ସୁଶାନ୍ତ ମୃତ୍ୟୁକୁ ଆଜି ପୂରିଲା ୪ ମାସ, ଭଉଣୀ ଶ୍ବେତା ସେୟାର କଲେ ପୁରୁଣା ଭିଡିଓ

Published By : Prameya-News7 Bureau | October 14, 2020 IST

ମୁମ୍ବାଇ ୧୪/୧୦: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁକୁ ଆଜି ୪ ମାସ ପୂରିଛି। ସୁଶାନ୍ତ ମୃତ୍ୟୁ ମାମଲାର ତଦନ୍ତରେ ଲାଗିଛି ସିବିଆଇ, ଏନସିବି ଓ ଇଡି। ମାତ୍ର ତଦନ୍ତ ଏଜେନ୍ସି ଏବେ ସୁଦ୍ଧା କୌଣସି ନିଷ୍କର୍ଷରେ ପହଞ୍ଚି ପାରି ନାହାନ୍ତି। ତେବେ ସୁଶାନ୍ତଙ୍କୁ ଏବେ ବି ମନେ ପକାଉଛନ୍ତି ପରିବାର ଲୋକ ଓ ତାଙ୍କ ପ୍ରଶଂସକ। ମୃତ୍ୟୁକୁ ଚାରି ମାସ ବିତିବାରୁ ଭଉଣୀ ଶ୍ବେତା ସିଂହ କୀର୍ତି ଇନଷ୍ଟାଗ୍ରାମରେ ତାଙ୍କର ଏକ ଅନସିନ୍ ଫଟୋ ଭିଡ଼ିଓ ପୋଷ୍ଟ କରିଛନ୍ତି।

ଶ୍ବେତା ଇନଷ୍ଟାଗ୍ରାମରେ ଗୋଟିଏ ଭିଡିଓ ପୋଷ୍ଟ କରିଛନ୍ତି। ଏହାର କ୍ୟାପସନ ଦେଇଛନ୍ତି ‘ଗୋଟିଏ ସତ ପ୍ରେରଣା ଓ ହ୍ୟାସ ଟ୍ୟାଗରେ ଲେଖିଛନ୍ତି ‘immortalsushant’। ସୁଶାନ୍ତଙ୍କ ଏହି ଭିଡ଼ିଓ ହେଉଛି ଏକ ପ୍ରେରଣାଦାୟୀ ଭିଡ଼ିଓ। ସୁଶାନ୍ତ ଭିଡିଓରେ କଠିନ ପରିଶ୍ରମ କରୁଥିବା ଦେଖିବାକୁ ମିଳିଛି। ତେବେ ଏହି ଭିଡ଼ିଓକୁ ଦେଖି ସମସ୍ତେ ଭାବୁକ ହୋଇଛନ୍ତି।

wp:core-embed/instagram {"url":"https://www.instagram.com/tv/CGS24PchaMS/","type":"rich","providerNameSlug":"instagram","className":""}
https://www.instagram.com/tv/CGS24PchaMS/
/wp:core-embed/instagram

ତେବେ ଶ୍ବେତା ନିଜ ଭାଇ ସୁଶାନ୍ତଙ୍କୁ ନ୍ୟାୟ ଦେବା ପାଇଁ କ୍ରମାଗତ ସୋସିଆଲ ମିଡ଼ିଆରେ ଅଭିଯାନ  ଚଳାଇଛନ୍ତି। ଏ ଦିଗରେ ଶ୍ବେତାଙ୍କୁ ସମର୍ଥନ କରୁଛନ୍ତି ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.