Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଉ ଥରେ ବିଦ୍ୟାଭାରତୀଙ୍କୁ ଜେରା କରିବ ପୋଲିସ ! ନେଇପାରେ ପାରଳାଖେମୁଣ୍ଡି
  • ||
  • ଦେଶବ୍ୟାପୀ ତ୍ରିରଙ୍ଗା ରାଲି ବାହାର କରିବେ କୃଷକ, ଅଗଷ୍ଟ ୧୫ରେ ପାଳନ କରିବେ ଏହି ଦିବସ
  • ||
  • ଟୋକିଓ ଅଲିମ୍ପିକ୍ସ: ଆଜି ଇତିହାସ ରଚିବାକୁ ଓହ୍ଲାଇବେ ରବି ଦାହିଆ, ପୁରୁଷ ହକି ଉପରେ ବି ରହିବ ନଜର
  • ||
  • ତୃତୀୟ ଲହରକୁ ନେଇ ସତର୍କ କରାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଭକ୍ତଙ୍କ ପାଇଁ ବଡ଼ ଘୋଷଣା, ୧୬ ତାରିଖରୁ ଖୋଲିବ ଶ୍ରୀମନ୍ଦିର
  • ||
  • ଅଗଷ୍ଟ ୧୬ରୁ ଶ୍ରୀମନ୍ଦିର ଖୋଲିବ
  • ||
  • ଟୋକିଓ ଅଲିମ୍ପିକ୍ସ ହକି ସେମିଫାଇନାଲ୍‌ରେ ହାରିଲା ମହିଳା ଦଳ, ଫାଇନାଲ୍‌କୁ ଉନ୍ନିତ ହେଲା ଆର୍ଜେଣ୍ଟିନା
  • ||
  • ଦେବଗଡ : ହନୁମାନ ପଇସା ରାକେଟ୍ ଠାବ : ୩ ଗିରଫ, ୨ଟି ହନୁମାନ ପଇସା ଜବତ
  • ||
  • ସାଲେପୁର : ସାଲେପୁର ଅଞ୍ଚଳରୁ ବିରଳ ଏଣ୍ଡୁଅ ଉଦ୍ଧାର, ବଦଳାଉଛି ରଙ୍ଗ
  • ||
  • ଢେଙ୍କାନାଳ : ବିକ୍ରି କରୁଥିଲେ ବାରହା ମାଂସ, ୩ ଶିକାରୀଙ୍କୁ ବାନ୍ଧିଲା ବନ ବିଭାଗ
  • ||

‘ସୁଶାନ୍ତଙ୍କୁ ପାଗଳ ସଜାଇ ଡାକ୍ତରଖାନାକୁ ଭର୍ତ୍ତି କରିବାକୁ ଯୋଜନା କରିଥିଲେ ରିୟା’

6/08/2020 at 3:27 PM

ମୁମ୍ବାଇ ୬/୮: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁର ରହସ୍ୟ ଦିନକୁ ଦିନ ଆହୁରି ଜଟିଳ ହୋଇ ହୋଇ ଯାଉଛି। ସୁଶାନ୍ତଙ୍କ ମୃତ୍ୟୁକୁ ମାସେରୁ ଅଧିକ ସମୟ ହୋଇଯାଇଛି। ଏବେ ସୁଦ୍ଧା ଜଣା ପଡ଼ିପାରୁ ନାହିଁ ଯେ ସୁଶାନ୍ତ କେଉଁ କାରଣ ଯୋଗୁଁ ଆତ୍ମହତ୍ୟା କରିଥିଲେ।

ଏହି ମାମଲାରେ ସମସ୍ତଙ୍କ ନଜର ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଉପରେ ରହିଛି। ସୁଶାନ୍ତଙ୍କ ବାପା କେକେ ସିଂହ ,ରିୟାଙ୍କ ବିରୋଧରେ ବିହାର ପୋଲିସରେ ମାମଲା ରୁଜୁ କରିଥିଲେ। ଏହା ପରେ ରିୟା ଏବଂ ସୁଶାନ୍ତଙ୍କ ସମ୍ପର୍କକୁ ନେଇ ଅନେକ କଥା ସାମନାକୁ ଆସିଛି। ଏବେ ରିୟା ଚକ୍ରବର୍ତ୍ତୀଙ୍କ କଲ୍ ଡିଟେଲର ମଧ୍ୟ ଖୁଲାସା ହୋଇଛି।

କଲ୍ ଡିଟେଲ୍ସରୁ ଜଣା ପଡ଼ିଛି ଯେ ସୁଶାନ୍ତ ୨୦୨୦ ମସିହା ଜାନୁୟାରୀ ୨୦ରୁ ୨୪ମଧ୍ୟରେ ନିଜ ଭଉଣୀ ରାନୀଙ୍କୁ ଗାଡ଼ିରେ ଦେଖା​‌ କରିବାକୁ ଆସିଥିବାବେଳେ ରିୟା ତାଙ୍କୁ ୫ଦିନରେ ପାଖାପାଖି ୨୫ଥର କଲ୍ କରିଥିଲେ।

ସୁଶାନ୍ତ ନଭେମ୍ବର ମାସରେ ନିଜ ଭଉଣୀକୁ ସାହାଯ୍ୟ ମାଗିବା ପାଇଁ କଲ୍ କରିଥିଲେ ଏବଂ ଚଣ୍ଡିଗଡ଼ ଯିବା ପାଇଁ ୩ଭଉଣୀ ସହ ଟିକେଟ ମଧ୍ୟ ବୁକ୍ କରିଥିଲେ। କିନ୍ତୁ ରିୟା ଚକ୍ରବର୍ତ୍ତୀ  ତାଙ୍କୁ ବ୍ଲାକମେଲ୍ କରିଥିଲେ ଏବଂ ତାଙ୍କୁ ନଯିବାକୁ କହିଥିଲେ।

ପୁଣି ଡିସେମ୍ବରରେ ସୁଶାନ୍ତ ନୂଆ ନମ୍ବରରେ କଲ୍ କରି ସାହାଯ୍ୟ କରିବାକୁ ଗୁହାରି କରିଥିଲେ। ସୁଶାନ୍ତ କହିଥିଲେ ଯେ ରିୟା ଏବଂ ତାଙ୍କ ପରିବାର ତାଙ୍କୁ ମେଣ୍ଟାଲ୍ ହସ୍ପିଟାଲ ପଠାଇବାକୁ ଉଦ୍ୟମ କରୁଛନ୍ତି। ସେ ମେଣ୍ଟାଲ୍ ହସ୍ପିଟାଲ୍ ଯିବାକୁ ଚାହୁଁ ନାହାନ୍ତି। ସେ ମୁମ୍ବାଇରେ ସବୁ କିଛି ଛାଡ଼ି ହିମାଚଳରେ ସେଟଲ୍ ହୋଇଯିବେ।

ଏହା ପରେ ସେ ନିଜେ ଗାଡ଼ି ଚଲାଇ ଚଣ୍ଡିଗଡ଼ ବାହାରି ଯାଇଥିଲେ। ସେ ନିଜେ ଏଥିପାଇଁ ଡ୍ରାଇଭ କରିଥିଲେ କାରଣ ଭୁଲ୍ ଔଷଧ ନେବା କାରଣରୁ ତାଙ୍କୁ କ୍ଲୋଷ୍ଟୋଫୋବିୟାର ସମସ୍ୟା ହୋଇଥିଲା। ସୁଶାନ୍ତ ନିଜେ ଡ୍ରାଇଭ କରି ଚଣ୍ଡିଗଡ଼ ପହଞ୍ଚିଥିଲେ ଏବଂ ସେଠାରେ ୨ଦିନ ରହିଥିଲେ।

ଏହି ସମୟରେ ତାଙ୍କ ବନ୍ଧୁ ସିଦ୍ଧାର୍ଥ ପିଠାନି ରିୟାଙ୍କୁ ତାଙ୍କ ଯିବା ବିଷୟରେ କହି ଦେଇଥିଲେ ଯାହା ପରେ ରିୟା ତାଙ୍କୁ ବ୍ଲାକମେଲ୍ କରିଥିଲେ ଏବଂ ୩-୪ଦିନରେ ୨୫ଥର କଲ୍ କରିଥିଲେ।

ସୁଶାନ୍ତ ମାମଲାରେ ED ରିୟାଙ୍କୁ ସମନ ପଠାଇଛି। ସେହିପରି ଖାରରେ ସ୍ଥିତ ଏକ ଫ୍ଲାଟ୍ ED ନିରୀକ୍ଷଣରେ ରହିଛି। ଏପରି କୁହାଯାଉଛି ଯେ ଏହି ଘର ରିୟାଙ୍କ ନାଁରେ ରହିଛି।

ରିୟାଙ୍କୁ ଅଗଷ୍ଟ ୭ରେ ନିଜ ଷ୍ଟେଟମେଣ୍ଟ ରେକର୍ଡ଼ କରିବା ପାଇଁ ଡକାଯାଇଛି।


   Related Posts