ସୁଶାନ୍ତଙ୍କ ପ୍ରତି ବିବାଦୀୟ ମନ୍ତବ୍ୟ ଦେଲେ ଅଖତାର, କହିଲେ- ‘ତାଙ୍କଠାରେ ଆତ୍ମବିଶ୍ୱାସର ଅଭାବ ଥିଲା’

Published By : Prameya-News7 Bureau | June 28, 2020 IST

ଲାହୋର, ୨୮|୦୬:  ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତ ଏବେ ଆଉ ଦୁନିଆରେ ନାହାଁନ୍ତି । ସେ ଗତ ଜୁନ ୧୪ ତାରିଖରେ ନିଜ ଆପାର୍ଟମେଣ୍ଟରେ ଆତ୍ମହତ୍ୟା କରିଛନ୍ତି । ତାଙ୍କ ମୃତ୍ୟୁ ପରେ ବଲିଉଡ୍ ଜଗତରେ ଶୋକର ଛାୟା ଖେଳିଯାଇଛି । ସୁଶାନ୍ତାଙ୍କ ଲକ୍ଷ ଲକ୍ଷ ଫ୍ୟାନ୍ ତାଙ୍କୁ ମିସ୍ କରୁଛନ୍ତି । ତେବେ ସେ ଡିପ୍ରେସନରେ ଥିବାରୁ ଆତ୍ମହତ୍ୟା କରିଥିବା କୁହାଯାଉଛି । ଏହା ମଧ୍ୟରେ ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ପାକିସ୍ତାନୀ କ୍ରିକେଟର ସୋଏବ ଅଖତାର । ସେ ୨୦୧୬ରେ ସୁଶାନ୍ତଙ୍କୁ ଭେଟିଥିଲେ । ସୁଶାନ୍ତଙ୍କଠାରେ ଆତ୍ମବିଶ୍ୱାସର ଅଭାବ ଥିଲା ବୋଲି ସୋଏବ କହିଛନ୍ତି ।

{"id":293063,"width":690,"height":359,"sizeSlug":"large"}

ନିଜ ୟୁଟ୍ୟୁବ୍ ଚ୍ୟାନେଲରେ ସୋଏବ କହିଛନ୍ତି ଯେ, ୨୦୧୬ରେ ସେ ଭାରତରୁ ଫେରିବା ବେଳେ ମୁମ୍ବାଇର ଏକ ହୋଟେଲରେ ସୁଶାନ୍ତଙ୍କୁ ଭେଟିଥିଲେ । କିନ୍ତୁ ସୁଶାନ୍ତଙ୍କ ଠାରେ ଆତ୍ମବିଶ୍ୱାସର ଅଭାବ ଥିଲା । ସେ ତାଙ୍କ ପାଖରୁ ମୁଣ୍ଡ ତଳକୁ କରି ଚାଲିଯାଇଥିଲେ । ସେହି ସମୟରେ ଜଣେ ବନ୍ଧୁ ତାଙ୍କୁ ଏମଏସ ଧୋନୀ ଚଳଚ୍ଚିତ୍ରରେ ସୁଶାନ୍ତ ମାହିଙ୍କ ଚରିତ୍ରରେ ଅଭିନୟ କରୁଥିବା କହିଥିଲେ ।

ସୋଏବ ଆହୁରି କହିଛନ୍ତି ଯେ, ସେତେବେଳେ ସେ ସୁଶାନ୍ତଙ୍କ ଅଭିନୟ ଦେଖିବାକୁ ଚିନ୍ତା କରିଥିଲେ । ତେବେ ତାଙ୍କୁ ସୁଶାନ୍ତଙ୍କ ଅଭିନୟ ପସନ୍ଦ ଆସିଥିଲା । କିନ୍ତୁ ସେ ସୁଶାନ୍ତଙ୍କ ସହ କଥା ହୋଇପାରି ନଥିବାକୁ ଦୁଃଖିତ ବୋଲି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.