Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ବରଗଡ଼: ‘ନୋ କ୍ଲାସ୍ ନୋ ଫି’ ଦାବିରେ ଜିଲ୍ଲାପାଳଙ୍କୁ ଘେରିଲେ କଲେଜ ଛାତ୍ରଛାତ୍ରୀ
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ମାଲକାନଗିରି :ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସରଙ୍କୁ ଗିରଫ କଲା ଭିଜିଲାନ୍ସ
  • ||
  • ମାଲକାନଗିରି : ଜମିବାଡି ବିବାଦରୁ ହତ୍ୟାକାଣ୍ଡ ! ହତ୍ୟା କରି ଫିଙ୍ଗିଦେଲେ ଘର ଆଗରେ
  • ||
  • ଝାରସୁଗୁଡା : ଟେଣ୍ଟ ହାଉସ୍ ଗୋଦାମରେ ଅଗ୍ନିକାଣ୍ଡ, ୫୦ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡି ଭସ୍ମୀଭୂତ
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||
  • କଟକ : ଘରୋଇ ସ୍କୁଲ ଫି’ କମାଇବା ମାମଲା : ଫି’ କେତେ କମିବ ସତ୍ୟପାଠ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||

ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ପାଇଁ ରିୟା ଦାୟୀ ! ବିହାର କୋର୍ଟରେ କେସ୍, ୨୪ରେ ଶୁଣାଣି

21/06/2020 at 2:43 PM

ପାଟଣା ୨୧/୦୬ : ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ଖବର କେବଳ ବଲିଉଡକୁ ନୁହେଁ ପୁରା ଦେଶକୁ ଦୋହଲାଇ ଦେଇଛି | ସୋସିଆଲ ମିଡ଼ିଆ ଜରିଆରେ ସେଲିବ୍ରିଟି ତଥା ପ୍ରଶଂସକ ଶୋକ ପ୍ରକାଶ କରୁଛନ୍ତି | ସୁଶାନ୍ତ ସିଂହଙ୍କ ମୃତ୍ୟୁକୁ ସପ୍ତାହେ ବିତିଯାଇଛି | ତଥାପି ଲୋକେ ମନରୁ ଏହି ଘଟଣାକୁ ବାହାର କରିପାରୁନାହିନ୍ତି | ସୁଶାନ୍ତ ସିଂହଙ୍କ ନିଧନ ପରେ ବଲିଉଡ ଇଣ୍ଡଷ୍ଟ୍ରିରେ ମଧ୍ୟ ହଇଚଇ ସୃଷ୍ଟି ହୋଇଛି | ନେପୋଟିଜିମକୁ ନେଇ ସେଲିବ୍ରିଟି ନିଜ ନିଜ ମତ ପ୍ରକାଶ କରୁଛନ୍ତି | ଇତି ମଧ୍ୟରେ ମୁଜାଫରପୁର କୋର୍ଟରେ ଆତ୍ମହତ୍ୟା ମାମଲାରେ ଏକ ପିଟିସନ ଦାଏର କରାଯାଇଛି | ଶନିବାର ଦିନ ମୁଜାଫରପୁର ସଦର ଥାନାର ପଟହୀ ଗାଁର କୁନ୍ଦନ କୁମାର ମୁଖ୍ୟ ନ୍ୟାୟିକ ଦଣ୍ଡାଧିକାରୀଙ୍କ ଅଦାଲତରେ ମାମଲା ଦାଏର କରିଛନ୍ତି | ରିୟା ଚକ୍ରବର୍ତ୍ତୀ ସୁଶାନ୍ତ ସିଂହ ରାଜପୁତଙ୍କୁ ଆତ୍ମହତ୍ୟା ପାଇଁ ଉସୁକାଇବା ଅଭିଯୋଗ ହୋଇଛି | 

ନବଭାରତ ଟାଇମ୍ସ ସହ କଥାବାର୍ତ୍ତାରେ କୁନ୍ଦନ କୁମାର ଆରୋପ ଲଗାଇଛନ୍ତି ଯେ ରିୟା ଚକ୍ରବର୍ତ୍ତୀ ଷଡଯନ୍ତ୍ର କରି ସୁଶାନ୍ତ ସିଂହଙ୍କୁ ନିଜ ପ୍ରେମ ଜାଲରେ ଫସାଇ ତାଙ୍କ ଠାରୁ ଫାଇଦା ଉଠାଇଥିଲେ | ସୁଶାନ୍ତ ସିଂହ ରିୟାଙ୍କ ସହ ବାହାଘର ସମ୍ପର୍କରେ ନିଜ ପରିବାର ସହ କଥାବାର୍ତ୍ତା ମଧ୍ୟ କରିଥିଲେ | କିନ୍ତୁ ତା ଭିତରେ ରିୟା ତାଙ୍କ ସହ ସମସ୍ତ ସମ୍ପର୍କ ଭାଙ୍ଗି ଦେଇଥିଲେ | ଧାରା ୪୨୦ ଓ ଧାରା ୩୦୬ ଅନୁଯାୟୀ ରିୟାଙ୍କ ବିରୋଧରେ ମାମଲା ରୁଜ୍ଜୁ କରାଯାଇଛି | ଜୁନ ୨୪ ତାରିଖରେ ଏହି ମାମଲାର ଶୁଣାଣି ହେବ | ଏହା ପୂର୍ବରୁ ସୁଶାନ୍ତ ସିଂହଙ୍କ ସମ୍ପର୍କୀୟ ଭାଇ ଏ ସମ୍ପର୍କରେ ଖୁଲାସା କରିଥିଲେ ଯେ ସୁଶାନ୍ତ ସିଂହ ଚଳିତ ବର୍ଷ ନଭେମ୍ବର ମାସରେ ବିବାହ କରିଥାନ୍ତେ | 

ସୂଚନାଯୋଗ୍ୟ ଯେ, ସୁଶାନ୍ତ ସିଂହ ରାଜପୁତଙ୍କ ନିଧନ ମାମଲାରେ ବିହାର ମୁଜାଫରପୁର ସିଜେଏମ ଅଦାଲତରେ ଦୁଇଟି ମାମଲା ଦାଏର ହୋଇଛି | ଏହା ପୂର୍ବରୁ ଆଇନଜୀବୀ ସୁଧୀର କୁମାର ଓଝା ବଲିଉଡର କିଛି ବଡ ବଡ ଅଭିନେତା, ପ୍ରଯୋଜକ, ଫିଲ୍ମ ନିର୍ମାତାଙ୍କ ବିରୋଧରେ ମାମଲା ଦାଏର କରିଥିଲେ | ଏଥିରେ ସଲମାନ ଖାନ, କରନ ଜୋହର, ଆଦିତ୍ୟ ଚୋପ୍ରା, ସଞ୍ଜୟ ଲୀଳା ଭାବିଶାଳୀଙ୍କ ଭଳି ନାଁ ସାମିଲ ରହିଛି | ଏମାନେ ମିଶି ସୁଶାନ୍ତ ସିଂହ ରାଜପୁତଙ୍କୁ ବଏକଟ କରିବା ସହ ତାଙ୍କ କ୍ୟାରିଅର ଖରାପ କରିବାକୁ ମଧ୍ୟ ଚେଷ୍ଟା କରିଥିଲେ ବୋଲି ଓଝା ଅଭିଯୋଗ କରିଛନ୍ତି |

   Related Posts