେତାଙ୍କ ମୃତ୍ୟୁର ଦାବି କଲେ ସିବିଆଇ ତଦନ୍ତ, ଟ୍ରେଣ୍ଡ କରୁଛି #PMModiCBIForSSR

6/07/2020 at 5:39 PM

ନୂଆଦିଲ୍ଲୀ ୦୬।୦୭: ବଲିଉଡର ଉଦିୟମାନ ତଥା ପ୍ରତିଭାବାନ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ତାଙ୍କ ପ୍ରଶଂସକଙ୍କୁ ମର୍ମାହତ କରିଛି। ପ୍ରଶଂସକ ଏ ପର୍ଯ୍ୟନ୍ତ ଦୁଃଖରୁ ବାହାରି ପାରି ନାହାନ୍ତି। ଏବେ ବି ବିଶ୍ଵାସ କରି ପାରୁନାହାନ୍ତି ଯେ, ସୁଶାନ୍ତ ଆତ୍ମହତ୍ୟା କରିଛନ୍ତି।  ସୁଶାନ୍ତଙ୍କ ଫ୍ୟାନ୍ ଫଲୋଇଙ୍ଗ କେତେ ତାହା ଏଥିରୁ ଅନୁମାନ କରି ପାରିବେ ଯେ, ତାଙ୍କ ଦେହାନ୍ତ ପରେ ମଧ୍ୟ ପ୍ରଶଂସକ କ୍ରମାଗତ ସୋସିଆଲ ମିଡିଆରେ ନିଜର ପ୍ରିୟ ଅଭିନେତା ପାଇଁ କ୍ୟାମ୍ପେନ୍ ଚଳାଉଛନ୍ତି। ସୋସିଆଲ ମିଡିଆ ପୋଷ୍ଟକୁ ଦେଖିଲେ ଲାଗୁଛି ଯେ, ପ୍ରଶଂସକ ମୁମ୍ବାଇ ପୋଲିସ୍‌ର ତଦନ୍ତରେ ସନ୍ତୁଷ୍ଟ ନାହାନ୍ତି। ଏବେ ସେମାନେ ସିଧାସଳଖ ଦେଶର ପ୍ରଧାନମନ୍ତ୍ରୀଙ୍କୁ ସୁଶାନ୍ତଙ୍କ କେସ୍‌ର ସିବିଆଇ ତଦନ୍ତ ଦାବି କରିଛନ୍ତି।

ଉଲ୍ଲେଖଯୋଗ୍ୟ, ସୁଶାନ୍ତ ସିଂହ ରାଜପୁତ ଜୁନ ୧୪ରେ ମୁମ୍ବାଇର ବାନ୍ଦ୍ରା ସ୍ଥିତ ନିଜର ବାସଭବନରେ ଆତ୍ମହତ୍ୟା କରିଥିଲେ। ଏହାପରଠୁ ବଲିଉଡ ଏବଂ ପ୍ରଶଂସକଙ୍କ ଏକ ବଡ ବର୍ଗଙ୍କ କହିବା କଥା ସୁଶାନ୍ତ ଫିଲ୍ମ ଇଣ୍ଡଷ୍ଟ୍ରୀରେ ପ୍ରିୟାପ୍ରୀତି ତୋଷଣ ଓ ଗୋଷ୍ଠୀକନ୍ଦଳର ଶିକାର ହୋଇଛନ୍ତି। ଏହି କାରଣରୁ ସେ ମାନସିକ ଚିନ୍ତାରେ ଥିଲେ ଏବଂ ଶେଷରେ ଆତ୍ମହତ୍ୟା କରିଛନ୍ତି। ମୁମ୍ବାଇ ପୋଲିସ୍ ମଧ୍ୟ ବଲିଉଡରେ ବ୍ୟକ୍ତିଗତ ଶତ୍ରୁତାକୁ ନେଇ ମଧ୍ୟ ତଦନ୍ତ କରୁଛି। ତଥାପି ପ୍ରଶଂସକ ମୁମ୍ବାଇ ପୋଲିସ୍‌ର ତଦନ୍ତରେ ସନ୍ତୁଷ୍ଟ ନାହାନ୍ତି ଏବଂ ସିବିଆଇ ତଦନ୍ତ ଦାବି କରିଛନ୍ତି। ଦେଖନ୍ତୁ ପ୍ରଶଂସକଙ୍କ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାମରେ ଟ୍ଵିଟ୍‌…

କେମିତି ହେବ ସିବିଆଇ ତଦନ୍ତ

ଏବେ ସୁଶାନ୍ତ ସିଂହଙ୍କ ଆତ୍ମହତ୍ୟା କେସ୍‌ର ତଦନ୍ତ ମୁମ୍ବାଇ ପୋଲିସ୍ କରୁଛି। ଏମିତି ମାମଲାରେ କେବଳ ରାଜ୍ୟ ସରକାରଙ୍କ ସୁପାରିଶ କ୍ରମେ ହିଁ କୌଣସି କେନ୍ଦ୍ରୀୟ ଏଜେନ୍ସି ଏହି କେସ୍‌ର ତଦନ୍ତ କରି ପାରିବେ। ଏମିତିରେ ସିବିଆଇ ତଦନ୍ତ ପାଇଁ ଏହା ଜରୁରୀ ଯେ, ମହରାଷ୍ଟ୍ରର ରାଜ୍ୟ ସରକାର ସିବିଆଇ ତଦନ୍ତ ପାଇଁ କେନ୍ଦ୍ରକୁ ସୁପାରିଶ କରନ୍ତୁ।

ଲଗାତାର ଜେରା କରୁଛି ପୋଲିସ୍‌

ସୁଶାନ୍ତଙ୍କ ଆତ୍ମହତ୍ୟା କେସ୍‌ରେ ମୁମ୍ବାଇ ପୋଲିସ୍‌ ଅଦ୍ୟାବଧି ସୁଶାନ୍ତଙ୍କ ସହ ସମ୍ବନ୍ଧିତ ୨୮ ଜଣଙ୍କୁ ଜେରା କରି ସାରିଛି। ଏବେ ପୋଲିସ୍ ସିଧାସଳଖ ନିର୍ଦ୍ଦେଶକ ଏବଂ ନିର୍ମାତ ସଞ୍ଜୟ ଲୀଲା ଭଂସାଲୀଙ୍କୁ ପଚରାଉଚୁରା କରୁଛି। ରିପୋର୍ଟ ଅନୁଯାୟୀ, ସଞ୍ଜୟ ଲୀଲା ଭଂସାଲୀ ନିଜର କିଛି ବଡ ଫିଲ୍ମରେ ସୁଶାନ୍ତଙ୍କୁ ଅଫର କରିଥିଲେ, ମାତ୍ର ଗୋଟିଏ ପ୍ରଡକ୍ସନ ହାଉସ୍‌ ସହ କରିଥିବା କଣ୍ଟ୍ରାକ୍ଟ କାରଣରୁ ସେ ଭଂସାଲୀଙ୍କ ଫିଲ୍ମ କରିପାରିନଥିଲେ। ପରେ ଏକ ଖାସ୍‌ ଅଭିନେତାଙ୍କୁ ଏହି ସବୁ ଫିଲ୍ମ ମିଳିଥିଲା।

   Related Posts