ସୁଶାନ୍ତ କେସ୍: ମହେଶ ଭଟ୍ଟ ଓ କରଣ ଜୋହରଙ୍କ ମ୍ୟାନେଜରକୁ ଜେରା କରିବ ପୋଲିସ୍

Published By : Prameya-News7 Bureau | July 26, 2020 IST

ମୁମ୍ବାଇ ୨୬।୦୭: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ଏକ ମାସରୁ ଅଧିକ ସମୟ ବିତିଗଲାଣି। ମାତ୍ର ମୁମ୍ବାଇ ପୋଲିସ୍‌ କାର୍ଯ୍ୟାନୁଷ୍ଠାନ ଏବେ ମଧ୍ୟ ଜାରି ରହିଛି। ପୋଲିସ୍ ଲଗାତାର ଅନେକ ଲୋକଙ୍କୁ ପଚରାଉଚୁରା କରୁଛି। ଏହା ମଧ୍ୟରେ ମହାରାଷ୍ଟ୍ରର ଗୃହ ମନ୍ତ୍ରୀ ଅନିଲ୍ ଦେଶମୁଖ ବଡ ବୟାନ ଦେଇଛନ୍ତି।

ଅନିଲ୍ ଦେଶମୁଖ କହିଛନ୍ତି ସୁଶାନ୍ତ ମାମଲାରେ ଫିଲ୍ମ ନିର୍ଦ୍ଦେଶକ ମହେଶ ଭଟ୍ଟଙ୍କୁ ଜେରା କରାଯିବ।  ସେ କହିଛନ୍ତି ଏହି ମାମଲାରେ ମହେଶ ଭଟ୍ଟଙ୍କ  ବୟାନ ମଧ୍ୟ ରେକର୍ଡ କରାଯିବ। ଅନିଲ ଦେଶମୁଖ ଏହା ମଧ୍ୟ କହିଛନ୍ତି ଏହି କେସ୍‌ରେ ଏବେ କରଣ ଜୋହରଙ୍କ ମ୍ୟାନେଜରଙ୍କୁ ଜେରା କରାଯିବ। ତାଙ୍କ ଅନୁଯାୟୀ ଯଦି ଆବଶ୍ୟକ ପଡେ ତେବେ ଖୋଦ୍ କରଣ  ଜୋହରଙ୍କୁ ମଧ୍ୟ ହାଜର ହେବାକୁ କୁହାଯିବ।

ଏବେ ସୁଶାନ୍ତ ମାମଲାରେ ମହେଶ ଭଟ୍ଟଙ୍କୁ ଜେରା କରାଯିବା ତଦନ୍ତରେ ସବୁଠୁ ବଡ ଘଟଣା। ସୁଶାନ୍ତଙ୍କ ମୃତ୍ୟୁ ପରଠୁ ମହେଶ ଭଟ୍ଟଙ୍କୁ ଜୋରଦାର ଟ୍ରୋଲ କରାଯାଉଛି। ତାଙ୍କ ଉପରେ ପ୍ରିୟାପ୍ରୀତିତୋଷଣକୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗ  ହୋଇଛି। ଏବେ ପୋଲିସ୍‌ ଭଟ୍ଟଙ୍କୁ ଯେବେ ଜେରା କରିବ ତେବେ ନିର୍ଦ୍ଦେଶକ କଣ କହିବେ ତା ଉପରେ ସଭିଙ୍କ ନଜର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.